ପଞ୍ଚାୟତ ନିର୍ବାଚନ : ବିଜେପି ନେତୃତ୍ୱରେ ଉତ୍ସାହ ନାହିଁ, କଂଗ୍ରେସର ସ୍ଥିତି ଦୟନୀୟ

The Sakala Picture
Published On

ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଉତ୍ସାହିତ ହୋଇଥିଲା; ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବରୋଧୀ ଦଳ ମାନ୍ୟତା ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଗତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ବିଜେପୁର ଉପନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଏବଂ ସମସ୍ତ ଉପନିର୍ବାଚନରେ ତୃତୀୟ ସ୍ଥାନରୁ ଦଳ ଆଉ ଉପରକୁ ଉଠିପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଚଳିତ ପଞ୍ଚାୟତ ନିର୍ବାଚନ ଉଭୟ ବିଜେପି […]

ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଉତ୍ସାହିତ ହୋଇଥିଲା; ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବରୋଧୀ ଦଳ ମାନ୍ୟତା ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଗତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ବିଜେପୁର ଉପନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଏବଂ ସମସ୍ତ ଉପନିର୍ବାଚନରେ ତୃତୀୟ ସ୍ଥାନରୁ ଦଳ ଆଉ ଉପରକୁ ଉଠିପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଚଳିତ ପଞ୍ଚାୟତ ନିର୍ବାଚନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ରାଜନୈତିକ ଦୃଷ୍ଟିରୁ ଅନେକ ମହତ୍ୱ ବହନ କରୁଛି। ସେମାନଙ୍କ ଗ୍ରହଣୀୟତା ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ କରିବା ଉଭୟଙ୍କ ପାଇଁ କାଠିକର ପାଠ ହୋଇଛି। ଅତ୍ୟନ୍ତ ନିରପେକ୍ଷ ଭାବରେ ଦେଖିଲେ ରାଜ୍ୟରେ ବିଜେପିର ଉତ୍‍ଥାନ ପଛରେ ରାଜ୍ୟ ନେତୃତ୍ୱର କୌଣସି ଭୂମିକା ନାହିଁ। ୨୦୧୪ ସାଧାରଣ ନିର୍ବାଚନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକର୍ଷଣ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ଦଳ କିଛି ପରିମାଣରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ମାତ୍ର ୨୦୧୯ ନିର୍ବାଚନ ପରେ କ୍ରମବର୍ଦ୍ଧିଷ୍ଣୁ ଦରବୃଦ୍ଧି, ପେଟ୍ରୋଲ-ଡିଜେଲ ମୂଲ୍ୟ ଆକାଶ ଛୁଆଁ ହେବାପରେ ଅନେକ ଦଳଠାରୁ ଦୂରେଇ ଯାଉଥିବା ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏହାବ୍ୟତୀତ ରାଜ୍ୟ ବିଜେପିରେ ଗୋଷ୍ଠୀବାଦ ଦଳରେ ବହୁଷ୍କୋଣୀୟ ବିଭାଜନ ରେଖା ଟାଣିଛି, ଯାହାର ପ୍ରଭାବ କର୍ମୀ ଓ ଭୋଟରଙ୍କ ଉପରେ ପଡ଼ିଛି। ସାଧାରଣ ଲୋକଙ୍କଠାରୁ ଦଳ ଦୂରେଇ ଯାଇଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ଏକ କୋର୍‍ କମିଟି ଗଠନ କରିଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହ ୭ ସାଂସଦ ଏବଂ ୨୨ ବିଧାୟକ ରହିଛନ୍ତି। ହେଲେ ସେମାନେ ଏକଜୁଟ୍‍ ହୋଇ ବିଜେଡିକୁ ମୁକାବିଲା କରିବା ସ୍ଥିତିରେ ପହଞ୍ଚି ନାହାନ୍ତି। ଦଳରେ ଯେତେ ନେତା ସେତେ ଗୋଷ୍ଠୀ ସୃଷ୍ଟି ହୋଇଛି। ଏପରିକି ଟିକଟ ବଣ୍ଟନରେ ମଧ୍ୟ ଅସହମତି ସୃଷ୍ଟି ହୋଇଛି। କଟକ ସହ ଅନ୍ୟାନ୍ୟ ଜିଲ୍ଲାରେ ଜିଲ୍ଲା ପରିଷଦ ଟିକଟ ବଣ୍ଟନ ନେଇ ବିବାଦ ଦେଖା ଦେଇଛି। ପୁରୀ ଜିଲ୍ଲାରେ ସତ୍ୟବାଦୀରେ ପ୍ରାର୍ଥିତ୍ୱ ନେଇ ରମା ବଳିୟାର ସିଂ-ଓମ୍‍ ପ୍ରକାଶ ମିଶ୍ର, ନିମାପଡ଼ାରେ ପ୍ରଭାତୀ ପରିଡ଼ା-ଦିଲ୍ଲୀପ ନାୟକ, ସାଲେପୁରରେ ପ୍ରକାଶ ବେହେରା-ଭାଜପା ମୂଳ ସଂଗଠନ, କେନ୍ଦ୍ରାପଡ଼ାରେ ବୈଜୟନ୍ତ-ବିଜୟ-ଭୁବନମୋହନ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜୟରାମ ପାଙ୍ଗୀ – ଶିବ ଉଲ୍ଲାକା, ଝାରସୁଗୁଡ଼ା ଜିଲ୍ଲାରେ ଟଙ୍କଧର ତ୍ରିପାଠୀ-ରାଧାରାଣୀ ପଣ୍ଡାଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ରହିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଯେଉଁ ଗୋଷ୍ଠୀର ସମର୍ଥକ ପ୍ରାର୍ଥୀ ହୋଇ ପାରିନାହାନ୍ତି, ସେମାନେ ଅନ୍ୟ ଗୋଷ୍ଠୀର ଚେର କାଟିବା ସୁଯୋଗକୁ ଅପେକ୍ଷା କରିଛନ୍ତି। ଗଣମାଧ୍ୟମରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସୁନ୍ଦରଗଡ଼଼ ସାଂସଦ ଜୁଏଲ୍‍ ଓରାମ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ଏମ୍‍ପି ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କେ ଭି ସିଂଦେଓ ପ୍ରମୁଖ ଏକାଠି ହୋଇ ପାରିନାହାନ୍ତି। ଦଳର ପଞ୍ଚାୟତ ନିର୍ବାଚନ ବ୍ୟାପାରରେ ଜଡିତ ଥିବା ଜଣେ ପଶ୍ଚିମ ଓଡ଼ିଶା ବିଜେପି ନେତାଙ୍କ କହିବାନୁଯାୟୀ, ୨୦୧୭ର ୨୯୩ ଜିଲ୍ଲା ପରିଷଦ ଆସନ ସଂଖ୍ୟା ଏଥର ହ୍ରାସ ପାଇ ଯଦି ୧୬୦ରେ ପହଞ୍ଚେ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଅପରପକ୍ଷରେ ରାଜ୍ୟରେ କଂଗ୍ରେସର ସ୍ଥିତି ଆହୁରି ଦୟନୀୟ। ଅନେକ ସ୍ଥାନରେ ଦଳୀୟ ଟିକଟ ନେବାକୁ କୌଣସି କର୍ମୀ ଉତ୍ସାହ ପ୍ରକାଶ କରୁନାହାନ୍ତି। ୨୦୧୭ରେ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ରହିଥିଲେ। ସେ ସମୟରେ ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟିକଟ ବଣ୍ଟନରେ ଶ୍ରୀ ହରିଚନ୍ଦନଙ୍କୁ ଅଠାକାଠିରେ ପକାଇଥିଲେ। ଚଳିତ ଥର ସତ୍ୟବାଦୀରେ କଂଗ୍ରେସ ପ୍ରାର୍ଥୀ ନ ଦିଆଯିବା ନେଇ ମଧ୍ୟ ବିବାଦ ଉଠିଛି। ଏ ସମ୍ପର୍କରେ ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ପୁରୀ ଜିଲ୍ଲାର ପୁରୀ ସଦର, ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଗତଥର ବିଧାୟକ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜରିଆରେ ଟିକେଟ୍‍ ବଣ୍ଟନ କରାଯାଇନାହିଁ। ପିସିସି ସିଧାସଳଖ ନିଜସ୍ୱ ଏଜେନ୍ସିଂରେ ଟିକେଟ୍‍ ପ୍ରଦାନ କରିଛି। କିନ୍ତୁ ସତ୍ୟବାଦୀ କ୍ଷେତ୍ରରେ ପିସିସି ନିରବ ରହିଛି।

ଅପରପକ୍ଷରେ ଅନ୍ୟ ଗୋଟିଏ ଗୋଷ୍ଠୀ ପ୍ରସାଦ ହରିଚନ୍ଦନଙ୍କ ରାଜନୈତିକ ନୀରବତାକୁ ଭିନ୍ନ ଦୃଷ୍ଟିରେ ଚିତ୍ରଣ କରିଛନ୍ତି। ଏପରିକି ଶ୍ରୀ ହରିଚନ୍ଦନ ଦଳ ଛାଡି ଦେବା କଥା ପ୍ରଚାର କରିବାକୁ ପଛାଇ ନାହାନ୍ତି। ହେଲେ ପ୍ରସାଦଙ୍କ ନିକଟତମ ନେତାଙ୍କ କହିବାନୁଯାୟୀ, ଏଆଇସିସି ୩ଟି ନାମ ଉପରେ ପରବର୍ତ୍ତୀ ପିସିସି ଅଧ୍ୟକ୍ଷ ନେଇ ବିଚାର କରୁଛି। ଏହି ତାଲିକାରେ ପ୍ରସାଦ ହରିଚନ୍ଦନଙ୍କ ସମେତ ଭକ୍ତ ଚରଣ ଦାସ ଏବଂ ଶରତ ପଟ୍ଟନାୟକଙ୍କ ନାଁ ରହିଛି। ତେଣୁ ନକରାତ୍ମକ ପ୍ରଚାର କରି ତାଙ୍କୁ ଦଳଠାରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ଘଟଣା ଯାହା ବି ହେଉ, ୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କ୍ଷମତାରୁ ଦୂରରେ ରହିବା ପରେ ସୁଦ୍ଧା କଂଗ୍ରେସ ନେତୃତ୍ୱ ଦଳ ଅପେକ୍ଷା ବ୍ୟକ୍ତିଗତ ବିବାଦକୁ ବେଶି ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ତେଣୁ ଦୁଇ ଅସଂଗଠିତ ବିରୋଧୀଙ୍କ ସ୍ଥିତି ଶାସକ ବିଜେଡି ପାଇଁ କେବଳ ସୁବିଧାଜନକ ସ୍ଥିତି ଆଣିନାହିଁ; ରେକର୍ଡ଼ ଆସନରେ ବିଜୟ ଆଶା ମଧ୍ୟ ସୃଷ୍ଟି କରିଛି।

24 Jan 2022 By The Sakala

https://www.thesakala.in/latest-odisha-news/panchayat-election-will-prove-the-acceptance-of-the-opposition-in-odisha/article-8710
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର