ମନୋରଞ୍ଜନ
ଓଡ଼ିଶା
ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ପୁରୀ: ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦର୍ଶନ କରିଛନ୍ତି । ପ୍ରଥମେ ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରାଯାଇଥିଲା। ଗର୍ଭଗୃହ ଭିତରକୁ ଯାଇ ଶ୍ରୀ କୋବିନ୍ଦ ଦାରୁବ୍ରହ୍ମଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ମୁକ୍ତିମଣ୍ଡପ, ବିମଳା ମନ୍ଦିର ଏବଂ ମହାଲକ୍ଷ୍ମୀ ମନ୍ଦିର ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ନୀଳଚକ୍ରରେ ରାଷ୍ଟ୍ରପତିଙ୍କ ଶୁଭ ମନାସୀ ପତିତପାବନ ବାନା […]
ପୁରୀ: ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦର୍ଶନ କରିଛନ୍ତି । ପ୍ରଥମେ ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତି ଦମ୍ପତିଙ୍କୁ ସ୍ବାଗତ କରାଯାଇଥିଲା। ଗର୍ଭଗୃହ ଭିତରକୁ ଯାଇ ଶ୍ରୀ କୋବିନ୍ଦ ଦାରୁବ୍ରହ୍ମଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ମୁକ୍ତିମଣ୍ଡପ, ବିମଳା ମନ୍ଦିର ଏବଂ ମହାଲକ୍ଷ୍ମୀ ମନ୍ଦିର ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ନୀଳଚକ୍ରରେ ରାଷ୍ଟ୍ରପତିଙ୍କ ଶୁଭ ମନାସୀ ପତିତପାବନ ବାନା ବନ୍ଧା ହୋଇଛି। ରବିବାର ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଶ୍ରୀ କୋବିନ୍ଦ ଯୋଗଦାନ କରିବେ ।
ସୂଚନା ଅନୁଯାୟୀ, ପୁରୀ ରାଜ ଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ରବିବାର ଶ୍ରୀଳ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଶ୍ରୀ କୋବିନ୍ଦ ଯୋଗଦାନ କରିବେ। ଦିନ ୧୦ଟା ୩୫ରେ ଟାଉନ ଥାନା ନିକଟସ୍ଥ ଚୈତନ୍ୟ ଗୌଡୀୟ ମଠକୁ ଯାଇ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିବେ। ଏହାପରେ ରବିବାର ଦିନ ୧୧ଟାରୁ ୧୨ଟା ପର୍ଯ୍ଯନ୍ତ ଶରଧାବାଲିରେ ହେବାକୁ ଥିବା ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ଉଦ୍ବୋଧନ ଦେବେ। ଦିନ ୧୨ଟା ୫ରେ ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ବର ଅଭିମୁଖେ ଯିବା କାର୍ୟ୍ୟକ୍ରମ ରହିଛି। ଶ୍ରୀ କୋବିନ୍ଦଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।






