+୩ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ : ଅଗଷ୍ଟ ୧୧ରୁ ୨୫ ଯାଏଁ ନାମଲେଖା ପାଇଁ ଆବେଦନ

The Sakala Picture
Published On

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷର(୨୦୨୨-୨୩) +୩ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । SAMS ଅଧୀନରେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସାଧାରଣ ଆବେଦନ ଫର୍ମ (CAF) ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଅଗଷ୍ଟ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।  ଅଗଷ୍ଟ ୨୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୨ ତାରିଖରୁ ୫ […]

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷର(୨୦୨୨-୨୩) +୩ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । SAMS ଅଧୀନରେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସାଧାରଣ ଆବେଦନ ଫର୍ମ (CAF) ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଅଗଷ୍ଟ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।  ଅଗଷ୍ଟ ୨୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।

ଆହୁରି ପଢ଼ନ୍ତୁ: ପଡ଼ିଲା ହାତ ଗଣ୍ଠି, ବିବାହ ବନ୍ଧନରେ ବାନ୍ଧି ହେଲେ ଏକାମ୍ରଧିପତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ; ଯୁଗଳବନ୍ଦୀ ଦର୍ଶନ ପାଇଁ ଭିଡ଼

ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତିୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ ତାଲିକା ପ୍ରକାଶ ପାଇବ । ଶେଷରେ ସେପ୍ଟେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୩  ନାମ ଲେଖାଇବା ପାଇଁ www.samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ !

ଆହୁରି ପଢ଼ନ୍ତୁ: ଆକ୍ରମଣକାରୀଙ୍କ ଗିରଫ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବସିଲେ ତିଖିରି ସରପଞ୍ଚ ଚମେଲି ଓଝା

ସୂଚନାଯୋଗ୍ୟ ଚଳିତ ବର୍ଷର +୨ ରେଜଲ୍ଟ ପ୍ରକାଶ ପାଇ ସାରିଛି। ଆଜି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗତ ଜୁଲାଇ ୨୭ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ଚଳିତ ଥର ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ୨ ଲକ୍ଷ ୮ହଜାର ୬୩୧ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ରଛାତ୍ରୀ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୬୨, ୭୩୪ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୧, ୧୯୩ ଓ ତୃତୀୟ ଶ୍ରେଣୀରେ ୬୭, ୩୪୧ ଜଣ ପାସ୍ କରିଛନ୍ତି।ବିଜ୍ଞାନରେ ୭୮ହଜାର ୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୮୭ ଜଣ ଛାତ୍ର ଓ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଥିଲେ। । ବିଜ୍ଞାନ ବିଭାଗରେ ଚଳିତ ବର୍ଷ ୫୦ ହଜାର ୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୬୯୧୦ ଜଣ ପିଲା ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ।

ସେହିପରି ବାଣିଜ୍ୟ ବିଭାଗରେ ୨୩ ହଜାର ୭୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୨୧ ହଜାର ୧୬୫ ଜଣ ପରୀକ୍ଷାର୍ଥୀ ପାସ୍ କରିଥିଲେ। ଚଳିତବର୍ଷ ବାଣିଜ୍ୟ ବିଭାଗରେ ପାସ୍ ହାର ରହିଥିଲା ୮୯.୨୦ ପ୍ରତିଶତ । ତତ୍‌ମଧ୍ୟରୁ ୧୩ ହଜାର ୨୧୧ ଜଣ ଛାତ୍ର ପାସ୍ କରିଥିବାବେଳେ, ୭୯୫୪ ଜଣ ଛାତ୍ରୀ ପାସ୍ କରିଥିଲେ।। ବାଣିଜ୍ୟ ବିଭାଗରେ ମୋଟ ୧୦ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ ପିଲା ପାସ୍ କରିଥିଲେ। ତା ସହିତ ୫୨୪୨ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ।

08 Aug 2022 By The Sakala

+୩ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ : ଅଗଷ୍ଟ ୧୧ରୁ ୨୫ ଯାଏଁ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷର(୨୦୨୨-୨୩) +୩ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । SAMS ଅଧୀନରେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସାଧାରଣ ଆବେଦନ ଫର୍ମ (CAF) ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଅଗଷ୍ଟ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।  ଅଗଷ୍ଟ ୨୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।

ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତିୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ ତାଲିକା ପ୍ରକାଶ ପାଇବ । ଶେଷରେ ସେପ୍ଟେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୩  ନାମ ଲେଖାଇବା ପାଇଁ www.samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଚଳିତ ବର୍ଷର +୨ ରେଜଲ୍ଟ ପ୍ରକାଶ ପାଇ ସାରିଛି। ଆଜି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗତ ଜୁଲାଇ ୨୭ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ଚଳିତ ଥର ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ୨ ଲକ୍ଷ ୮ହଜାର ୬୩୧ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଛାତ୍ରଛାତ୍ରୀ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୬୨, ୭୩୪ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୪୧, ୧୯୩ ଓ ତୃତୀୟ ଶ୍ରେଣୀରେ ୬୭, ୩୪୧ ଜଣ ପାସ୍ କରିଛନ୍ତି।ବିଜ୍ଞାନରେ ୭୮ହଜାର ୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୯ ହଜାର ୫୮୭ ଜଣ ଛାତ୍ର ଓ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଥିଲେ। । ବିଜ୍ଞାନ ବିଭାଗରେ ଚଳିତ ବର୍ଷ ୫୦ ହଜାର ୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୬୯୧୦ ଜଣ ପିଲା ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ।

ସେହିପରି ବାଣିଜ୍ୟ ବିଭାଗରେ ୨୩ ହଜାର ୭୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୨୧ ହଜାର ୧୬୫ ଜଣ ପରୀକ୍ଷାର୍ଥୀ ପାସ୍ କରିଥିଲେ। ଚଳିତବର୍ଷ ବାଣିଜ୍ୟ ବିଭାଗରେ ପାସ୍ ହାର ରହିଥିଲା ୮୯.୨୦ ପ୍ରତିଶତ । ତତ୍‌ମଧ୍ୟରୁ ୧୩ ହଜାର ୨୧୧ ଜଣ ଛାତ୍ର ପାସ୍ କରିଥିବାବେଳେ, ୭୯୫୪ ଜଣ ଛାତ୍ରୀ ପାସ୍ କରିଥିଲେ।। ବାଣିଜ୍ୟ ବିଭାଗରେ ମୋଟ ୧୦ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ ପିଲା ପାସ୍ କରିଥିଲେ। ତା ସହିତ ୫୨୪୨ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର