ଜେରା ସମୟରେ ଫେରାର ହୋଇଗଲେ କନେଷ୍ଟବଳ, ଆଜି ସକାଳେ ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ କରିଥିଲା ୩୫ ଜଣିଆ ଭିଜିଲାନ୍ସ ଟିମ

The Sakala Picture
Published On

ବାରିପଦା: ଫେରାର ହୋଇଗଲେ ପୁଲିସ କନେଷ୍ଟବଳ । ଭିଜିଲାନ୍ସ ଜେରା କରିବା ସମୟରେ ଫେରାର ହୋଇଯାଇଛନ୍ତି କନେଷ୍ଟବଳ ନିହାର ଦଣ୍ଡପାଟ । ନିଜ ପତ୍ନୀଙ୍କ ସହିତ କଥା ହେବା ସମୟରେ ଘର ଛାତରୁ ଡିଆଁ ମାରି ଫେରାର ହୋଇଯାଇଥିବା ନେଇ ସୂଚନାରୁ ଜଣାପଡିଛି । ଆଜି ସକାଳେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲେ। ତାଙ୍କର ପୈତୃକ ଓ ଶଶୁର ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଥିଲା […]

ବାରିପଦା: ଫେରାର ହୋଇଗଲେ ପୁଲିସ କନେଷ୍ଟବଳ । ଭିଜିଲାନ୍ସ ଜେରା କରିବା ସମୟରେ ଫେରାର ହୋଇଯାଇଛନ୍ତି କନେଷ୍ଟବଳ ନିହାର ଦଣ୍ଡପାଟ । ନିଜ ପତ୍ନୀଙ୍କ ସହିତ କଥା ହେବା ସମୟରେ ଘର ଛାତରୁ ଡିଆଁ ମାରି ଫେରାର ହୋଇଯାଇଥିବା ନେଇ ସୂଚନାରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: 'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'

ଆଜି ସକାଳେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲେ। ତାଙ୍କର ପୈତୃକ ଓ ଶଶୁର ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ । ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ୬ଟି ଟିମରେ ୩୫ଜଣ ଅଫିସର ଚଢ଼ାଉ କରିଥିଲେ । ବାରିପଦାର ଭଞ୍ଜପୁରରେ ନବ ନିର୍ମିତ କୋଠା ଘର, ୨ଟି ବ୍ୟବସାୟ ପ୍ରତିଷ୍ଠାନ, ବଡସାହି ଥାନା ବେଲପାଳ ପୈତୃକ ଘର, ରାଉରକେଲା ସ୍ଥିତ ଶଶୁର ଘର ଓ ଶଶୁରଙ୍କ ପୈତୃକ ଗ୍ରାମ(ପଶ୍ଚିମବଙ୍ଗ)ରେ ଚଢ଼ାଉ କରିଥିଲେ । ତେବେ ଏବେ ଯାଏଁ କେତେ ପରିମାଣରେ ସମ୍ପତ୍ତି ଠାବ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆମେରିକୀୟ ଫିଲ୍ମ ନିର୍ମାତାଙ୍କୁ ମାଗଣା ଚିକିତ୍ସା, ୦ ଟଙ୍କାର ବିଲ୍ ଦେଖି ଆଶ୍ଚର୍ଯ୍ୟ ହେଲେ ବିଦେଶୀ ପର୍ଯ୍ୟଟକ

11 Jan 2022 By The Sakala

ଜେରା ସମୟରେ ଫେରାର ହୋଇଗଲେ କନେଷ୍ଟବଳ, ଆଜି ସକାଳେ ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ କରିଥିଲା ୩୫ ଜଣିଆ ଭିଜିଲାନ୍ସ ଟିମ

ବାରିପଦା: ଫେରାର ହୋଇଗଲେ ପୁଲିସ କନେଷ୍ଟବଳ । ଭିଜିଲାନ୍ସ ଜେରା କରିବା ସମୟରେ ଫେରାର ହୋଇଯାଇଛନ୍ତି କନେଷ୍ଟବଳ ନିହାର ଦଣ୍ଡପାଟ । ନିଜ ପତ୍ନୀଙ୍କ ସହିତ କଥା ହେବା ସମୟରେ ଘର ଛାତରୁ ଡିଆଁ ମାରି ଫେରାର ହୋଇଯାଇଥିବା ନେଇ ସୂଚନାରୁ ଜଣାପଡିଛି ।

ଆଜି ସକାଳେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲେ। ତାଙ୍କର ପୈତୃକ ଓ ଶଶୁର ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଚଢ଼ାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ । ବାଲେଶ୍ଵର ଭିଜିଲାନ୍ସ ଏସପିଙ୍କ ନେତୃତ୍ବରେ ୬ଟି ଟିମରେ ୩୫ଜଣ ଅଫିସର ଚଢ଼ାଉ କରିଥିଲେ । ବାରିପଦାର ଭଞ୍ଜପୁରରେ ନବ ନିର୍ମିତ କୋଠା ଘର, ୨ଟି ବ୍ୟବସାୟ ପ୍ରତିଷ୍ଠାନ, ବଡସାହି ଥାନା ବେଲପାଳ ପୈତୃକ ଘର, ରାଉରକେଲା ସ୍ଥିତ ଶଶୁର ଘର ଓ ଶଶୁରଙ୍କ ପୈତୃକ ଗ୍ରାମ(ପଶ୍ଚିମବଙ୍ଗ)ରେ ଚଢ଼ାଉ କରିଥିଲେ । ତେବେ ଏବେ ଯାଏଁ କେତେ ପରିମାଣରେ ସମ୍ପତ୍ତି ଠାବ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର