ପାର୍ବଣ ସମୟରେ ରୁହନ୍ତୁ ସତର୍କ ; ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଦିଆଯାଉଛି ଗୁରୁତ୍ବ : ଡିଏମଇଟି ସିବିକେ ମହାନ୍ତି

The Sakala Picture
Published On

ଭୁବନେଶ୍ବର : ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ। ପାର୍ବଣ ସମୟରେ ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିପାରେ। ସଂକ୍ରମଣ ରୋକିବାକୁ ସଚେତନ ରହିବା ଜରୁରୀ। ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ପୁଣି ସମସ୍ତଙ୍କୁ ଅପିଲ କରିଛନ୍ତି। ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି, ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣାଇବାକୁ ଡିଏମ୍‌ଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। […]

ଭୁବନେଶ୍ବର : ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ। ପାର୍ବଣ ସମୟରେ ଭିଡ଼ ଯୋଗୁଁ ସଂକ୍ରମଣ ବଢ଼ିପାରେ। ସଂକ୍ରମଣ ରୋକିବାକୁ ସଚେତନ ରହିବା ଜରୁରୀ। ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ପୁଣି ସମସ୍ତଙ୍କୁ ଅପିଲ କରିଛନ୍ତି। ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି, ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣାଇବାକୁ ଡିଏମ୍‌ଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଯେଉଁଠି ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଛି।

ଆହୁରି ପଢ଼ନ୍ତୁ: ପାର୍ବଣ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି: ପୂଜା ମଣ୍ଡପରେ ସିସିଟିଭି ସହ ସାଦା ପୋଷାକରେ ମୁତୟନ ହେବେ ପୋଲିସ

ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ଆମର ନୈତିକ କାମ ଆମେ ତାକୁ କେମିତି ପ୍ରତିରୋଧ କରିବା ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବା । ମୁଖ୍ୟତଃ ସାମାଜିକ ଦୂରତା, ଭିଡକୁ ନ ଯିବାକୁ ଡିଏମଇଟି ବାରଣ କରିଛନ୍ତି । ରାଜନୈତିକ ଉତ୍ସବ ଓ ପାର୍ବଣକୁ ଯାଇ ଅଯଥା ଭିଡ଼ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଉତ୍ତର ଦ୍ୱାରରେ ରାମ୍ପ୍-ରେଲିଂ

ସମସ୍ତେ ଟିକା ନେବା ଆବଶ୍ୟକ। ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ୪ ଲକ୍ଷ ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ୭୧ ପ୍ରତିଶତଙ୍କର ସରିଛି ପ୍ରଥମ ଡୋଜ ଟିକାକରଣ। ୧ ଲକ୍ଷ ୮୯ ହଜାର ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାର୍ବଣ ପୂର୍ବରୁ ଖାଉଟିଙ୍କୁ ଝଟକା: ୪ ତାରିଖରୁ ବଢିବ ଓମଫେଡ୍ କ୍ଷୀର ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର