ମନୋରଞ୍ଜନ
ପ୍ରଫେସର ସବିତା ପ୍ରଧାନଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କଲେ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସବିତା ପ୍ରଧାନଙ୍କୁ ଶୁକ୍ରବାର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ଏଠାରେ ଦୁଇ ବର୍ଷ ଯାଏଁ ଏହି ପଦବିରେ ରହିବେ। ସୂଚନା ଅନୁଯାୟୀ, ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ୟ୍ୟକ୍ଷମ ହୋଇଛି। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଛି। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ୟ୍ୟ […]
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ଶାନ୍ତିନିକେତନରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ସବିତା ପ୍ରଧାନଙ୍କୁ ଶୁକ୍ରବାର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ଏଠାରେ ଦୁଇ ବର୍ଷ ଯାଏଁ ଏହି ପଦବିରେ ରହିବେ।
ସୂଚନା ଅନୁଯାୟୀ, ଚଳିତବର୍ଷଠାରୁ ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ୟ୍ୟକ୍ଷମ ହୋଇଛି। ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଛି। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ୟ୍ୟ ସରିବା ପର୍ୟ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟର ଅଫିସ୍ ଓ ଶିକ୍ଷାଦାନ ଚାଲିଛି।





