ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରକୁ କେହି ବି ନେଇପାରିବେନି ମୋବାଇଲ ଫୋନ୍

The Sakala Picture
Published On

ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୁରୁକୂଳ ପ୍ରତିଷ୍ଠା ନେଇ ଏମଓୟୁ ସ୍ଵାକ୍ଷର ହୋଇଛି। ଜଗନ୍ନାଥ ବନ ପ୍ରକଳ୍ପ ନେଇ ୩୬ ହଜାରରୁ ଉର୍ଦ୍ଧ୍ବ ହେକ୍ଟରରେ ବୃକ୍ଷ ରୋପଣ ହୋଇଥିବା ବେଳେ ଆହୁରି ଅଧିକ ବୃକ୍ଷ ରୋପଣ ନେଇ ନିଷ୍ପତି ନିଆଯାଇଛି। ଗୁଣ୍ଡିଚା ମନ୍ଦିର ମରାମତି ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଆସନ୍ତା ଏପ୍ରିଲ ସୁଦ୍ଧା ମରାମତି ଶେଷ କରାଯିବ ବୋଲି […]

ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୁରୁକୂଳ ପ୍ରତିଷ୍ଠା ନେଇ ଏମଓୟୁ ସ୍ଵାକ୍ଷର ହୋଇଛି। ଜଗନ୍ନାଥ ବନ ପ୍ରକଳ୍ପ ନେଇ ୩୬ ହଜାରରୁ ଉର୍ଦ୍ଧ୍ବ ହେକ୍ଟରରେ ବୃକ୍ଷ ରୋପଣ ହୋଇଥିବା ବେଳେ ଆହୁରି ଅଧିକ ବୃକ୍ଷ ରୋପଣ ନେଇ ନିଷ୍ପତି ନିଆଯାଇଛି। ଗୁଣ୍ଡିଚା ମନ୍ଦିର ମରାମତି ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଆସନ୍ତା ଏପ୍ରିଲ ସୁଦ୍ଧା ମରାମତି ଶେଷ କରାଯିବ ବୋଲି ଜଣାପଡ଼ିଛ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ଏଥିସହ ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ବୀର ବିକ୍ରମ ଯାଦବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୋବାଇଲ ରଖିବା ପାଇଁ ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ନିୟମ ଉଲ୍ଲଂଘନ କରି ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେଇକି ‌ଯିବେ, ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ଯାନୁଷ୍ଠାନ ନିଆଯିବ। ଆଜିର ବୈଠକରେ ଜିଲ୍ଲପାଳ ସମର୍ଥ ବର୍ମା, ଏସ୍‌ପି କେ ବିଶାଳ ସିଂ, ପରିଚାଳନା କମିଟିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

15 Dec 2022 By The Sakala

ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରକୁ କେହି ବି ନେଇପାରିବେନି ମୋବାଇଲ ଫୋନ୍

ପୁରୀ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୁରୁକୂଳ ପ୍ରତିଷ୍ଠା ନେଇ ଏମଓୟୁ ସ୍ଵାକ୍ଷର ହୋଇଛି। ଜଗନ୍ନାଥ ବନ ପ୍ରକଳ୍ପ ନେଇ ୩୬ ହଜାରରୁ ଉର୍ଦ୍ଧ୍ବ ହେକ୍ଟରରେ ବୃକ୍ଷ ରୋପଣ ହୋଇଥିବା ବେଳେ ଆହୁରି ଅଧିକ ବୃକ୍ଷ ରୋପଣ ନେଇ ନିଷ୍ପତି ନିଆଯାଇଛି। ଗୁଣ୍ଡିଚା ମନ୍ଦିର ମରାମତି ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଆସନ୍ତା ଏପ୍ରିଲ ସୁଦ୍ଧା ମରାମତି ଶେଷ କରାଯିବ ବୋଲି ଜଣାପଡ଼ିଛ।

ଏଥିସହ ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ବୀର ବିକ୍ରମ ଯାଦବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୋବାଇଲ ରଖିବା ପାଇଁ ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ନିୟମ ଉଲ୍ଲଂଘନ କରି ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେଇକି ‌ଯିବେ, ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ଯାନୁଷ୍ଠାନ ନିଆଯିବ। ଆଜିର ବୈଠକରେ ଜିଲ୍ଲପାଳ ସମର୍ଥ ବର୍ମା, ଏସ୍‌ପି କେ ବିଶାଳ ସିଂ, ପରିଚାଳନା କମିଟିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର