ଆସନ୍ତାକାଲି ବାହାରିବ +୩ ପ୍ରଥମ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର : ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ୨୫ ତାରିଖ ଅପରାହ୍ଣ ୪ ଟା ବେଳେ ସାମ୍‌‌ସ ୱେବସାଇଟ୍‌‌ www.samsodisha.gov.in ରେ ଉପଲବ୍‌‌ଧ ହେବ। ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ୨୬ରୁ ୨୯ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଚୟନ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଷୟରେ ପଢ଼଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍‌‌ ଅପସନ୍‌‌ ଦେବେ। ଅନ୍ୟଥା ସ୍ଲାଇଡ୍‌‌ ଅପସନ୍‌‌ ଦେଇ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ […]

ଭୁବନେଶ୍ୱର : ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ୨୫ ତାରିଖ ଅପରାହ୍ଣ ୪ ଟା ବେଳେ ସାମ୍‌‌ସ ୱେବସାଇଟ୍‌‌ www.samsodisha.gov.in ରେ ଉପଲବ୍‌‌ଧ ହେବ। ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ୨୬ରୁ ୨୯ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଚୟନ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଷୟରେ ପଢ଼଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍‌‌ ଅପସନ୍‌‌ ଦେବେ। ଅନ୍ୟଥା ସ୍ଲାଇଡ୍‌‌ ଅପସନ୍‌‌ ଦେଇ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ପୁନଃ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ: ଶ୍ରୀମନ୍ଦିର ଆପ୍‌ ନାଁରେ ଭାଇରାଲ୍‌ ହେଉଛି ମିଥ୍ୟା ପୂଜା, ସେବା ବିଜ୍ଞାପନ

ଆହୁରି ପଢ଼ନ୍ତୁ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଶୃଙ୍ଖଳିତ ରଥଟଣା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀରେ ପୋଲିସ ବିଭାଗ ଏବଂ ଲାଇଫଗାର୍ଡଙ୍କ ମକ୍ ଡ୍ରିଲ୍

ଫ୍ରିଜ୍‌‌ ବା ସ୍ଲାଇଡ୍‌‌ ଅପସନ୍‌‌ ଦେଇସାରିବା ପରେ ଛାତ୍ରଛାତ୍ରୀମାନେ ଆବଶ୍ୟକ ଫି’ ପୈଠ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୬ରୁ ୯ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୫ ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OCCL ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପଟ୍ଟାଙ୍କୁ ଗିରଫ କଲା ଭିଜିଲାନ୍ସ

ସୂଚନାଯୋଗ୍ୟ, ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୩୭ ହଜାର ୭୯୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତନ୍ମଧ୍ୟରୁ ୨ ଲକ୍ଷ ୩୩ ହଜାର ୪୫୨ ଜଣ ନିର୍ଦ୍ଧାରିତ ଫି ଦାଖଲ କରି ଆବେଦନ ପ୍ରକ୍ରିୟା ସମ୍ପୁର୍ଣ୍ଣ କରିଛନ୍ତି। ୧୦୫୪ଟି ଶିକ୍ଷାନୁଷ୍ଠାନରେ ୨ ଲକ୍ଷ ୭୪ ହଜାର ୫୦୭ ଟି ସିଟ୍‌‌ ଉପଲବ୍‌‌ଧ ରହିଛି। ପ୍ରାୟ ୪୧ ହଜାର ୫୫ଟି କମ୍‌‌ ଆବେଦନ ହୋଇଥିବାରୁ +୩ରେ ବହୁ ସିଟ୍‌‌ ଖାଲି ରହିବା ନିଶ୍ଚିତ ହୋଇଛି।

24 Jun 2024 By The Sakala

ଆସନ୍ତାକାଲି ବାହାରିବ +୩ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର : ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ୨୫ ତାରିଖ ଅପରାହ୍ଣ ୪ ଟା ବେଳେ ସାମ୍‌‌ସ ୱେବସାଇଟ୍‌‌ www.samsodisha.gov.in ରେ ଉପଲବ୍‌‌ଧ ହେବ। ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ୨୬ରୁ ୨୯ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଚୟନ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଷୟରେ ପଢ଼଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍‌‌ ଅପସନ୍‌‌ ଦେବେ। ଅନ୍ୟଥା ସ୍ଲାଇଡ୍‌‌ ଅପସନ୍‌‌ ଦେଇ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ପୁନଃ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ।

ଫ୍ରିଜ୍‌‌ ବା ସ୍ଲାଇଡ୍‌‌ ଅପସନ୍‌‌ ଦେଇସାରିବା ପରେ ଛାତ୍ରଛାତ୍ରୀମାନେ ଆବଶ୍ୟକ ଫି’ ପୈଠ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୬ରୁ ୯ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୫ ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୩୭ ହଜାର ୭୯୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତନ୍ମଧ୍ୟରୁ ୨ ଲକ୍ଷ ୩୩ ହଜାର ୪୫୨ ଜଣ ନିର୍ଦ୍ଧାରିତ ଫି ଦାଖଲ କରି ଆବେଦନ ପ୍ରକ୍ରିୟା ସମ୍ପୁର୍ଣ୍ଣ କରିଛନ୍ତି। ୧୦୫୪ଟି ଶିକ୍ଷାନୁଷ୍ଠାନରେ ୨ ଲକ୍ଷ ୭୪ ହଜାର ୫୦୭ ଟି ସିଟ୍‌‌ ଉପଲବ୍‌‌ଧ ରହିଛି। ପ୍ରାୟ ୪୧ ହଜାର ୫୫ଟି କମ୍‌‌ ଆବେଦନ ହୋଇଥିବାରୁ +୩ରେ ବହୁ ସିଟ୍‌‌ ଖାଲି ରହିବା ନିଶ୍ଚିତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର