ମହୁମାଛି ନେଲା ଜୀବନ, ଆକ୍ରମଣରେ ଗର୍ଭବତୀ ମହିଳା ମୃତ

The Sakala Picture
Published On

ବଣାଇ: ମହୁମାଛି ନେଲା ଜୀବନ । ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ମୃତ ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ମହୁ ମାଛି […]

ବଣାଇ: ମହୁମାଛି ନେଲା ଜୀବନ । ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଗର୍ଭବତୀ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଧୂକା ମୁଣ୍ଡା ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ମୃତ ମହିଳାଙ୍କ ନାମ ସୁମି ମୁଣ୍ଡା। ସେ ସାତ ମାସର ଗର୍ଭବତୀ ଥିଲେ। ମହିଳା ଜଣଙ୍କ ଘର ନିକଟରେ ଥିବା ନାଳକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ମହୁ ମାଛି ଆକ୍ରମଣ କରିଥିଲେ। ଗର୍ଭବତୀ ଥିବା କାରଣରୁ ସେ ଦୌଡ଼ି ପାରିନଥିଲେ ।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

ମହୁମାଛିଙ୍କ ସଂଘବଦ୍ଧ ଆକ୍ରମଣରେ ମହିଳା ଜଣକ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାକୁ ଆଣି ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସିମିଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏକ ଅପମୁତ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର