ମହାମାରୀ ସ୍ଥିତିରେ ଶିକ୍ଷକମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର : ମହାମାରୀ ସ୍ଥିତିରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପରିଚାଳନା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ହୋଇଥିବା ଏହି ବୈଠକରେ ବିଗତ ବର୍ଷର ସମସ୍ତ ବାଧା ସତ୍ତ୍ବେ ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ […]

ଭୁବନେଶ୍ୱର : ମହାମାରୀ ସ୍ଥିତିରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପରିଚାଳନା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ହୋଇଥିବା ଏହି ବୈଠକରେ ବିଗତ ବର୍ଷର ସମସ୍ତ ବାଧା ସତ୍ତ୍ବେ ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ହିତାଧିକାରୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରାପ୍ୟ ଚାଉଳ ଓ ଟଙ୍କା ବଣ୍ଟା ଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

ପିଲାମାନଙ୍କ ବ୍ୟାଙ୍କଖାତାକୁ କିମ୍ୱା ବିଦ୍ୟାଳୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ପଇସା ଓ ଚାଉଳ ଦିଆଯିବା ସହିତ ପିଡିଏସ୍‍ ରିଟେଲରମାନଙ୍କ ମଧ୍ୟରେ ଚାଉଳ ବଣ୍ଟନ କରାଯାଇଛି। ସେହିପରି ଶିକ୍ଷକମାନଙ୍କ ଦ୍ୱାରା ପିଲାମାନଙ୍କୁ ଆଇରନ୍‍ ବଟିକା ମଧ୍ୟ ପ୍ରଦାନ କରାଯାଇଛି। ଏହି ସମୟରେ ୧୪,୯୬୭ ବିଦ୍ୟାଳୟକୁ ଏଲ୍‍ପିଜି ସଂଯୋଗ କରାଯିବା ସହ ୩୧,୫୦୦ ବିଦ୍ୟାଳୟରେମ ପୁଷ୍ଟି-ବଗିଚା କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୪୭ ହଜାର ସ୍କୁଲରେ ଏଲପିଜି ସଂଯୋଗ ହୋଇଥିବାବେଳେ ୪୩ ହଜାର ସ୍କୁଲରେ ପୁଷ୍ଟି-ବଗିଚା(ମୋ ବଗିଚା) ପାଇଁ ଅର୍ଥ ଯୋଗାଇ ଦିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ତଥ୍ୟ ରଖିଥିଲେ।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ବୈଠକରେ ମଧ୍ୟାହ୍ଣ ଭୋଜନର କାର୍ଯ୍ୟକାରିତା ଉପରେ ବିଷଦ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ଏହାକୁ କିପରି ଅଧିକ ସକ୍ରିୟ ଓ କ୍ରିୟାଶୀଳ କରିବା ଦିଗରେ ପର୍ଯ୍ୟାଲୋଚନା ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିି ଅନୁସାରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନ ଉପରେ ଶିକ୍ଷା ଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସିଏସ୍‍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ କହିଥିଲେ। ତେବେ ମହାମାରୀ ସ୍ଥିତି ସତ୍ୱେ୍ୱ ମଧ୍ୟ ମଧ୍ୟାହ୍ନ ଭୋଜନର ସୁପରିଚାଳନା ପାଇଁ ଶିକ୍ଷକମାନଙ୍କର ଉଚ୍ଚ ପ୍ରଶଂସା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

ସେହିପରି ମଧ୍ୟାହ୍ନ ଭୋଜନ ରୋଷଶାଳାଗୁଡ଼ିକୁ ବିପର୍ଯ୍ୟୟ ପ୍ରତିରୋଧୀ ଭାବରେ ପ୍ରସ୍ତୁତି କରିବା ସହ ବିଦ୍ୟାଳୟମାନଙ୍କରେ ଥିବା ପୁଷ୍ଟି ବଗିଚାରେ ଜଳସେଚନର ସୁବ୍ୟବସ୍ଥା କରିବା ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଥିଲେ। ମଧ୍ୟାହ୍ଣ ଭୋଜନରେ ଦିଆଯାଉଥିବା ଖାଦ୍ୟକୁ ଅଧିକ ପୁଷ୍ଟିଯୁକ୍ତ କରିବା ପାଇଁ ପୋଷଣଯୁକ୍ତ ବା ଫର୍ଟିଫାଏଡ୍‍ ଚାଉଳ ବ୍ୟବହାର କରାଯିବ। ଏଥି ପାଇଁ ରାଜ୍ୟ ପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଏହାର କାର୍ଯ୍ୟକାରିତାର ଦିଗ ଓ ଆର୍ଥିକ ଆବଶ୍ୟକତା ଉପରେ ବିଶଦ ଅନୁଧ୍ୟାନ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

02 Jun 2021 By The Sakala

ମହାମାରୀ ସ୍ଥିତିରେ ଶିକ୍ଷକମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ୱର : ମହାମାରୀ ସ୍ଥିତିରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପରିଚାଳନା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ହୋଇଥିବା ଏହି ବୈଠକରେ ବିଗତ ବର୍ଷର ସମସ୍ତ ବାଧା ସତ୍ତ୍ବେ ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ହିତାଧିକାରୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରାପ୍ୟ ଚାଉଳ ଓ ଟଙ୍କା ବଣ୍ଟା ଯାଇଛି।

ପିଲାମାନଙ୍କ ବ୍ୟାଙ୍କଖାତାକୁ କିମ୍ୱା ବିଦ୍ୟାଳୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ପଇସା ଓ ଚାଉଳ ଦିଆଯିବା ସହିତ ପିଡିଏସ୍‍ ରିଟେଲରମାନଙ୍କ ମଧ୍ୟରେ ଚାଉଳ ବଣ୍ଟନ କରାଯାଇଛି। ସେହିପରି ଶିକ୍ଷକମାନଙ୍କ ଦ୍ୱାରା ପିଲାମାନଙ୍କୁ ଆଇରନ୍‍ ବଟିକା ମଧ୍ୟ ପ୍ରଦାନ କରାଯାଇଛି। ଏହି ସମୟରେ ୧୪,୯୬୭ ବିଦ୍ୟାଳୟକୁ ଏଲ୍‍ପିଜି ସଂଯୋଗ କରାଯିବା ସହ ୩୧,୫୦୦ ବିଦ୍ୟାଳୟରେମ ପୁଷ୍ଟି-ବଗିଚା କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୪୭ ହଜାର ସ୍କୁଲରେ ଏଲପିଜି ସଂଯୋଗ ହୋଇଥିବାବେଳେ ୪୩ ହଜାର ସ୍କୁଲରେ ପୁଷ୍ଟି-ବଗିଚା(ମୋ ବଗିଚା) ପାଇଁ ଅର୍ଥ ଯୋଗାଇ ଦିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ତଥ୍ୟ ରଖିଥିଲେ।

ବୈଠକରେ ମଧ୍ୟାହ୍ଣ ଭୋଜନର କାର୍ଯ୍ୟକାରିତା ଉପରେ ବିଷଦ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ଏହାକୁ କିପରି ଅଧିକ ସକ୍ରିୟ ଓ କ୍ରିୟାଶୀଳ କରିବା ଦିଗରେ ପର୍ଯ୍ୟାଲୋଚନା ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିି ଅନୁସାରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନ ଉପରେ ଶିକ୍ଷା ଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସିଏସ୍‍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ କହିଥିଲେ। ତେବେ ମହାମାରୀ ସ୍ଥିତି ସତ୍ୱେ୍ୱ ମଧ୍ୟ ମଧ୍ୟାହ୍ନ ଭୋଜନର ସୁପରିଚାଳନା ପାଇଁ ଶିକ୍ଷକମାନଙ୍କର ଉଚ୍ଚ ପ୍ରଶଂସା କରାଯାଇଥିଲା।

ସେହିପରି ମଧ୍ୟାହ୍ନ ଭୋଜନ ରୋଷଶାଳାଗୁଡ଼ିକୁ ବିପର୍ଯ୍ୟୟ ପ୍ରତିରୋଧୀ ଭାବରେ ପ୍ରସ୍ତୁତି କରିବା ସହ ବିଦ୍ୟାଳୟମାନଙ୍କରେ ଥିବା ପୁଷ୍ଟି ବଗିଚାରେ ଜଳସେଚନର ସୁବ୍ୟବସ୍ଥା କରିବା ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଥିଲେ। ମଧ୍ୟାହ୍ଣ ଭୋଜନରେ ଦିଆଯାଉଥିବା ଖାଦ୍ୟକୁ ଅଧିକ ପୁଷ୍ଟିଯୁକ୍ତ କରିବା ପାଇଁ ପୋଷଣଯୁକ୍ତ ବା ଫର୍ଟିଫାଏଡ୍‍ ଚାଉଳ ବ୍ୟବହାର କରାଯିବ। ଏଥି ପାଇଁ ରାଜ୍ୟ ପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଏହାର କାର୍ଯ୍ୟକାରିତାର ଦିଗ ଓ ଆର୍ଥିକ ଆବଶ୍ୟକତା ଉପରେ ବିଶଦ ଅନୁଧ୍ୟାନ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର