ଏବେବି ଆଳୁ କିଲୋ ୩୫, ଚିନ୍ତାରେ ଖାଉଟି, ମନ୍ତ୍ରୀ କହୁଛନ୍ତି ୧୫-୨୦ ଟଙ୍କାରେ ବିକ୍ରି ହେଉଛି ଆଳୁ

The Sakala Picture
Published On

ଭୁବନେଶ୍ୱର : ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ପ୍ରତିଦିନ ବଢ଼ୁଛି। ଫଳରେ ମହଙ୍ଗା ମାଡ଼ରେ କଲବଲ ହେଉଛନ୍ତି ସାଧାରଣ ଖାଉଟି। ପନିପରିବାଠାରୁ ଆରମ୍ଭ କରି ତେଲ, ଡାଲି ଆଦି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ହୁ’ହୁ’ ହୋଇ ବଢ଼ିବାରେ ଲାଗିଛି। ଏତିକିବେଳେ ଗରିବ ଲୋକଙ୍କ ଖାଦ୍ୟ ଥାଳିର ପ୍ରମୁଖ ଖାଦ୍ୟ ସାମଗ୍ରୀ ଆଳୁର ଦାମ୍‌ ବି କିଲୋ ପିଛା ୩୫ରୁ ତଳକୁ ଖସୁନି। ଫଳରେ ସାଧାରଣ ଗରିବ ଲୋକ ସାମାନ୍ୟ ଆଳୁ କିଲୋଟିଏ ଘରକୁ […]

ଭୁବନେଶ୍ୱର : ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ପ୍ରତିଦିନ ବଢ଼ୁଛି। ଫଳରେ ମହଙ୍ଗା ମାଡ଼ରେ କଲବଲ ହେଉଛନ୍ତି ସାଧାରଣ ଖାଉଟି। ପନିପରିବାଠାରୁ ଆରମ୍ଭ କରି ତେଲ, ଡାଲି ଆଦି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ହୁ’ହୁ’ ହୋଇ ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ଏତିକିବେଳେ ଗରିବ ଲୋକଙ୍କ ଖାଦ୍ୟ ଥାଳିର ପ୍ରମୁଖ ଖାଦ୍ୟ ସାମଗ୍ରୀ ଆଳୁର ଦାମ୍‌ ବି କିଲୋ ପିଛା ୩୫ରୁ ତଳକୁ ଖସୁନି। ଫଳରେ ସାଧାରଣ ଗରିବ ଲୋକ ସାମାନ୍ୟ ଆଳୁ କିଲୋଟିଏ ଘରକୁ ଆଣିବାକୁ ସକ୍ଷମ ହେଉନି। ମାସାଧିକ କାଳ ଏହି ଦାମ୍‌ ବଳବତ୍ତର ରହିଥିବାବେଳେ ସରକାରଙ୍କ ପକ୍ଷରୁ ଦାମ୍‌ କମାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଜାରର ବାସ୍ତବସ୍ଥିତି ନ ଜାଣି ଆଳୁ କିଲୋ ୧୫-୨୦ ଟଙ୍କାରେ ବିକ୍ରି ହେଉଛି ବୋଲି ବାହାସ୍ଫୋଟ ମାରୁଛନ୍ତି। ମହଙ୍ଗା ମାଡ଼ରେ କଲବଲ ଖାଉଟି ମନ୍ତ୍ରୀଙ୍କ ଏଭଳି ବିବୃତ୍ତିକୁ ଘୋର ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

ସୂଚନାନୁସାରେ, ଜୁଲାଇ ଶେଷ ସପ୍ତାହରେ ଆଳୁକୁ ନେଇ ରାଜ୍ୟରେ ସଂକଟଜନକସ୍ଥିତି ଉପୁଜୁଥିଲା। ଏହାପରେ ଦାମ୍‌ ବଢ଼ି କିଲୋ ପିଛା ୬୦-୭୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଗଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସର୍ବକାଳୀନ ରେକର୍ଡ। ଏହା ପରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ୱାଭାବିକ ହେଲା। ରାଜ୍ୟର ଧୀରେ ଧୀରେ ଦର ହ୍ରାସ ପାଇଲା। ହେଲେ ପୂର୍ବଭଳି ଦର ଖସି ନ ଥିଲା। ଏହି ସଂକଟ ପୂର୍ବରୁ ଦର ୨୦ରୁ ୨୫ ଟଙ୍କା ରହୁଥିବାବେଳେ ଏବେ କିଲୋ ପିଛା ୩୫ରୁ ୪୦ଟଙ୍କା ରହୁଛି। ପାଇକାରୀ ଦର ମାସେ ହେଲା ୨୦ରୁ ୨୨ ଟଙ୍କା ରହୁଥିବାବେଳେ ଖୁଚୁରା ବଜାର କିନ୍ତୁ ୩୩ ତଳକୁ ଖସୁନି। ଏହାକୁ ନେଇ ଖାଉଟିଙ୍କ ମହଲରେ ଅସନ୍ତୋଷ ବଢ଼ୁଥିବାବେଳେ ଯୋଗାଣ ବିଭାଗ କିନ୍ତୁ ଦର ନିୟନ୍ତ୍ରଣ କରିବା ଦିଗରେ କୌଣସି ପଦକ୍ଷେପ ନେଉନି। ଖୁଚୁରା ବେପାରୀ ପାଇକାରୀ ଦରଠାରୁ ୫ରୁ ୬ ଟଙ୍କା ଲାଭ ରଖି ବିକ୍ରି କରିବା ପରିବର୍ତ୍ତେ ୧୦ରୁ ୧୫ ଟଙ୍କା ଉଚ୍ଚାରେ ବିକ୍ରି କରୁଛନ୍ତି। ରାଜଧାନୀରେ କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି ଏଭଳି ଉଚ୍ଚା ଦାମ୍‌ରେ ବିକୁଥିବାରୁ ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ୁଛି ବୋଲି ଅଭିଯୋଗ ହେଉଛି। ଯୋଗାଣ ବିଭାଗର ସ୍ଥାଣୁତା ଏହି ଅସାଧୁ ବ୍ୟବସାୟୀଙ୍କୁ ବଳ ଯୋଗାଉଛି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ରଙ୍କ କହିବାନୁସାରେ, ପ୍ରତିଦିନ ଦାମ୍‌ ବଢ଼ୁଛି, କମୁଛି। ଆଳୁ ଆମଦାନୀରେ କିନ୍ତୁ କୌଣସି ସମସ୍ୟା ନାହିଁ। ଓଡ଼ିଶାକୁ ଯେତିକି ଆଳୁ ଆବଶ୍ୟକ ପ୍ରତିଦିନ ତାହା ଆସୁଛି। ପାଇକାରୀ ଦର ୨୦ରୁ ୨୨ଟଙ୍କା ଭିତରେ ସ୍ଥିର ରହୁଛି ବୋଲି ସେ କହିଛନ୍ତି। ଖୁଚୁରା ବ୍ୟବସାୟୀ ଗୋଲକ ବିହାରୀ ସାହୁ କହିଛନ୍ତି, ଆମେ ୩ କିଲୋକୁ ଶହେ ଟଙ୍କାରେ ବିକ୍ରି କରୁଛୁ।

ପାଇକାରୀ ବଜାରରୁ କିଲୋ ୨୨ଟଙ୍କାରେ କିଣୁଥିବାବେଳେ ପଚା, ସଢ଼ା ଓ ପରିବହନ ଆଦି ଖର୍ଚ୍ଚକୁ ମିଶାଇଲେ ଆମକୁ ୨୫ରୁ ୨୮ ଟଙ୍କା ହୋଇଯାଉଛି। ତେଣୁ ୩୩ ଟଙ୍କାରେ ବିକ୍ରି କରିବାକୁ ଆମେ ବାଧ୍ୟ ବୋଲି ସେ କହିଛନ୍ତି। ଗ୍ରାହକ ପ୍ରକାଶ ବିଶ୍ୱାଳ କହିଛନ୍ତି, ନିର୍ବାଚନ ପରେ ସବୁ ସାମଗ୍ରୀର ଦାମ୍‌ ହୁ’ହୁ’ ବଢ଼ୁଛି। ହେଲେ ମୁଁ ଗୋଟିଏ ଘରୋଇ କମ୍ପାନୀରେ ଚାକିରି କରିଛି, ସେଥିରେ କରୋନା ପରଠାରୁ ଦରମା ବଢ଼ୁନି। ଏହି ମହଙ୍ଗା ମାଡ଼ରେ ଚଳିବା ମୁସ୍କିଲ୍‌ ହୋଇଗଲାଣି ବୋଲି ସେ କ୍ଷୋଭର ସହ କହିଛନ୍ତି। ସରକାର ଲୋକଙ୍କ ହିତ କରିବା ପରିବର୍ତ୍ତେ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ସେ କହିଛନ୍ତି।

21 Sep 2024 By The Sakala

ଏବେବି ଆଳୁ କିଲୋ ୩୫, ଚିନ୍ତାରେ ଖାଉଟି, ମନ୍ତ୍ରୀ କହୁଛନ୍ତି ୧୫-୨୦ ଟଙ୍କାରେ ବିକ୍ରି ହେଉଛି ଆଳୁ

ଭୁବନେଶ୍ୱର : ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ପ୍ରତିଦିନ ବଢ଼ୁଛି। ଫଳରେ ମହଙ୍ଗା ମାଡ଼ରେ କଲବଲ ହେଉଛନ୍ତି ସାଧାରଣ ଖାଉଟି। ପନିପରିବାଠାରୁ ଆରମ୍ଭ କରି ତେଲ, ଡାଲି ଆଦି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ହୁ’ହୁ’ ହୋଇ ବଢ଼ିବାରେ ଲାଗିଛି।

ଏତିକିବେଳେ ଗରିବ ଲୋକଙ୍କ ଖାଦ୍ୟ ଥାଳିର ପ୍ରମୁଖ ଖାଦ୍ୟ ସାମଗ୍ରୀ ଆଳୁର ଦାମ୍‌ ବି କିଲୋ ପିଛା ୩୫ରୁ ତଳକୁ ଖସୁନି। ଫଳରେ ସାଧାରଣ ଗରିବ ଲୋକ ସାମାନ୍ୟ ଆଳୁ କିଲୋଟିଏ ଘରକୁ ଆଣିବାକୁ ସକ୍ଷମ ହେଉନି। ମାସାଧିକ କାଳ ଏହି ଦାମ୍‌ ବଳବତ୍ତର ରହିଥିବାବେଳେ ସରକାରଙ୍କ ପକ୍ଷରୁ ଦାମ୍‌ କମାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଜାରର ବାସ୍ତବସ୍ଥିତି ନ ଜାଣି ଆଳୁ କିଲୋ ୧୫-୨୦ ଟଙ୍କାରେ ବିକ୍ରି ହେଉଛି ବୋଲି ବାହାସ୍ଫୋଟ ମାରୁଛନ୍ତି। ମହଙ୍ଗା ମାଡ଼ରେ କଲବଲ ଖାଉଟି ମନ୍ତ୍ରୀଙ୍କ ଏଭଳି ବିବୃତ୍ତିକୁ ଘୋର ନିନ୍ଦା କରିଛନ୍ତି।

ସୂଚନାନୁସାରେ, ଜୁଲାଇ ଶେଷ ସପ୍ତାହରେ ଆଳୁକୁ ନେଇ ରାଜ୍ୟରେ ସଂକଟଜନକସ୍ଥିତି ଉପୁଜୁଥିଲା। ଏହାପରେ ଦାମ୍‌ ବଢ଼ି କିଲୋ ପିଛା ୬୦-୭୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଗଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସର୍ବକାଳୀନ ରେକର୍ଡ। ଏହା ପରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ୱାଭାବିକ ହେଲା। ରାଜ୍ୟର ଧୀରେ ଧୀରେ ଦର ହ୍ରାସ ପାଇଲା। ହେଲେ ପୂର୍ବଭଳି ଦର ଖସି ନ ଥିଲା। ଏହି ସଂକଟ ପୂର୍ବରୁ ଦର ୨୦ରୁ ୨୫ ଟଙ୍କା ରହୁଥିବାବେଳେ ଏବେ କିଲୋ ପିଛା ୩୫ରୁ ୪୦ଟଙ୍କା ରହୁଛି। ପାଇକାରୀ ଦର ମାସେ ହେଲା ୨୦ରୁ ୨୨ ଟଙ୍କା ରହୁଥିବାବେଳେ ଖୁଚୁରା ବଜାର କିନ୍ତୁ ୩୩ ତଳକୁ ଖସୁନି। ଏହାକୁ ନେଇ ଖାଉଟିଙ୍କ ମହଲରେ ଅସନ୍ତୋଷ ବଢ଼ୁଥିବାବେଳେ ଯୋଗାଣ ବିଭାଗ କିନ୍ତୁ ଦର ନିୟନ୍ତ୍ରଣ କରିବା ଦିଗରେ କୌଣସି ପଦକ୍ଷେପ ନେଉନି। ଖୁଚୁରା ବେପାରୀ ପାଇକାରୀ ଦରଠାରୁ ୫ରୁ ୬ ଟଙ୍କା ଲାଭ ରଖି ବିକ୍ରି କରିବା ପରିବର୍ତ୍ତେ ୧୦ରୁ ୧୫ ଟଙ୍କା ଉଚ୍ଚାରେ ବିକ୍ରି କରୁଛନ୍ତି। ରାଜଧାନୀରେ କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି ଏଭଳି ଉଚ୍ଚା ଦାମ୍‌ରେ ବିକୁଥିବାରୁ ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ୁଛି ବୋଲି ଅଭିଯୋଗ ହେଉଛି। ଯୋଗାଣ ବିଭାଗର ସ୍ଥାଣୁତା ଏହି ଅସାଧୁ ବ୍ୟବସାୟୀଙ୍କୁ ବଳ ଯୋଗାଉଛି ବୋଲି କୁହାଯାଉଛି।

ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ରଙ୍କ କହିବାନୁସାରେ, ପ୍ରତିଦିନ ଦାମ୍‌ ବଢ଼ୁଛି, କମୁଛି। ଆଳୁ ଆମଦାନୀରେ କିନ୍ତୁ କୌଣସି ସମସ୍ୟା ନାହିଁ। ଓଡ଼ିଶାକୁ ଯେତିକି ଆଳୁ ଆବଶ୍ୟକ ପ୍ରତିଦିନ ତାହା ଆସୁଛି। ପାଇକାରୀ ଦର ୨୦ରୁ ୨୨ଟଙ୍କା ଭିତରେ ସ୍ଥିର ରହୁଛି ବୋଲି ସେ କହିଛନ୍ତି। ଖୁଚୁରା ବ୍ୟବସାୟୀ ଗୋଲକ ବିହାରୀ ସାହୁ କହିଛନ୍ତି, ଆମେ ୩ କିଲୋକୁ ଶହେ ଟଙ୍କାରେ ବିକ୍ରି କରୁଛୁ।

ପାଇକାରୀ ବଜାରରୁ କିଲୋ ୨୨ଟଙ୍କାରେ କିଣୁଥିବାବେଳେ ପଚା, ସଢ଼ା ଓ ପରିବହନ ଆଦି ଖର୍ଚ୍ଚକୁ ମିଶାଇଲେ ଆମକୁ ୨୫ରୁ ୨୮ ଟଙ୍କା ହୋଇଯାଉଛି। ତେଣୁ ୩୩ ଟଙ୍କାରେ ବିକ୍ରି କରିବାକୁ ଆମେ ବାଧ୍ୟ ବୋଲି ସେ କହିଛନ୍ତି। ଗ୍ରାହକ ପ୍ରକାଶ ବିଶ୍ୱାଳ କହିଛନ୍ତି, ନିର୍ବାଚନ ପରେ ସବୁ ସାମଗ୍ରୀର ଦାମ୍‌ ହୁ’ହୁ’ ବଢ଼ୁଛି। ହେଲେ ମୁଁ ଗୋଟିଏ ଘରୋଇ କମ୍ପାନୀରେ ଚାକିରି କରିଛି, ସେଥିରେ କରୋନା ପରଠାରୁ ଦରମା ବଢ଼ୁନି। ଏହି ମହଙ୍ଗା ମାଡ଼ରେ ଚଳିବା ମୁସ୍କିଲ୍‌ ହୋଇଗଲାଣି ବୋଲି ସେ କ୍ଷୋଭର ସହ କହିଛନ୍ତି। ସରକାର ଲୋକଙ୍କ ହିତ କରିବା ପରିବର୍ତ୍ତେ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର