ସ୍ୱାମୀ ପାଇଁ ଔଷଧ ଆଣିବାକୁ ଡାକିନେଇ ଦୁଷ୍କର୍ମ

The Sakala Picture
Published On

ନନ୍ଦନକାନନ : ଅସୁସ୍ଥ ସ୍ୱାମୀ ପାଇଁ ଔଷଧ ଆଣିବାକୁ ଯାଇ ଫେରିଲା ବେଳକୁ ବାଟରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣଙ୍କ ଏ ନେଇ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ କାନ୍ଦୁରା ପୁର୍ତ୍ତି (୪୦)କୁ ଆଣି ଥାନାରେ ଅଟକ ରଖି ପଚାରଉଚରା କରିବା ସହ ତଦନ୍ତ ଜାରି ରଖିଥିବା ନେଇ ଫାଣ୍ଡି ଅଧିକାରୀ ସୁବାସ ମଲ୍ଲିକ କହିଛନ୍ତି। ଅଭିଯୋଗ ଅନୁସାରେ ଗୋଡ଼ିସାହି ଅନ୍ତର୍ଗତ ବେଣ୍ଟୁଆ ଗାଁରେ କବିତା […]

ନନ୍ଦନକାନନ : ଅସୁସ୍ଥ ସ୍ୱାମୀ ପାଇଁ ଔଷଧ ଆଣିବାକୁ ଯାଇ ଫେରିଲା ବେଳକୁ ବାଟରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣଙ୍କ ଏ ନେଇ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ କାନ୍ଦୁରା ପୁର୍ତ୍ତି (୪୦)କୁ ଆଣି ଥାନାରେ ଅଟକ ରଖି ପଚାରଉଚରା କରିବା ସହ ତଦନ୍ତ ଜାରି ରଖିଥିବା ନେଇ ଫାଣ୍ଡି ଅଧିକାରୀ ସୁବାସ ମଲ୍ଲିକ କହିଛନ୍ତି। ଅଭିଯୋଗ ଅନୁସାରେ ଗୋଡ଼ିସାହି ଅନ୍ତର୍ଗତ ବେଣ୍ଟୁଆ ଗାଁରେ କବିତା ମଣ୍ଡଳ (୩୫/ଛଦ୍ମନାମ)ଙ୍କ ସ୍ୱାମୀ କିଛିଦିନ  ହେବ ଅସୁସ୍ଥ ଥିଲେ। ଠିକ୍‌ ଭାବେ ଚଲାବୁଲା କରିପାରୁ ନଥିଲେ। କବିରାଜି ଔଷଧ ଦ୍ୱାରା ତୁମ ସ୍ୱାମୀ ଭଲ ହେଇଯିବେ ବୋଲି କବିତାଙ୍କୁ ସେହି ଗ୍ରାମର କାନ୍ଦୁରା ପରାମର୍ଶ ଦେଇଥିଲେ। ଏହିଭଳି କହି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ନେଇ ଅଭିଯୁକ୍ତ ଔଷଧ ଆଣିବାକୁ ଗତ ୧୫ ତାରିଖରେ ଚନ୍ଦକା ଅଞ୍ଚଳରେ ବଟପଟିଆ ଯାଇଥିଲା। ଔଷଧ ଆଣି ସାରିବା ପରେ କାନ୍ଦୁରା ଚାଲି ପାରୁ ନ ଥିବା ସ୍ୱାମୀକୁ ମହିଳାଙ୍କ ପୁତୁରା ସାଥିରେ ଘରକୁ ପଠେଇ ଦେଇଥିଲା। ଉକ୍ତ ବ୍ୟକ୍ତି ଓ ମହିଳା ଏକାଠି ଫେରୁଥିବା ବେଳେ  ନିଛାଟିଆ ଜଙ୍ଗଲରେ କାନ୍ଦୁରା କବିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

19 Jul 2021 By The Sakala

ସ୍ୱାମୀ ପାଇଁ ଔଷଧ ଆଣିବାକୁ ଡାକିନେଇ ଦୁଷ୍କର୍ମ

ନନ୍ଦନକାନନ : ଅସୁସ୍ଥ ସ୍ୱାମୀ ପାଇଁ ଔଷଧ ଆଣିବାକୁ ଯାଇ ଫେରିଲା ବେଳକୁ ବାଟରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣଙ୍କ ଏ ନେଇ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ କାନ୍ଦୁରା ପୁର୍ତ୍ତି (୪୦)କୁ ଆଣି ଥାନାରେ ଅଟକ ରଖି ପଚାରଉଚରା କରିବା ସହ ତଦନ୍ତ ଜାରି ରଖିଥିବା ନେଇ ଫାଣ୍ଡି ଅଧିକାରୀ ସୁବାସ ମଲ୍ଲିକ କହିଛନ୍ତି। ଅଭିଯୋଗ ଅନୁସାରେ ଗୋଡ଼ିସାହି ଅନ୍ତର୍ଗତ ବେଣ୍ଟୁଆ ଗାଁରେ କବିତା ମଣ୍ଡଳ (୩୫/ଛଦ୍ମନାମ)ଙ୍କ ସ୍ୱାମୀ କିଛିଦିନ  ହେବ ଅସୁସ୍ଥ ଥିଲେ। ଠିକ୍‌ ଭାବେ ଚଲାବୁଲା କରିପାରୁ ନଥିଲେ। କବିରାଜି ଔଷଧ ଦ୍ୱାରା ତୁମ ସ୍ୱାମୀ ଭଲ ହେଇଯିବେ ବୋଲି କବିତାଙ୍କୁ ସେହି ଗ୍ରାମର କାନ୍ଦୁରା ପରାମର୍ଶ ଦେଇଥିଲେ। ଏହିଭଳି କହି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ନେଇ ଅଭିଯୁକ୍ତ ଔଷଧ ଆଣିବାକୁ ଗତ ୧୫ ତାରିଖରେ ଚନ୍ଦକା ଅଞ୍ଚଳରେ ବଟପଟିଆ ଯାଇଥିଲା। ଔଷଧ ଆଣି ସାରିବା ପରେ କାନ୍ଦୁରା ଚାଲି ପାରୁ ନ ଥିବା ସ୍ୱାମୀକୁ ମହିଳାଙ୍କ ପୁତୁରା ସାଥିରେ ଘରକୁ ପଠେଇ ଦେଇଥିଲା। ଉକ୍ତ ବ୍ୟକ୍ତି ଓ ମହିଳା ଏକାଠି ଫେରୁଥିବା ବେଳେ  ନିଛାଟିଆ ଜଙ୍ଗଲରେ କାନ୍ଦୁରା କବିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର