ଓଡ଼ିଶାରେ ମହଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର, ଲିଟର ପିଛା ବଢ଼ିଲା ୪ ଟଙ୍କା

Suryakanta Picture
Published On

ରାଜ୍ୟରେ ମହଙ୍ଗା ହେଲା ଓମ୍‌ଫେଡ୍ (OMFED) କ୍ଷୀର। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍ ପକ୍ଷରୁ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଅଧ ଲିଟର କ୍ଷୀର ପ୍ୟାକେଟ୍ ପିଛା ଗ୍ରାହକଙ୍କୁ ଏଣିକି ଅତିରିକ୍ତ ୨ ଟଙ୍କା ଗଣିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆ ରେଟ୍ ଚାର୍ଟ

ନୂତନ ଦର ଅନୁଯାୟୀ, ୫୦୦ ମିଲିଲିଟର (ଅଧ ଲିଟର) ଟୋନ୍‌ଡ (Toned) କ୍ଷୀର ପ୍ୟାକେଟ୍ ମୂଲ୍ୟ ୨୧ ଟଙ୍କା ବଦଳରେ ୨୩ ଟଙ୍କା ହୋଇଛି। ସେହିପରି ୫୦୦ ମିଲିଲିଟର ପ୍ରିମିୟମ୍ (Premium) ଏବଂ ଗୋଲ୍ଡ ମିଲ୍କ (Gold Milk)ର ଦାମ୍ ୨୪ ଟଙ୍କା ବଦଳରେ ଏବେ ୨୬ ଟଙ୍କା ହେବ। ଏହା ସହିତ ଚାହା ସ୍ପେଶାଲ୍ କ୍ଷୀର ପ୍ୟାକେଟ୍ ଦର ମଧ୍ୟ ବୃଦ୍ଧି ପାଇଛି, ଯାହାକି ୨୩ ଟଙ୍କା ପରିବର୍ତ୍ତେ ନୂଆ ଦରରେ ୨୫ ଟଙ୍କାରେ ବିକ୍ରି ହେବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

କାହିଁକି ବଢ଼ିଲା ଦର?

ଗୋଖାଦ୍ୟ ଠାରୁ ଆରମ୍ଭ କରି ପ୍ୟାକେଜିଂ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ବୃଦ୍ଧି ପାଇଥିବାରୁ କ୍ଷୀର ଦର ବଢ଼ାଇବାକୁ ବାଧ୍ୟ ହୋଇଥିବା ଓମ୍‌ଫେଡ୍ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି। ବିଶେଷ କରି ଗାଈଙ୍କ ଖାଦ୍ୟ, ଔଷଧ, ଇନ୍ଧନ, ଯାତାୟାତ ଏବଂ ପ୍ୟାକେଜିଂ ସାମଗ୍ରୀର ଖର୍ଚ୍ଚ ଆଶାତୀତ ଭାବେ ବଢ଼ିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଓମ୍‌ଫେଡ୍ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଦୁଗ୍ଧ ଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରିବା ଏବଂ କ୍ଷୀର ଉତ୍ପାଦନକୁ ସ୍ଥାୟୀ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସ୍ଥାର ମୋଟ ରାଜସ୍ୱର ପ୍ରାୟ ୯୦ ପ୍ରତିଶତ କେବଳ କ୍ଷୀର କ୍ରୟରେ ହିଁ ଖର୍ଚ୍ଚ ହୋଇଥାଏ। ତେଣୁ ଚାଷୀମାନେ ଏବେ ଲିଟର ପିଛା ଅଧିକ ଲାଭ ପାଇବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଗତ କିଛି ଦିନ ଧରି ବଜାରରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ସତ୍ତ୍ୱେ ଓମ୍‌ଫେଡ୍ କ୍ଷୀର ଦରକୁ ଅପରିବର୍ତ୍ତିତ ରଖିଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଦର ବୃଦ୍ଧି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସଂସ୍ଥା ସ୍ପଷ୍ଟ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର