ସାମ୍ବାଦିକଙ୍କ ପୁଅର ମୃତଦେହ ଉଦ୍ଧାର ଘଟଣା: ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ, ଶ୍ବାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ

The Sakala Picture
Published On

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଥିବା ବେଳେ  ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି ।  ହେଲେ ଶ୍ବାସରୁଦ୍ଧ ପାଣିରେ ବୁଡି ହୋଇଛି ନା ତା ପୂର୍ବରୁ ଶ୍ବାସରୁଦ୍ଧରେ ମନୀଷଙ୍କ ମୃତ୍ଯୁ ଘଟିଛି ସେ ନେଇ ଜଣାପଡ଼ି ନାହିଁ। ଦିନେ କିମ୍ବା ଦୁଇ ଦିନ ମଧ୍ଯରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ […]

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଥିବା ବେଳେ  ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି ।  ହେଲେ ଶ୍ବାସରୁଦ୍ଧ ପାଣିରେ ବୁଡି ହୋଇଛି ନା ତା ପୂର୍ବରୁ ଶ୍ବାସରୁଦ୍ଧରେ ମନୀଷଙ୍କ ମୃତ୍ଯୁ ଘଟିଛି ସେ ନେଇ ଜଣାପଡ଼ି ନାହିଁ। ଦିନେ କିମ୍ବା ଦୁଇ ଦିନ ମଧ୍ଯରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ତେବେ ମନୀଷଙ୍କୁ ଅପହରଣ କରାଯାଇଥିବା ନେଇ ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇନାହିଁ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ପୁଲିସର ତଦନ୍ତ ଯେତିକି ଆଗକୁ ବଢ଼ୁଛି ନୂଆନୂଆ କଥା ପଦାକୁ ଆସୁଛି। ପୁଲିସ ଏବେ ଜାଣିବାକୁ ପାଇଛି ମନୀଷର ମୃତ୍ୟୁ ରହସ୍ୟ ପାତ୍ରପଡ଼ାର ହୋଟେଲ ସାଉଥ୍‍ସିଟିରେ ଲୁଚି ରହିଛି। ଅଧିକ ତଦନ୍ତ ପାଇଁ ଇନ୍‍ଫୋସିଟି ଥାନା ପୁଲିସ ଉକ୍ତ ସାଉଥ୍‍ସିଟି୍‍ ହୋଟେଲକୁ ସିଲ୍‍ କରିଛି। କାରଣ ମନୀଷଙ୍କ ଶେଷ ଲୋକେସନ୍‍ ସାଉଥ୍‍ସିଟି ହୋଟେଲରେ ହିଁ ରହିଥିଲା। ବୈଷୟିକ ତଥ୍ୟ ପ୍ରମାଣ ଜାଣିବା ପାଇଁ ପୁଲିସ ଉକ୍ତ ହୋଟେଲରେ ଲାଗିଥିବା ସିସିଟିଭି ଯାଞ୍ଚ ପାଇଁ ଉକ୍ତ ହୋଟେଲରେ ଥିବା ହାର୍ଡଡିକ୍ସକୁ ଜବତ କରିଛି। ପୁଲିସ ଜାଣିବାକୁ ପାଇଛି ମନୀଷ ଯେଉଁ ସମୟରେ ଘରକୁ ଫୋନ୍‍ କରିଥିଲେ ସେହି ସମୟରେ ତାଙ୍କର ଲୋକେସନ୍‍ ଉକ୍ତ ହୋଟେଲ ଭିତରେ ହିଁ ରହିଥିଲା। ତେଣୁ ସନ୍ଦେହ କରାଯାଉଛି ଯେ, ଉକ୍ତ ହୋଟେଲରେ ମନୀଷଙ୍କ ଅପହରଣ କରାଯାଇ ରଖାଯାଇଥିଲା। ସେଠାରେ ହିଁ ଟଙ୍କା ପାଇଁ ତାଙ୍କୁ ମାର୍‍ଧର କରାଯାଇଛି। ମନୀଷଙ୍କ ମୃତଦେହ ମିଳିଥିବା ପୋଖରୀରୁ ସାଉଥ୍‍ସିଟି ହୋଟେଲ ଏକ କିଲୋମିଟର ଦୂର। ତେଣୁ ସେଠାକୁ କିଭଳି ଗଲେ ମନୀଷ। ତାହାକୁ ନେଇ ମଧ୍ୟ ପୁଲିସ ଯାଞ୍ଚ କରିଛି। ତାଙ୍କୁ କେହି ନିଶା ପିଆଇ ପୋଖରୀରେ ଠେଲି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

12 Oct 2021 By The Sakala

ସାମ୍ବାଦିକଙ୍କ ପୁଅର ମୃତଦେହ ଉଦ୍ଧାର ଘଟଣା: ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ, ଶ୍ବାସରୁଦ୍ଧ ଯୋଗୁଁ ହୋଇଛି ମୃତ୍ୟୁ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଥିବା ବେଳେ  ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି ।  ହେଲେ ଶ୍ବାସରୁଦ୍ଧ ପାଣିରେ ବୁଡି ହୋଇଛି ନା ତା ପୂର୍ବରୁ ଶ୍ବାସରୁଦ୍ଧରେ ମନୀଷଙ୍କ ମୃତ୍ଯୁ ଘଟିଛି ସେ ନେଇ ଜଣାପଡ଼ି ନାହିଁ। ଦିନେ କିମ୍ବା ଦୁଇ ଦିନ ମଧ୍ଯରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ତେବେ ମନୀଷଙ୍କୁ ଅପହରଣ କରାଯାଇଥିବା ନେଇ ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇନାହିଁ ।

ପୁଲିସର ତଦନ୍ତ ଯେତିକି ଆଗକୁ ବଢ଼ୁଛି ନୂଆନୂଆ କଥା ପଦାକୁ ଆସୁଛି। ପୁଲିସ ଏବେ ଜାଣିବାକୁ ପାଇଛି ମନୀଷର ମୃତ୍ୟୁ ରହସ୍ୟ ପାତ୍ରପଡ଼ାର ହୋଟେଲ ସାଉଥ୍‍ସିଟିରେ ଲୁଚି ରହିଛି। ଅଧିକ ତଦନ୍ତ ପାଇଁ ଇନ୍‍ଫୋସିଟି ଥାନା ପୁଲିସ ଉକ୍ତ ସାଉଥ୍‍ସିଟି୍‍ ହୋଟେଲକୁ ସିଲ୍‍ କରିଛି। କାରଣ ମନୀଷଙ୍କ ଶେଷ ଲୋକେସନ୍‍ ସାଉଥ୍‍ସିଟି ହୋଟେଲରେ ହିଁ ରହିଥିଲା। ବୈଷୟିକ ତଥ୍ୟ ପ୍ରମାଣ ଜାଣିବା ପାଇଁ ପୁଲିସ ଉକ୍ତ ହୋଟେଲରେ ଲାଗିଥିବା ସିସିଟିଭି ଯାଞ୍ଚ ପାଇଁ ଉକ୍ତ ହୋଟେଲରେ ଥିବା ହାର୍ଡଡିକ୍ସକୁ ଜବତ କରିଛି। ପୁଲିସ ଜାଣିବାକୁ ପାଇଛି ମନୀଷ ଯେଉଁ ସମୟରେ ଘରକୁ ଫୋନ୍‍ କରିଥିଲେ ସେହି ସମୟରେ ତାଙ୍କର ଲୋକେସନ୍‍ ଉକ୍ତ ହୋଟେଲ ଭିତରେ ହିଁ ରହିଥିଲା। ତେଣୁ ସନ୍ଦେହ କରାଯାଉଛି ଯେ, ଉକ୍ତ ହୋଟେଲରେ ମନୀଷଙ୍କ ଅପହରଣ କରାଯାଇ ରଖାଯାଇଥିଲା। ସେଠାରେ ହିଁ ଟଙ୍କା ପାଇଁ ତାଙ୍କୁ ମାର୍‍ଧର କରାଯାଇଛି। ମନୀଷଙ୍କ ମୃତଦେହ ମିଳିଥିବା ପୋଖରୀରୁ ସାଉଥ୍‍ସିଟି ହୋଟେଲ ଏକ କିଲୋମିଟର ଦୂର। ତେଣୁ ସେଠାକୁ କିଭଳି ଗଲେ ମନୀଷ। ତାହାକୁ ନେଇ ମଧ୍ୟ ପୁଲିସ ଯାଞ୍ଚ କରିଛି। ତାଙ୍କୁ କେହି ନିଶା ପିଆଇ ପୋଖରୀରେ ଠେଲି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

https://www.thesakala.in/latest-odisha-news/primary-postmotorm-report-of-manish/article-6055
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର