ପୁଲିସ ଖୋଲୁଛି ରାଇମୋହନଙ୍କ ମୃତ୍ୟୁ ରହସ୍ୟ : ପ୍ରାଥମିକ ତଦନ୍ତ ପରେ ଏସିପି କହିଲେ…

The Sakala Picture
Published On

ଭୁବନେଶ୍ବର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ କାହିଁକି କଲେ ଆତ୍ମହତ୍ୟା। ତାଙ୍କ ଆତ୍ମହତ୍ୟା ପଛର କଣ ରହିଛି କାରଣ। ରାଇଙ୍କ ମୃତ୍ୟୁ ମାମଲାକୁ ନେଇ ଏପରି ଅନେକ ରହସ୍ୟ ଲାଗିରହିଛି। ସାରା ଓଡ଼ିଶାବାସୀ ମଧ୍ୟ ତାଙ୍କ ପ୍ରିୟ କଳାକାରଙ୍କ ମୃତ୍ୟୁ କଣ ପାଇଁ ହେଲା ତାହା ଜାଣିବାକୁ ଚାହୁଁଛନ୍ତି। ଆଉ ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ କମିଶନରେଟ୍‌ ପୁଲିସ ତଦନ୍ତ ପକ୍ରିୟାକୁ ଜୋରଦାର କରିଛି। […]

ଭୁବନେଶ୍ବର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ କାହିଁକି କଲେ ଆତ୍ମହତ୍ୟା। ତାଙ୍କ ଆତ୍ମହତ୍ୟା ପଛର କଣ ରହିଛି କାରଣ। ରାଇଙ୍କ ମୃତ୍ୟୁ ମାମଲାକୁ ନେଇ ଏପରି ଅନେକ ରହସ୍ୟ ଲାଗିରହିଛି। ସାରା ଓଡ଼ିଶାବାସୀ ମଧ୍ୟ ତାଙ୍କ ପ୍ରିୟ କଳାକାରଙ୍କ ମୃତ୍ୟୁ କଣ ପାଇଁ ହେଲା ତାହା ଜାଣିବାକୁ ଚାହୁଁଛନ୍ତି। ଆଉ ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ କମିଶନରେଟ୍‌ ପୁଲିସ ତଦନ୍ତ ପକ୍ରିୟାକୁ ଜୋରଦାର କରିଛି। ଗତକାଲି ମଞ୍ଚେଶ୍ୱର ଥାନାର ୪ଜଣିଆ ମହିଳା ପୁଲିସ ଟିମ୍‍ ରାଇମୋହନଙ୍କ ଘରକୁ ଯାଇ ତନାଘନା କରିଛନ୍ତି। ରାଇମୋହନଙ୍କ ପତ୍ନୀ, ଜ୍ୱାଇଁ, ଦୁଇ ଝିଅ, ପୁତୁରା ଏବଂ ଡ୍ରାଇଭରକୁ ୨ଘଣ୍ଟା କାଳ ପୁଲିସ ପଚରାଉଚରା କରିଥିଲା।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି। ଭୁବନେଶ୍ୱର ଯୋନ-୫ ଏସିପି ଦାୟିତ୍ୱ ରେ ଥିବା ହିମାଂଶୁ ସ୍ଵାଇଁ କହିଛନ୍ତି ଯେ ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି। ତେବେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। କିନ୍ତୁ ଏଯାଏଁ ପାରିବାରିକ ଅଶାନ୍ତି କଥା ସାମ୍ନାକୁ ଆସିନି। ସିଡ଼ିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ଜଣା ପଡିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ମୃତ୍ୟୁ ଦିନ ଘରେ ଏକୁଟିଆ ଥିଲେ ରାଇମୋହନ ଏଣୁ ହତ୍ୟା ଆଙ୍ଗଲକୁ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ। ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରାଯିବ। ଅନ୍ୟପଟେ ରାଇମୋହନଙ୍କ ଘରେ ଥିବା ଦୁଇ ଜଣ ଡ୍ରାଇଭର୍‍ଙ୍କ ମଧ୍ୟରେ ଅଶୋକ ନାମକ ଡ୍ରାଇଭରକୁ ସେ ପୁଅ କରିଥିଲେ। ତେଣୁ ତାଙ୍କର ବାହାଘର ଥିବାରୁ ପରିବାର ଲୋକ କିଣାକିଣି ପାଇଁ ସ୍ଥିର କରିଥିଲେ। ସକାଳ ୧୦ଟାରେ ସାନ ଝିଅକୁ ଡ୍ରାଇଭର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାଡିବା ପରେ ସାଢେ ୧୦ଟାରେ  ରାଇମୋହନଙ୍କ ପତ୍ନୀ ଓ ବଡ ଝିଅକୁ ନେଇ କଟକ ଯାଇଥିଲେ କିଣାକିଣି କରିବାକୁ । ତେବେ ଘରେ ଏକୁଟିଆ ଥିଲେ ରାଇମୋହନ। ଦିନ ୧୧ ଟା ୧୭, ୧୧ ଟା ୧୮ ଓ ୧୧ ଟା ୧୯ରେ ଦୁଇ ଝିଅ ଓ ସ୍ତ୍ରୀ ତିନିଜଣଙ୍କୁ ‘ବାଏ’ ବୋଲି ମେସେଜ କରିଥିଲେ ରାଇମୋହନ। ହେଲେ ସ୍ତ୍ରୀ ଓ ଝିଅ ମାର୍କେଟିଂ ବ୍ୟସ୍ତତା ଯୋଗୁଁ, ଏବଂ ସାନ ଝିଅ କଲେଜରେ ଥିବା ଯୋଗୁଁ କେହି ମେସେଜ୍‍ ଦେଖି ନ ଥିଲେ। ପ୍ରଥମେ ଏହି ମେସେଜ୍‍ ତାଙ୍କ ସାନ ଝିଅ ଦେଖିବା ପରେ ବାପାକୁ ଲଗାଇଥିଲେ ମଧ୍ୟ ଉଠାଇ ନ ଥିଲେ। ସେ ତୁରନ୍ତ ମା’ଙ୍କୁ ଜଣାଇବା ପରେ ସେମାନେ ପୁତୁରାଙ୍କୁ ଘରକୁ ପଠାଇଥିଲେ। ପୁତୁରା ୧୨ଟା ୩୦ ରେ ଘରେ ପହଞ୍ଚିବା ପରେ ଝୁଲନ୍ତା ମୃତଦେହକୁ ଦେଖିଥିଲେ। ୧୨ ଟା ୪୫ ରେ ପତ୍ନୀ ଓ ବଡ ଝିଅ ପହଞ୍ଚି ଥିଲେ। ଗୋଟିଏ ଧଳା ଧୋତୀରେ ରାଇମୋହନ ଝୁଲି ପଡିଥିଲେ। ପତ୍ନୀ ଓ ବଡ, ପୁତୁରା ଧଳା ଧୋତିକୁ କାଟି ମୃତଦେହକୁ ଓହ୍ଲାଇଥିଲେ। ଏବଂ ତାଙ୍କ ଛାତିକୁ ପମ୍ପିଂ କରିଥିଲେ । କିନ୍ତୁ ସେତେବେଳେକୁ ରାଇମୋହନଙ୍କ ପ୍ରାଣ ଚାଲିଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଅନ୍ୟପଟରେ ରବିବାର ପୁଲିସ ରାଇମୋହନଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିବ। ଝିଅ ପାଇଁ ରାଇମୋହନଙ୍କ ଘରେ ସୃଷ୍ଟି ହୋଇଥିବା ଅଶାନ୍ତ ସମ୍ପର୍କରେ ପଡ଼ୋଶୀ ଗଣମାଧ୍ୟମରେ ପାଟି ଖୋଲିଥିଲେ। ତେଣୁ ପୁଲିସ ପଡ଼ୋଶୀଙ୍କୁ ପଚରାଉଚରା କରିବା ପରେ ରାଇମୋହନଙ୍କ ଅଶାନ୍ତିର କାରଣ ସ୍ପଷ୍ଟ ହେବ। ଅନ୍ୟପଟରେ ପୁଲିସ ନିକଟରେ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି। ମୃତଦେହ ଉଦ୍ଧାରର ୨ଘଣ୍ଟା ପୂର୍ବରୁ ରାଇଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର। ତାଙ୍କ ଶରୀରରେ କିଛିବି କ୍ଷତଚିହ୍ନ ନ ଥିବା ବେଳେ ଆତ୍ମହତ୍ୟାର କେତେକ ସଙ୍କେତ ତାଙ୍କ ଠାରେ ରହିଛି। ତେଣୁ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

26 Jun 2022 By The Sakala

ପୁଲିସ ଖୋଲୁଛି ରାଇମୋହନଙ୍କ ମୃତ୍ୟୁ ରହସ୍ୟ : ପ୍ରାଥମିକ ତଦନ୍ତ ପରେ ଏସିପି କହିଲେ…

ଭୁବନେଶ୍ବର : ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ କାହିଁକି କଲେ ଆତ୍ମହତ୍ୟା। ତାଙ୍କ ଆତ୍ମହତ୍ୟା ପଛର କଣ ରହିଛି କାରଣ। ରାଇଙ୍କ ମୃତ୍ୟୁ ମାମଲାକୁ ନେଇ ଏପରି ଅନେକ ରହସ୍ୟ ଲାଗିରହିଛି। ସାରା ଓଡ଼ିଶାବାସୀ ମଧ୍ୟ ତାଙ୍କ ପ୍ରିୟ କଳାକାରଙ୍କ ମୃତ୍ୟୁ କଣ ପାଇଁ ହେଲା ତାହା ଜାଣିବାକୁ ଚାହୁଁଛନ୍ତି। ଆଉ ଏହାରି ମଧ୍ୟରେ ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ କମିଶନରେଟ୍‌ ପୁଲିସ ତଦନ୍ତ ପକ୍ରିୟାକୁ ଜୋରଦାର କରିଛି। ଗତକାଲି ମଞ୍ଚେଶ୍ୱର ଥାନାର ୪ଜଣିଆ ମହିଳା ପୁଲିସ ଟିମ୍‍ ରାଇମୋହନଙ୍କ ଘରକୁ ଯାଇ ତନାଘନା କରିଛନ୍ତି। ରାଇମୋହନଙ୍କ ପତ୍ନୀ, ଜ୍ୱାଇଁ, ଦୁଇ ଝିଅ, ପୁତୁରା ଏବଂ ଡ୍ରାଇଭରକୁ ୨ଘଣ୍ଟା କାଳ ପୁଲିସ ପଚରାଉଚରା କରିଥିଲା।

ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି। ଭୁବନେଶ୍ୱର ଯୋନ-୫ ଏସିପି ଦାୟିତ୍ୱ ରେ ଥିବା ହିମାଂଶୁ ସ୍ଵାଇଁ କହିଛନ୍ତି ଯେ ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୁଲିସ। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି। ତେବେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। କିନ୍ତୁ ଏଯାଏଁ ପାରିବାରିକ ଅଶାନ୍ତି କଥା ସାମ୍ନାକୁ ଆସିନି। ସିଡ଼ିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ଜଣା ପଡିବ ବୋଲି ପୁଲିସ କହିଛି।

ମୃତ୍ୟୁ ଦିନ ଘରେ ଏକୁଟିଆ ଥିଲେ ରାଇମୋହନ ଏଣୁ ହତ୍ୟା ଆଙ୍ଗଲକୁ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ। ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରାଯିବ। ଅନ୍ୟପଟେ ରାଇମୋହନଙ୍କ ଘରେ ଥିବା ଦୁଇ ଜଣ ଡ୍ରାଇଭର୍‍ଙ୍କ ମଧ୍ୟରେ ଅଶୋକ ନାମକ ଡ୍ରାଇଭରକୁ ସେ ପୁଅ କରିଥିଲେ। ତେଣୁ ତାଙ୍କର ବାହାଘର ଥିବାରୁ ପରିବାର ଲୋକ କିଣାକିଣି ପାଇଁ ସ୍ଥିର କରିଥିଲେ। ସକାଳ ୧୦ଟାରେ ସାନ ଝିଅକୁ ଡ୍ରାଇଭର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାଡିବା ପରେ ସାଢେ ୧୦ଟାରେ  ରାଇମୋହନଙ୍କ ପତ୍ନୀ ଓ ବଡ ଝିଅକୁ ନେଇ କଟକ ଯାଇଥିଲେ କିଣାକିଣି କରିବାକୁ । ତେବେ ଘରେ ଏକୁଟିଆ ଥିଲେ ରାଇମୋହନ। ଦିନ ୧୧ ଟା ୧୭, ୧୧ ଟା ୧୮ ଓ ୧୧ ଟା ୧୯ରେ ଦୁଇ ଝିଅ ଓ ସ୍ତ୍ରୀ ତିନିଜଣଙ୍କୁ ‘ବାଏ’ ବୋଲି ମେସେଜ କରିଥିଲେ ରାଇମୋହନ। ହେଲେ ସ୍ତ୍ରୀ ଓ ଝିଅ ମାର୍କେଟିଂ ବ୍ୟସ୍ତତା ଯୋଗୁଁ, ଏବଂ ସାନ ଝିଅ କଲେଜରେ ଥିବା ଯୋଗୁଁ କେହି ମେସେଜ୍‍ ଦେଖି ନ ଥିଲେ। ପ୍ରଥମେ ଏହି ମେସେଜ୍‍ ତାଙ୍କ ସାନ ଝିଅ ଦେଖିବା ପରେ ବାପାକୁ ଲଗାଇଥିଲେ ମଧ୍ୟ ଉଠାଇ ନ ଥିଲେ। ସେ ତୁରନ୍ତ ମା’ଙ୍କୁ ଜଣାଇବା ପରେ ସେମାନେ ପୁତୁରାଙ୍କୁ ଘରକୁ ପଠାଇଥିଲେ। ପୁତୁରା ୧୨ଟା ୩୦ ରେ ଘରେ ପହଞ୍ଚିବା ପରେ ଝୁଲନ୍ତା ମୃତଦେହକୁ ଦେଖିଥିଲେ। ୧୨ ଟା ୪୫ ରେ ପତ୍ନୀ ଓ ବଡ ଝିଅ ପହଞ୍ଚି ଥିଲେ। ଗୋଟିଏ ଧଳା ଧୋତୀରେ ରାଇମୋହନ ଝୁଲି ପଡିଥିଲେ। ପତ୍ନୀ ଓ ବଡ, ପୁତୁରା ଧଳା ଧୋତିକୁ କାଟି ମୃତଦେହକୁ ଓହ୍ଲାଇଥିଲେ। ଏବଂ ତାଙ୍କ ଛାତିକୁ ପମ୍ପିଂ କରିଥିଲେ । କିନ୍ତୁ ସେତେବେଳେକୁ ରାଇମୋହନଙ୍କ ପ୍ରାଣ ଚାଲିଯାଇଥିଲା।

ଅନ୍ୟପଟରେ ରବିବାର ପୁଲିସ ରାଇମୋହନଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିବ। ଝିଅ ପାଇଁ ରାଇମୋହନଙ୍କ ଘରେ ସୃଷ୍ଟି ହୋଇଥିବା ଅଶାନ୍ତ ସମ୍ପର୍କରେ ପଡ଼ୋଶୀ ଗଣମାଧ୍ୟମରେ ପାଟି ଖୋଲିଥିଲେ। ତେଣୁ ପୁଲିସ ପଡ଼ୋଶୀଙ୍କୁ ପଚରାଉଚରା କରିବା ପରେ ରାଇମୋହନଙ୍କ ଅଶାନ୍ତିର କାରଣ ସ୍ପଷ୍ଟ ହେବ। ଅନ୍ୟପଟରେ ପୁଲିସ ନିକଟରେ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି। ମୃତଦେହ ଉଦ୍ଧାରର ୨ଘଣ୍ଟା ପୂର୍ବରୁ ରାଇଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର। ତାଙ୍କ ଶରୀରରେ କିଛିବି କ୍ଷତଚିହ୍ନ ନ ଥିବା ବେଳେ ଆତ୍ମହତ୍ୟାର କେତେକ ସଙ୍କେତ ତାଙ୍କ ଠାରେ ରହିଛି। ତେଣୁ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର