ପଞ୍ଚାୟତ ରେଜଲ୍ଟ : ୮୫୧ଟି ଜୋନରୁ ୫୩୩ରେ ବିଜେଡି ଆଗୁଆ, ୪୦ ଛୁଇଁ ପାରିନାହାନ୍ତି ବିରୋଧୀ ବିଜେପି-କଂଗ୍ରେସ

The Sakala Picture
Published On

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ଆଜି ଚାଲିଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ପ୍ରଥମ ଦିନର ଗଣତି ଭଳି ଦ୍ବିତୀୟ ଦିନରେ ମଧ୍ୟ ରାଜ୍ୟରେ ‘ନବୀନ’ ଲହର ଦେଖିବାକୁ ମିଳିଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ର ଆଗରେ ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର, ମିଛ ଅପପ୍ରଚାର, କଳ-କୌଶଳ ଫେଲ ମାରିଛି। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ।ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ […]

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ଆଜି ଚାଲିଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ପ୍ରଥମ ଦିନର ଗଣତି ଭଳି ଦ୍ବିତୀୟ ଦିନରେ ମଧ୍ୟ ରାଜ୍ୟରେ ‘ନବୀନ’ ଲହର ଦେଖିବାକୁ ମିଳିଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ର ଆଗରେ ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର, ମିଛ ଅପପ୍ରଚାର, କଳ-କୌଶଳ ଫେଲ ମାରିଛି। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ।ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି। ସମସ୍ତ ୩୦ଟି ଜିଲ୍ଲାରେ ବିଜେଡି ଏକତରଫା ବିଜୟ ହାସଲ ସହ ଜିଲ୍ଲା ପରିଷଦ ଗଠନ ଲାଗି ସମ୍ଭାବନା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ଗଣତି ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ଟିର ଫଳାଫଳ ଆସିଛି। ଆହୁରି ୧୫ଟିର ଫଳାଫଳ ଆସି ନାହିଁ।ଏହି ୩୦୦ଟି ମଧ୍ୟରୁ ବିଜେଡି ୨୬୮ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଦୁଇଟି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳକୁ ମିଳିଛି ଆଉ ୨ଟି ଆସନ। ଆଜି ଭୋଟ ଗଣତିର ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲାପରିଷଦ ଜୋନର ଭୋଟ ଗଣତି ହେଉଛି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଭଲ କରି ଚାଲିଛି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଗତକାଲି ଏବଂ ଆଜିର ଗଣତି ମିଶି ୬୦୮ଟି ଆସନରେ ଗଣତି ଚାଲିଥିବା/ସରିଥିବା ବେଳେ ବିଜେଡି ୫୩୩ ଟିରେ ଆଗୁଆ/ବିଜୟୀ ରହିଛି। କିନ୍ତୁ ବିଜେପି ୩୬ ଓ କଂଗ୍ରେସ ୩୦ଟି ଆସନରେ ଆଗୁଆ/ବିଜୟୀ ଅଛନ୍ତି। ଅନ୍ୟ ପ୍ରାର୍ଥୀ ୯ଟିରେ ଆଗୁଆ/ବିଜୟୀ ହୋଇଛନ୍ତି। ବିଜେଡି ବର୍ତ୍ତମାନ ସୁଦ୍ଧା ୮୫୧ଟି ଜୋନରୁ ୫୩୩ଟି ଜୋନ୍‌ରେ ଆଗୁଆ ଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ୫୦ ସୁଦ୍ଧା ଛୁଇଁ ପାରିନାହାନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ନବୀନଙ୍କ ‘ବିକାଶ’ ରାଜନୀତି ଆଗରେ ପଣ୍ଡ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ବିରୋଧରେ ବିରୋଧୀ ବିଜେପି ଯେଉଁସବୁ ନାଟକ କରିଥିଲା ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟବାସୀ। ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ସଫଳତା ପାଇଥିଲା ସେଠାରେ ମଧ୍ୟ ଦଳକୁ ମାଟିକାମୁଡ଼ିବାକୁ ପଡ଼ିଛି। କୌତୂହଳର ବିଷୟ ହେଉଛି ବିଜେପି ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ନିଜ ଅଞ୍ଚଳରେ ଦଳ ପାଇଁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି।

ରାଜ୍ୟର ଜନସାଧାରଣ ପୁଣିଥରେ ନବୀନଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ବିରୋଧୀଙ୍କ ଭାଷଣ ଅପେକ୍ଷା ନବୀନଙ୍କ ‘ବିକାଶ’ ମନ୍ତ୍ର, ସ୍ୱଚ୍ଛ ଶାସନ, ଅମଳିନ ଭାବମୂର୍ତ୍ତି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକହିତକର ଯୋଜନା ସାଧାରଣ ଲୋକଙ୍କୁ କେତେ ପରିମାଣରେ ଛୁଇଁଛି ତାହା ପଞ୍ଚାୟତ ଫଳାଫଳରେ ପ୍ରତିଫଳିତ ହୋଇଛି। ଏହା ସହିତ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର, କ୍ରମବର୍ଦ୍ଧିଷ୍ଣୁ ଦରଦାମରେ ପ୍ରଭାବିତ ସାଧାରଣ ଲୋକଙ୍କ କ୍ରୋଧ ବାଲାଟ୍‍ ଜରିଆରେ ଜନସାଧାରଣ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର