ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

Madhusudan Das Picture
Published On

ନୟାଗଡ: ଜୀବନ ହାରିଲେ କନେଷ୍ଟବଳ। ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ । ମୃତ କନଷ୍ଟେବଳଙ୍କ ନାଁ ସୁନୀଲ ସେଠୀ ବୋଲି ଜଣାପଡ଼ିଛି। ନୟାଗଡ ରିଜର୍ଭ ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ ସୁନୀଲ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

ସୂଚନା ଅନୁସାରେ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକକୁ ନିଜକୁ ଗୁଳି କରି କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ନୟାଗଡ ପୋଲିସ । ଘଟଣାସ୍ଥଳରେ ନୟାଗଡ ଆରକ୍ଷୀ ଅଧିକାରୀ ଓ ଜିଲ୍ଲାପାଳ ପହଂଚି ଘଟଣାକୁ ଅନୁଧ୍ୟାନ କରିବା ସହିତ ତଦନ୍ତ ଚଲାଇଛନ୍ତି । ରିପୋର୍ଟ ଆସିବା ପରେ ପୁରା ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଦେହରେ କିରୋସିନ ଢାଳି ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

05 Feb 2026 By Madhusudan Das

ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

ନୟାଗଡ: ଜୀବନ ହାରିଲେ କନେଷ୍ଟବଳ। ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ । ମୃତ କନଷ୍ଟେବଳଙ୍କ ନାଁ ସୁନୀଲ ସେଠୀ ବୋଲି ଜଣାପଡ଼ିଛି। ନୟାଗଡ ରିଜର୍ଭ ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ ସୁନୀଲ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

ସୂଚନା ଅନୁସାରେ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକକୁ ନିଜକୁ ଗୁଳି କରି କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ନୟାଗଡ ପୋଲିସ । ଘଟଣାସ୍ଥଳରେ ନୟାଗଡ ଆରକ୍ଷୀ ଅଧିକାରୀ ଓ ଜିଲ୍ଲାପାଳ ପହଂଚି ଘଟଣାକୁ ଅନୁଧ୍ୟାନ କରିବା ସହିତ ତଦନ୍ତ ଚଲାଇଛନ୍ତି । ରିପୋର୍ଟ ଆସିବା ପରେ ପୁରା ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର