ବର୍ଷା ପାଇଁ କୃଷ୍ଣପ୍ରସାଦକୁ ଯୋଗାଯୋଗ ବନ୍ଦ

The Sakala Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ୧୪ଟି ପଞ୍ଚାୟତକୁ ତିନି ପାର୍ଶ୍ବରୁ ଘେରି ରହିଛି ବଙ୍ଗୋପସାଗର ଓ ଚିଲିକା। କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାଏଁ ଚିଲିକା ପାଲଟିଛି ଅଞ୍ଚଳବାସୀଙ୍କ ମୁଖ୍ୟରାସ୍ତା। ଉକ୍ତ ଚିଲିକା ଦେଇ ଭସାପୋଲ ଓ ନୌକାରେ ପ୍ରତିଦିନ ଶହଶହ ଯାତ୍ରୀ ତୀର୍ଥକ୍ଷେତ୍ର ତଥା ପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। କେବେ ଲଘୁଚାପ ହେଲାଣି ତ ଆଉ କେବେ ଭସାପୋଲ ଚିଲିକା ମଝିରେ ଯାନ୍ତ୍ରୀକ ତ୍ରୁଟି, ବେପରୁଆ ଚାଳନା ଯୋଗୁଁ […]

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ୧୪ଟି ପଞ୍ଚାୟତକୁ ତିନି ପାର୍ଶ୍ବରୁ ଘେରି ରହିଛି ବଙ୍ଗୋପସାଗର ଓ ଚିଲିକା। କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାଏଁ ଚିଲିକା ପାଲଟିଛି ଅଞ୍ଚଳବାସୀଙ୍କ ମୁଖ୍ୟରାସ୍ତା। ଉକ୍ତ ଚିଲିକା ଦେଇ ଭସାପୋଲ ଓ ନୌକାରେ ପ୍ରତିଦିନ ଶହଶହ ଯାତ୍ରୀ ତୀର୍ଥକ୍ଷେତ୍ର ତଥା ପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। କେବେ ଲଘୁଚାପ ହେଲାଣି ତ ଆଉ କେବେ ଭସାପୋଲ ଚିଲିକା ମଝିରେ ଯାନ୍ତ୍ରୀକ ତ୍ରୁଟି, ବେପରୁଆ ଚାଳନା ଯୋଗୁଁ ଢିପରେ ଲାଗିଯିବା କାରଣରୁ ଚିଲିକା ମଝୀରେ ଯାତ୍ରୀମାନେ ବହୁବାର ବିପଦରୁ ମୁକ୍ତି ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ତେବେ କିଛିଦିନ ଧରି ଲଗାତର ବର୍ଷା ଯୋଗୁଁ ପ୍ରଶାସନ ତରଫରୁ ମତ୍ସ୍ୟଜୀବୀଙ୍କୁ ଚିଲିକା ମଧ୍ୟକୁ ଯିବାକୁ ମନା କରିଥିବାବେଳେ ଜହ୍ନିକୁଦା ଚିଲିକା ଦେଇ ସାତପଡ଼ା ଯାତାୟାତ କରୁଥିବା ଭସାପୋଲ ଓ ନୌକା ଚଳାଚଳକୁ ସରକାର ବାରଣ କରିଛନ୍ତି। ଯାଦ୍ଵାରା ଲୋକମାନଙ୍କର ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି। ଏଣେ ଲୋକମାନେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନେଇ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟାତ କରିପାରୁ ନ ଥିବାବେଳେ ଚିଲିକା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀ ଓ ନାବିକମାନେ ହାତ ବାନ୍ଧୀ ବସିଛନ୍ତି। ତେବେ ଲୋକମାନଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ମଙ୍ଗଳବାର ଦିନ ଜଣେ ନାବିକ ବେଆଇନ ଭାବେ ଯାତ୍ରୀ ନେଇ ସାତପଡ଼ାଠାରୁ ଜହ୍ନିକୁଦା ଆସିଥିବାବେଳେ କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ କୁମାର ସେଠୀ ଉକ୍ତ ଡଙ୍ଗାକୁ ଜବତ କରିବା ସହ ଏକ ମାମଲା ରଜ୍ଜୁ କରିଥିବା ଜଣାଯାଇଛି।

ଲଗାଣ ବର୍ଷା ଓ ପବନକୁ ଲକ୍ଷ୍ୟ କରି ପ୍ରଶାସନ ଚିଲିକାରେ ଡଙ୍ଗା ଚାଳନାକୁ ବନ୍ଦ କରିଥିବାବେଳେ ଡଙ୍ଗା ଚାଳକ ଏହାକୁ ଅବମାନନା କରିବାରୁ କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ କୁମାର ସେଠୀ ଡଙ୍ଗା ଚାଳକୁ ଗିରଫ କରିବା ସହ ଡଙ୍ଗାକୁ ଜବତ କରିଥିବା ଜଣାଯାଇଛି। ଚଢ଼ଉ କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଚିଲିକା ନୂଆପଡ଼ା ଫାଣ୍ଡି ଅଧିକାରୀ ବଟକୃଷ୍ଣ ସାହୁ, ରାଜସ୍ୱ ନିରୀକ୍ଷକ ଜ୍ୟୋତି ରଞ୍ଜନ ବେହେରା ସମେତ ସଦଳବଳେ ସହଯୋଗ କରିଥିଲେ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର