ପଞ୍ଚାୟତ ନିର୍ବାଚନ: ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ

The Sakala Picture
Published On

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଏବଂ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକ ଅନ୍ତର୍ଗତ ୧୭୧ଟି ଜିଲ୍ଲା ପରିଷଦ ଜୋନ୍‍, ୧୩୮୨ ଗ୍ରାମ ପଞ୍ଚାୟତର ୧୮୪୯୫ଟି ବୁଥ୍‍ରେ ଭୋଟ ଗ୍ରହଣ ହେଉଛି। ତନ୍ମଧ୍ୟରୁ ୨୭୭୩ଟି ବୁଥ୍‍ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ୧୭୧ଟି ଜୋନ୍‍ରେ ୬୭୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା […]

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଏବଂ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକ ଅନ୍ତର୍ଗତ ୧୭୧ଟି ଜିଲ୍ଲା ପରିଷଦ ଜୋନ୍‍, ୧୩୮୨ ଗ୍ରାମ ପଞ୍ଚାୟତର ୧୮୪୯୫ଟି ବୁଥ୍‍ରେ ଭୋଟ ଗ୍ରହଣ ହେଉଛି। ତନ୍ମଧ୍ୟରୁ ୨୭୭୩ଟି ବୁଥ୍‍ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ୧୭୧ଟି ଜୋନ୍‍ରେ ୬୭୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ପୂର୍ବାପେକ୍ଷା ତୃତୀୟ ପର୍ଯ୍ୟାୟରେ ଯେପରି ହିଂସା ହ୍ରାସ ପାଇବ, ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟ ପାଇଁ ୨୪୦ ପ୍ଲାଟୁନ୍‍ ଫୋର୍ସ, ୧୬୨୫ ମୋବାଇଲ ପାଟ୍ରୋଲିଂ ଗାଡ଼ି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ବିଭିନ୍ନ ହିଂସାକାଣ୍ଡ କରିଥିବା ବହୁ ବ୍ୟକ୍ତିଙ୍କୁ ସ୍ଥାନୀୟ ପୁଲିସ୍‍ ଦ୍ୱାରା ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଯାଜପୁରରୁ ୨୮, ଢେଙ୍କାନାଳରୁ ୬, ଜଗତସିଂହପୁରରୁ ୫ ଏବଂ ୨୩ ଜଣ ପୁରୀରୁ ରହିଛନ୍ତି। ସେହିପରି ଏଯାବତ୍‍ ୩୮୮୩୮୦ ଲିଟର ମଦ, ୩୮ଟି ମାରଣାସ୍ତ୍ର, ୨୩୧୧ ଗ୍ରାମ ନାର୍କୋଟିକ୍‍ ଡ୍ରଗ୍‍ ଜବତ କରାଯାଇଛି। ସାରା ରାଜ୍ୟରେ ଏଯାବତ୍‍ ୫୦୫୮ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୧୯୦୬ ଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି।

ଏହି ପର୍ଯ୍ୟାୟରେ ରାଜ୍ୟର ବହୁ ହାଇପ୍ରୋଫାଇଲ ବ୍ଲକରେ ନିର୍ବାଚନ ହେବାକୁ ଯାଉଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ଓ ଖୋର୍ଦ୍ଧା ବ୍ଲକ, ପୁରୀ ଜିଲ୍ଲାର ପୁରୀ ସଦର ଏବଂ ସତ୍ୟବାଦୀ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ଅନୁଗୁଳର ଆଠମଲ୍ଲିକ, ବାଲେଶ୍ୱର ଜିଲ୍ଲାର ସୋର, ବରଗଡ଼଼ର ବିଜେପୁର, ଭଦ୍ରକ ଜିଲ୍ଲାର ତିହିଡି, କଟକର ସାଲେପୁର ଓ ତିଗିରିଆ, ଢେଙ୍କାନାଳର ପରଜଙ୍ଗ, ଗଞ୍ଜାମର ଧରାକୋଟ, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର ଏବଂ ରାୟଗଡ଼଼଼ା ଜିଲ୍ଲାର କାଶୀପୁର ବ୍ଲକରେ ମତଦାନ ହେବାକୁ ରହିଛି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

20 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର