ଆଜିଠୁ ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ସର୍ବସାଧାରଣ, ପୁଣି ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ
ପୁରୀ: ଦୀର୍ଘ ଦିନ ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ। ପ୍ରାୟ ୪ ମାସ ପରେ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଅର୍ଥାତ୍ ଯେ କୌଣସି ଅଞ୍ଚଳର ଭକ୍ତ ଠାକୁରଙ୍କ ଦର୍ଶନ କରିପାରିବେ। କିନ୍ତୁ ପ୍ରତ୍ୟେକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ ଟିକା ନେଇଥିବାର ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିମଧ୍ୟରୁ ଯେ କୌଣସି ଗୋଟିଏକୁ ଦେଖାଇବାକୁ ପଡ଼ିବ। ସେହିପରି ସମସ୍ତେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରିବେ। ଏଥିସହ ଶ୍ରଦ୍ଧାଳୁମାନେ […]
ପୁରୀ: ଦୀର୍ଘ ଦିନ ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ। ପ୍ରାୟ ୪ ମାସ ପରେ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଅର୍ଥାତ୍ ଯେ କୌଣସି ଅଞ୍ଚଳର ଭକ୍ତ ଠାକୁରଙ୍କ ଦର୍ଶନ କରିପାରିବେ। କିନ୍ତୁ ପ୍ରତ୍ୟେକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ ଟିକା ନେଇଥିବାର ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିମଧ୍ୟରୁ ଯେ କୌଣସି ଗୋଟିଏକୁ ଦେଖାଇବାକୁ ପଡ଼ିବ। ସେହିପରି ସମସ୍ତେ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରିବେ। ଏଥିସହ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବେ ଏବଂ ଦର୍ଶନ ଲାଗି ଯେଉଁ ଏସ୍ଓପି ଜାରି କରାଯାଇଛି ତାହାକୁ ମାନିବେ।
କରୋନା ଦ୍ୱିତୀୟ ଲହରରେ ସଂକ୍ରମଣର ଭୟାବହତାକୁ ନଜରରେ ରଖି ଗତ ଏପ୍ରିଲ ୨୪ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଦୀର୍ଘଦିନ ଧରି ତର୍ଜମା ଓ ବିଚାରବିମର୍ଷ ପରେ ଗତ ୧୨ ତାରିଖରେ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର ଦ୍ୱାର। ପ୍ରଥମ ଦୁଇଦିନ କେବଳ ସେବାୟତ ପରିବାର ଦର୍ଶନ କରିଥିଲେ। ଏହାପରେ ୧୬ରୁ ୨୦ ତାରିଖ ପୁରୀ ସହରବାସୀଙ୍କୁ ମିଳିଥିଲା ଦର୍ଶନ ଅନୁମତି। ସପ୍ତାହନ୍ତ ସଟ୍ଡାଉନ ପାଇଁ ଶନିବାର ଓ ରବିବାର ଦୁଇଦିନ ଦର୍ଶନ ବନ୍ଦ ରହିଥିଲା। ସୋମବାର ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ। ତେବେ ଦର୍ଶନ ବ୍ୟବସ୍ଥାକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବା ପାଇଁ ଏସ୍ଓପି ଜାରି କରାଯାଇଛି।
ଏସ୍ଓପି ଅନୁଯାୟୀ, ସକାଳ ୭ଟାରୁ ବ୍ୟାରିକେଡ ଦେଇ ମନ୍ଦିରକୁ ଭକ୍ତ ପ୍ରବେଶ କରିବେ। ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ୯୬ ଘଣ୍ଟା ମଧ୍ୟର ଆର୍ଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସମସ୍ତେ ଫଟୋ ପରିଚୟପତ୍ର (ଆଧାରକାର୍ଡ କିମ୍ବା ଭୋଟର କାର୍ଡ) କିଓସ୍କୋରେ ଯାଞ୍ଚ କରାଇବେ। ମନ୍ଦିରକୁ ପ୍ରବେଶ ପୂର୍ବରୁ ହାତକୁ ଭଲ ଭାବେ ସାନିଟାଇଜ୍ କରିବେ। କୋଭିଡ଼ ଗାଇଇଲାଇନ ଅନୁଯାୟୀ ଶାରୀରିକ ଦୂରତା ରକ୍ଷା କରିବେ। ମନ୍ଦିର ପରିସର କୌଣସି ଦେବଦେବୀଙ୍କ ପ୍ରତିମାକୁ ସ୍ପର୍ଶ କରିବେ ନାହିଁ। ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସମ୍ପୂର୍ଣ୍ଣ ନିଷେଧ। ଭିତରେ କୌଣସି ଦର୍ଶନାର୍ଥୀ ଦୀପ ଜାଳିପାରିବେ ନାହିଁ। ପାନ, ଗୁଟୁଖା ଖାଇ ମନ୍ଦିର ଭିତରକୁ ଯିବା ଏବଂ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ। ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ସେହିପରି କୌଣସି ଭକ୍ତ ମନ୍ଦିର ଭିତରକୁ ପଲିଥିନ ନେଲେ ୧୦୦ ଟଙ୍କା ଜରିମାନା ଗଣିବେ। ଶ୍ରୀମନ୍ଦିର ପରିସର କିମ୍ବା ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଉପରେ କଟକଣା ରହିଛି। ଶ୍ରଦ୍ଧାଳୁ ମହାପ୍ରସାଦ କିଣି ନେଇପାରିବେ। ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶ୍ରଦ୍ଧାଳୁମାନେ ଗାଡି ପାର୍କିଂ କରିପାରିବେ। ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଏବଂ ୧୦ରୁ କମ୍ ବୟସର ପିଲା ସାମ୍ପ୍ରତିକ ସ୍ଥିତିରେ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ବାହାରକୁ ବାହାରିବେ ବୋଲି ଏସ୍ଓପି ଜାରି କରାଯାଇଛି। ତେବେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଦର୍ଶନାର୍ଥୀଙ୍କ ଲାଗି ପାନୀୟଜଳ, ଜୋତା ଓ ମୋବାଇଲ ଷ୍ଟାଣ୍ଡ ଆଦି ସୁବିଧା ମଧ୍ୟ ରହିଛି।