ରାଜସ୍ବ ଅମଲା ସଂଘ ପକ୍ଷରୁ କାର୍ଯ୍ଯବନ୍ଦ ଆନ୍ଦୋଳନ

The Sakala Picture
Published On

କୃଷ୍ଣପ୍ରସାଦ: ରାଜ୍ୟ ସଂଘର ଆହ୍ଵାନକ୍ରମେ ୧୦ ଦଫା ଦାବି ନେଇ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ଚଳିତ ମାସ ୧୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। କୃଷ୍ଣପ୍ରସାଦ ତହସିଲ,ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ଏବଂ ଉପବିଭାଗ ଅଧିକାରୀ ଆନ୍ଦୋଳନରେ ସାମିଲ ହେବା ସହ ରାଜ୍ଯ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସଂଘ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ,ରାଜସ୍ବ […]

କୃଷ୍ଣପ୍ରସାଦ: ରାଜ୍ୟ ସଂଘର ଆହ୍ଵାନକ୍ରମେ ୧୦ ଦଫା ଦାବି ନେଇ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ଚଳିତ ମାସ ୧୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। କୃଷ୍ଣପ୍ରସାଦ ତହସିଲ,ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ଏବଂ ଉପବିଭାଗ ଅଧିକାରୀ ଆନ୍ଦୋଳନରେ ସାମିଲ ହେବା ସହ ରାଜ୍ଯ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: କଂଗ୍ରେସର ଏହି ୩ ବିଧାୟକ କ୍ରସ୍ ଭୋଟିଂ କରିଥିବା ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ...

ସଂଘ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ,ରାଜସ୍ବ ଅମଲା କର୍ମଚାରୀଙ୍କ ସମସ୍ୟା ସମାଧାନ କରୁନାହାନ୍ତି। କିଛିଦିନ ପୂର୍ବେ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ମାତ୍ର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ରାଜସ୍ବ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓ ଆରଏସପି ୨୦୧୭ ନିୟମ ଅନୁଯାୟୀ ଲେବେଲ ୯କୁ ବୃଦ୍ଧି, ତଥ୍ୟ ଆଧାର କରି ନୂତନ ପଦ ସୃଷ୍ଟି କରିବା ଓ ପଦ ପୁନଃଗଠନ, କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ସହ ପୁନଃ ଥଇଥାନ ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି, ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ କରିବା ଆଦି ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଏସସିବି ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧିନ ଆହତଙ୍କୁ ଭେଟିଲେ ପିସିସି ସଭାପତି, କହିଲେ କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି

ଆନ୍ଦୋଳନରେ ତହସିଲ ଉପବିଭାଗ ଅଧିକାରୀ କୁବେର ଜେନା, କନିଷ୍ଠ କିରାଣୀ ଶ୍ରୀକ୍ଷେତ୍ର ସେଠୀ, କେତନ କୁମାର ଜେନା, ସଞ୍ଜିବନୀ ସରଗମ, ବ୍ଳକ ମୁଖ୍ୟ କିରାଣୀ ପୂର୍ଣ୍ଣ ଚନ୍ଦ୍ର କାଣ୍ଡି, ବରିଷ୍ଠ କିରାଣୀ ଜିତେନ୍ଦ୍ର ପାତ୍ର, କନିଷ୍ଠ କିରାଣୀ ତତ୍ତ୍ୱଦର୍ଶୀ ସେଠୀ, ରାଜସ୍ବ ସହାୟକ କାଶୀମ ମହମ୍ମଦ ପ୍ରମୁଖ ବହୁ କର୍ମଚାରୀ ସାମିଲ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ

21 Aug 2025 By The Sakala

ରାଜସ୍ବ ଅମଲା ସଂଘ ପକ୍ଷରୁ କାର୍ଯ୍ଯବନ୍ଦ ଆନ୍ଦୋଳନ

କୃଷ୍ଣପ୍ରସାଦ: ରାଜ୍ୟ ସଂଘର ଆହ୍ଵାନକ୍ରମେ ୧୦ ଦଫା ଦାବି ନେଇ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ଚଳିତ ମାସ ୧୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। କୃଷ୍ଣପ୍ରସାଦ ତହସିଲ,ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ଏବଂ ଉପବିଭାଗ ଅଧିକାରୀ ଆନ୍ଦୋଳନରେ ସାମିଲ ହେବା ସହ ରାଜ୍ଯ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ସଂଘ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ,ରାଜସ୍ବ ଅମଲା କର୍ମଚାରୀଙ୍କ ସମସ୍ୟା ସମାଧାନ କରୁନାହାନ୍ତି। କିଛିଦିନ ପୂର୍ବେ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ମାତ୍ର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ରାଜସ୍ବ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓ ଆରଏସପି ୨୦୧୭ ନିୟମ ଅନୁଯାୟୀ ଲେବେଲ ୯କୁ ବୃଦ୍ଧି, ତଥ୍ୟ ଆଧାର କରି ନୂତନ ପଦ ସୃଷ୍ଟି କରିବା ଓ ପଦ ପୁନଃଗଠନ, କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ସହ ପୁନଃ ଥଇଥାନ ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ଜଣଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି, ନୂତନ ପେନସନ ଯୋଜନାକୁ ରଦ୍ଦ କରି ପୁରାତନ ପେନସନ ଯୋଜନା କାର୍ଯ୍ୟକାରୀ କରିବା ଆଦି ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିବା ଜଣାପଡିଛି।

ଆନ୍ଦୋଳନରେ ତହସିଲ ଉପବିଭାଗ ଅଧିକାରୀ କୁବେର ଜେନା, କନିଷ୍ଠ କିରାଣୀ ଶ୍ରୀକ୍ଷେତ୍ର ସେଠୀ, କେତନ କୁମାର ଜେନା, ସଞ୍ଜିବନୀ ସରଗମ, ବ୍ଳକ ମୁଖ୍ୟ କିରାଣୀ ପୂର୍ଣ୍ଣ ଚନ୍ଦ୍ର କାଣ୍ଡି, ବରିଷ୍ଠ କିରାଣୀ ଜିତେନ୍ଦ୍ର ପାତ୍ର, କନିଷ୍ଠ କିରାଣୀ ତତ୍ତ୍ୱଦର୍ଶୀ ସେଠୀ, ରାଜସ୍ବ ସହାୟକ କାଶୀମ ମହମ୍ମଦ ପ୍ରମୁଖ ବହୁ କର୍ମଚାରୀ ସାମିଲ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର