ସାନସୀମା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସଭା; ସ୍କୁଲ ବାହାରେ ଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଶପଥ

Deviprasad Mohanty Picture
Published On

କୃଷ୍ଣପ୍ରସାଦ:ପୁରୀ ଜିଲ୍ଲାକୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ସିଆଣ୍ଡି ପଞ୍ଚାୟତର ସାନସୀମା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବଟେଶ୍ବର ନୋଡାଲ କ୍ଲଷ୍ଟର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବିଦ୍ଯାଧର ଜେନାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜ କିଶୋର ତରେଇ ସଭାପତିତ୍ବ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

 ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ପ୍ରୟାସ

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଏହି ସଭାରେ ଯୋଗ ଦେଇଥିବା ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକମାନେ ଶିକ୍ଷାର ପ୍ରସାର ପ୍ରଚାର ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ୦ରୁ ୧୮ ବର୍ଷ ବୟସର ପିଲା, ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଚିହ୍ନଟ କରି ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ମିଳିତ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

 ଏହି କାର୍ଯ୍ୟକ୍ରମରେ ସ୍କୁଲ ସଭାପତି ପ୍ରଫୁଲ୍ଲ କୁମାର ତରେଇ, ପ୍ରଭାତ କୁମାର ଜେନା ଏବଂ ସ୍ଥାନୀୟ ଏସଏଚଜି (SHG) ଗ୍ରୁପର ସମସ୍ତ ସଭ୍ୟା ଉପସ୍ଥିତ ଥିଲେ। ଏମାନଙ୍କ ସହ ଶିକ୍ଷକ ବିଚିତ୍ରାନନ୍ଦ ତରେଇ, ପୁଷ୍ପାଞ୍ଜଳୀ କର, ରାଜେନ୍ଦ୍ର ପ୍ରସାଦ ନାୟକ, ସୁଦର୍ଶନ ବାରିକ, ପ୍ରସନ୍ନ ଜିତ ଜେନା, ଚୈତନ୍ୟ ସେଠି, ଦୀପକ କୁମାର ଜାଲି ସୁଜ୍ଞାନୀ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶଙ୍କର୍ଷଣ ଦାଶ ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

12 Dec 2025 By Deviprasad Mohanty

ସାନସୀମା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସଭା; ସ୍କୁଲ ବାହାରେ ଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଶପଥ

କୃଷ୍ଣପ୍ରସାଦ:ପୁରୀ ଜିଲ୍ଲାକୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ସିଆଣ୍ଡି ପଞ୍ଚାୟତର ସାନସୀମା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବଟେଶ୍ବର ନୋଡାଲ କ୍ଲଷ୍ଟର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବିଦ୍ଯାଧର ଜେନାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜ କିଶୋର ତରେଇ ସଭାପତିତ୍ବ କରିଥିଲେ।

 ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ପ୍ରୟାସ

ଏହି ସଭାରେ ଯୋଗ ଦେଇଥିବା ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକମାନେ ଶିକ୍ଷାର ପ୍ରସାର ପ୍ରଚାର ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ୦ରୁ ୧୮ ବର୍ଷ ବୟସର ପିଲା, ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଚିହ୍ନଟ କରି ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ମିଳିତ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଥିଲା।

 ଏହି କାର୍ଯ୍ୟକ୍ରମରେ ସ୍କୁଲ ସଭାପତି ପ୍ରଫୁଲ୍ଲ କୁମାର ତରେଇ, ପ୍ରଭାତ କୁମାର ଜେନା ଏବଂ ସ୍ଥାନୀୟ ଏସଏଚଜି (SHG) ଗ୍ରୁପର ସମସ୍ତ ସଭ୍ୟା ଉପସ୍ଥିତ ଥିଲେ। ଏମାନଙ୍କ ସହ ଶିକ୍ଷକ ବିଚିତ୍ରାନନ୍ଦ ତରେଇ, ପୁଷ୍ପାଞ୍ଜଳୀ କର, ରାଜେନ୍ଦ୍ର ପ୍ରସାଦ ନାୟକ, ସୁଦର୍ଶନ ବାରିକ, ପ୍ରସନ୍ନ ଜିତ ଜେନା, ଚୈତନ୍ୟ ସେଠି, ଦୀପକ କୁମାର ଜାଲି ସୁଜ୍ଞାନୀ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶଙ୍କର୍ଷଣ ଦାଶ ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର