ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ, ଓଡ଼ିଆରେ ଅନୁବାଦ ବହିକୁ ଲୋକାର୍ପଣ କଲେ ରାଷ୍ଟ୍ରପତି

The Sakala Picture
Published On

ଭୁବନେଶ୍ୱର : ଚଳିତ ବର୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଆରେ ଇଞ୍ଜିନିୟରିଂ ବହି ପଢ଼ିବେ। ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରିରେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଯିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏହି ପୁସ୍ତକ ପ୍ରସ୍ତୁତ କରିଛି। ପାଠ୍ୟ ପୁସ୍ତକଗୁଡ଼ିକର ଅନୁବାଦ ସମ୍ପୂର୍ଣ୍ଣ ଓଡ଼ିଆରେ କରାଯାଇଥିବାବେଳେ ସମ୍ପୃକ୍ତ ପାଠ୍ୟପୁସ୍ତକଗୁଡ଼ିକୁ ରାଷ୍ଟ୍ରପତି ଆଜି ଲୋକାର୍ପିତ କରିଛନ୍ତି। ଜୟଦେବ ଭବନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ପ୍ରସ୍ତୁତ ଇଞ୍ଜିନିୟରିଂ ପୁସ୍ତକ […]

ଭୁବନେଶ୍ୱର : ଚଳିତ ବର୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଆରେ ଇଞ୍ଜିନିୟରିଂ ବହି ପଢ଼ିବେ। ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରିରେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଯିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏହି ପୁସ୍ତକ ପ୍ରସ୍ତୁତ କରିଛି। ପାଠ୍ୟ ପୁସ୍ତକଗୁଡ଼ିକର ଅନୁବାଦ ସମ୍ପୂର୍ଣ୍ଣ ଓଡ଼ିଆରେ କରାଯାଇଥିବାବେଳେ ସମ୍ପୃକ୍ତ ପାଠ୍ୟପୁସ୍ତକଗୁଡ଼ିକୁ ରାଷ୍ଟ୍ରପତି ଆଜି ଲୋକାର୍ପିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

ଜୟଦେବ ଭବନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ପ୍ରସ୍ତୁତ ଇଞ୍ଜିନିୟରିଂ ପୁସ୍ତକ ସମୂହକୁ ଉନ୍ମୋଚନ କରିବା ସହ କହିଛନ୍ତି ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ବତନ୍ତ୍ର ଆକର୍ଷଣ ଥାଏ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ। ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ଗ୍ରହଣ କରିବାରେ କିଛି ଅସୁବିଧା ହେବ ନାହିଁ।ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ। ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା। ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ତାହା ବି ଦେଖିବା। ଆଜି ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି କହିଛନ୍ତି। ମାତୃଭାଷାରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ କରିଥିବାରୁ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟିମକୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଡ. ବି. ଆର୍. ଆମ୍ୱେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ଏଥି ସହିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍‍ ‘ଇ-କୁମ୍ଭ’ର ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏଆଇସିଟିର ଅଧ୍ୟକ୍ଷ ଏବଂ ଅବସର ବେଉରିଆ ପ୍ରମୁଖ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୧୮ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର(ଆଇଓଏସଆର) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ। ବିଶେଷ ଭାବରେ ଅପହଞ୍ଚ ଅଞ୍ଚଳର ପଢ଼ୁଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଭଲ ଭାବରେ ବୁଝିବା ସହ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ। ବିଗତ ବର୍ଷ ଜାନୁଆରୀରୁ ଅନୁବାଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ପୁସ୍ତକର ପରିଭାଷା ଦୁଇ ମାସ ଭିତରେ ପ୍ରସ୍ତୁତ କରାଯାଇଥିଲା। ପରିଭାଷାକୁ ଆଧାର କରି ୯ଟି ଇଞ୍ଜିନିୟରିଂ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡିଗ୍ରୀ ବହି ଓ ୧୧ଟି ଡିପ୍ଲୋମା ବହି ଅନୁବାଦ କରାଯାଇଥିଲା। ଏଥିପାଇଁ ୬ ମାସ ସମୟ ଲାଗିଥିଲା। ୩ଟି ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ୬ଟି ବେସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ବହିକୁ ଅନୁବାଦ କରିଥିଲେ। ଏହି ବହି ଗୁଡ଼ିକୁ ଉନ୍ମୋଚନ ପରେ ସବୁ ଡିଗ୍ରୀ ଓ ଡିପ୍ଲୋମା କଲେଜକୁ ଦିଆଯିବ। ଛାତ୍ରଛାତ୍ରୀ ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ।

11 Nov 2022 By The Sakala

ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ, ଓଡ଼ିଆରେ ଅନୁବାଦ ବହିକୁ ଲୋକାର୍ପଣ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ଚଳିତ ବର୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଆରେ ଇଞ୍ଜିନିୟରିଂ ବହି ପଢ଼ିବେ। ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରିରେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଯିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏହି ପୁସ୍ତକ ପ୍ରସ୍ତୁତ କରିଛି। ପାଠ୍ୟ ପୁସ୍ତକଗୁଡ଼ିକର ଅନୁବାଦ ସମ୍ପୂର୍ଣ୍ଣ ଓଡ଼ିଆରେ କରାଯାଇଥିବାବେଳେ ସମ୍ପୃକ୍ତ ପାଠ୍ୟପୁସ୍ତକଗୁଡ଼ିକୁ ରାଷ୍ଟ୍ରପତି ଆଜି ଲୋକାର୍ପିତ କରିଛନ୍ତି।

ଜୟଦେବ ଭବନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ପ୍ରସ୍ତୁତ ଇଞ୍ଜିନିୟରିଂ ପୁସ୍ତକ ସମୂହକୁ ଉନ୍ମୋଚନ କରିବା ସହ କହିଛନ୍ତି ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ବତନ୍ତ୍ର ଆକର୍ଷଣ ଥାଏ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ। ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ଗ୍ରହଣ କରିବାରେ କିଛି ଅସୁବିଧା ହେବ ନାହିଁ।ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ। ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା। ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ତାହା ବି ଦେଖିବା। ଆଜି ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି କହିଛନ୍ତି। ମାତୃଭାଷାରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ କରିଥିବାରୁ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟିମକୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଏଥି ସହିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍‍ ‘ଇ-କୁମ୍ଭ’ର ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏଆଇସିଟିର ଅଧ୍ୟକ୍ଷ ଏବଂ ଅବସର ବେଉରିଆ ପ୍ରମୁଖ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୧୮ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର(ଆଇଓଏସଆର) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ। ବିଶେଷ ଭାବରେ ଅପହଞ୍ଚ ଅଞ୍ଚଳର ପଢ଼ୁଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଭଲ ଭାବରେ ବୁଝିବା ସହ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ। ବିଗତ ବର୍ଷ ଜାନୁଆରୀରୁ ଅନୁବାଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ପୁସ୍ତକର ପରିଭାଷା ଦୁଇ ମାସ ଭିତରେ ପ୍ରସ୍ତୁତ କରାଯାଇଥିଲା। ପରିଭାଷାକୁ ଆଧାର କରି ୯ଟି ଇଞ୍ଜିନିୟରିଂ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡିଗ୍ରୀ ବହି ଓ ୧୧ଟି ଡିପ୍ଲୋମା ବହି ଅନୁବାଦ କରାଯାଇଥିଲା। ଏଥିପାଇଁ ୬ ମାସ ସମୟ ଲାଗିଥିଲା। ୩ଟି ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ୬ଟି ବେସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ବହିକୁ ଅନୁବାଦ କରିଥିଲେ। ଏହି ବହି ଗୁଡ଼ିକୁ ଉନ୍ମୋଚନ ପରେ ସବୁ ଡିଗ୍ରୀ ଓ ଡିପ୍ଲୋମା କଲେଜକୁ ଦିଆଯିବ। ଛାତ୍ରଛାତ୍ରୀ ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର