ପଞ୍ଚାୟତ ନିର୍ବାଚନ: ବିଜେଡି ହାତରେ ‘ନବୀନ’ ଅସ୍ତ୍ର; ବିଜେପିକୁ ଆଶା ନୂଆ ଚେହେରା, କଂଗ୍ରେସର ଆଦିବାସୀ କାର୍ଡ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିବା ପାଇଁ ଭିନ୍ନ ଦଳର ଭିନ୍ନ ରଣନୀତି। କିଏ ନୂଆ ଚେହେରା ଭରସାରେ ତ କିଏ ଆଦିବାସୀ ଭୋଟରଙ୍କ ଭରସାରେ ରହିଛି। ଏହିସବୁ ଅଙ୍କକଷା ଭିତରେ ବିଜେଡି ଦଳୀୟ ସଙ୍ଗଠନ ଓ ସରକାରୀ ଯୋଜନାକୁ ପଥେୟ କରି ନିର୍ବାଚନ ଲଢୁଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ରକରି ନିର୍ବାଚନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବଲାଙ୍ଗିର ଜିଲ୍ଲାରେ ଗତ […]

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିବା ପାଇଁ ଭିନ୍ନ ଦଳର ଭିନ୍ନ ରଣନୀତି। କିଏ ନୂଆ ଚେହେରା ଭରସାରେ ତ କିଏ ଆଦିବାସୀ ଭୋଟରଙ୍କ ଭରସାରେ ରହିଛି। ଏହିସବୁ ଅଙ୍କକଷା ଭିତରେ ବିଜେଡି ଦଳୀୟ ସଙ୍ଗଠନ ଓ ସରକାରୀ ଯୋଜନାକୁ ପଥେୟ କରି ନିର୍ବାଚନ ଲଢୁଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ରକରି ନିର୍ବାଚନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ବଲାଙ୍ଗିର ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଅନେକ ପୁରୁଣା ନେତା ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ସେମାନଙ୍କ ଗଣିତ ମଧ୍ୟ ଫେଲ ମାରିଥିଲା। ଫଳସ୍ୱରୂପ ବିଜେପି ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିଥିଲା। ବିଜେଡି ଗଡ଼଼କୁ ଧସେଇ ପଶିଥିବା ବିଜେପି ୩୪ଟି ଜୋନ୍‍ରୁ ୨୪ ଜୋନରେ ବିଜୟୀ ହୋଇଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଆସନକୁ ପୁନଃଦଖଲ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ବିଜେଡି ସହ କଂଗ୍ରେସ ଓ ବିଜେପି ମଧ୍ୟ ଏହି ଆସନ ଦଖଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଣିଥରେ ଅଧ୍ୟକ୍ଷ ଚୌକି ହାତେଇବା ପାଇଁ ବିଜେପି ନୂଆ ଚେହେରାକୁ ଟିକଟ ଦେଇ ନିର୍ବାଚନକୁ ଓହ୍ଲାଇଛି। ସେହିଭଳି କଂଗ୍ରେସ କିଛି ଯୁବ, ମହିଳା ଓ ବରିଷ୍ଠ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଲଢୁଥିବା ବେଳେ ବିଶେଷ କରି ଆଦିବାସୀ ଭୋଟ ହାତେଇବା ପାଇଁ ଦଳ ପ୍ରୟାସ କରୁଛି। କଂଗ୍ରେସ ହାତରେ ଅନ୍ୟ କୈାଣସି ପ୍ରସଙ୍ଗ ନ ଥିବା ବେଳେ କିଭଳି ଆଦିବାସୀ ବର୍ଗଙ୍କ ଅସନ୍ତୋଷ ବିଜେଡି ଓ ବିଜେପି ବିରୋଧରେ ଦଳ ଅସ୍ତ୍ର କରିବ ସେନେଇ ମାନସମନ୍ଥନ କରୁଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଏହି ସବୁ ଭିତରେ କିନ୍ତୁ ବିଜେଡି ଦୃଢ଼ ଦଳୀୟ ସଙ୍ଗଠନ, ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ର କରିଛି। ବିଶେଷ କରି ଜାଗା ମିଶନ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣକାରୀ ଯୋଜନା, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ସଦୃଢ଼ କାର୍ଯ୍ୟକ୍ରମକୁ ଭୋଟରଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ବିଶ୍ୱାସଭାଜନ ହେବାସହିତ ଭୋଟ ହାତେଇବାକୁ ଦଳ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀଙ୍କ ବିଜୟ ପଛରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୌକି ଦଖଲ କରିବା ପାଇଁ ଦୃଢ଼ ଆଶାବାଦୀ ରହିଥିବାବେଳେ ଦଳ ଭିତରେ ରହିଥିବା ନେତାଙ୍କ ସମାନ୍ତରାଳ ଗୋଷ୍ଠୀ ଏବେ ଚିନ୍ତା ବଢ଼଼ାଇଛି। ଜିଲ୍ଲାର ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ଦୁଇଟି ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ବିଧାୟକ ଓ ବିଧାୟକ ପାଇଁ ଆଶାବାଦୀ ଥିବା ନେତାଙ୍କ ସହ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ଯିଏ ଯେଉଁ ନେତାଙ୍କ ଲବିରେ ଟିକଟ ପାଇଛନ୍ତି ତାଙ୍କୁ ଅନ୍ୟ ସଙ୍ଗଠନର ସମର୍ଥକ ମାନେ ସମର୍ଥନ କରୁ ନ ଥିବା ଆଲୋଚନା ହେଉଛି। ଦଳ ଯଦି ମିଳିତ ଭାବେ ନିର୍ବାଚନ ରଣାଙ୍ଗନରେ ଲଢିବ ତେବେ ବିଜେଡି ଗତ ନିର୍ବାଚନ ଅପେକ୍ଷା ଚଳିତ ଥର ଭଲ ପ୍ରଦର୍ଶନ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

30 Jan 2022 By The Sakala

ପଞ୍ଚାୟତ ନିର୍ବାଚନ: ବିଜେଡି ହାତରେ ‘ନବୀନ’ ଅସ୍ତ୍ର; ବିଜେପିକୁ ଆଶା ନୂଆ ଚେହେରା, କଂଗ୍ରେସର ଆଦିବାସୀ କାର୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିବା ପାଇଁ ଭିନ୍ନ ଦଳର ଭିନ୍ନ ରଣନୀତି। କିଏ ନୂଆ ଚେହେରା ଭରସାରେ ତ କିଏ ଆଦିବାସୀ ଭୋଟରଙ୍କ ଭରସାରେ ରହିଛି। ଏହିସବୁ ଅଙ୍କକଷା ଭିତରେ ବିଜେଡି ଦଳୀୟ ସଙ୍ଗଠନ ଓ ସରକାରୀ ଯୋଜନାକୁ ପଥେୟ କରି ନିର୍ବାଚନ ଲଢୁଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ରକରି ନିର୍ବାଚନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ବଲାଙ୍ଗିର ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଅନେକ ପୁରୁଣା ନେତା ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ସେମାନଙ୍କ ଗଣିତ ମଧ୍ୟ ଫେଲ ମାରିଥିଲା। ଫଳସ୍ୱରୂପ ବିଜେପି ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିଥିଲା। ବିଜେଡି ଗଡ଼଼କୁ ଧସେଇ ପଶିଥିବା ବିଜେପି ୩୪ଟି ଜୋନ୍‍ରୁ ୨୪ ଜୋନରେ ବିଜୟୀ ହୋଇଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଆସନକୁ ପୁନଃଦଖଲ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ବିଜେଡି ସହ କଂଗ୍ରେସ ଓ ବିଜେପି ମଧ୍ୟ ଏହି ଆସନ ଦଖଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଣିଥରେ ଅଧ୍ୟକ୍ଷ ଚୌକି ହାତେଇବା ପାଇଁ ବିଜେପି ନୂଆ ଚେହେରାକୁ ଟିକଟ ଦେଇ ନିର୍ବାଚନକୁ ଓହ୍ଲାଇଛି। ସେହିଭଳି କଂଗ୍ରେସ କିଛି ଯୁବ, ମହିଳା ଓ ବରିଷ୍ଠ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଲଢୁଥିବା ବେଳେ ବିଶେଷ କରି ଆଦିବାସୀ ଭୋଟ ହାତେଇବା ପାଇଁ ଦଳ ପ୍ରୟାସ କରୁଛି। କଂଗ୍ରେସ ହାତରେ ଅନ୍ୟ କୈାଣସି ପ୍ରସଙ୍ଗ ନ ଥିବା ବେଳେ କିଭଳି ଆଦିବାସୀ ବର୍ଗଙ୍କ ଅସନ୍ତୋଷ ବିଜେଡି ଓ ବିଜେପି ବିରୋଧରେ ଦଳ ଅସ୍ତ୍ର କରିବ ସେନେଇ ମାନସମନ୍ଥନ କରୁଛି।

ଏହି ସବୁ ଭିତରେ କିନ୍ତୁ ବିଜେଡି ଦୃଢ଼ ଦଳୀୟ ସଙ୍ଗଠନ, ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ର କରିଛି। ବିଶେଷ କରି ଜାଗା ମିଶନ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣକାରୀ ଯୋଜନା, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ସଦୃଢ଼ କାର୍ଯ୍ୟକ୍ରମକୁ ଭୋଟରଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ବିଶ୍ୱାସଭାଜନ ହେବାସହିତ ଭୋଟ ହାତେଇବାକୁ ଦଳ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀଙ୍କ ବିଜୟ ପଛରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୌକି ଦଖଲ କରିବା ପାଇଁ ଦୃଢ଼ ଆଶାବାଦୀ ରହିଥିବାବେଳେ ଦଳ ଭିତରେ ରହିଥିବା ନେତାଙ୍କ ସମାନ୍ତରାଳ ଗୋଷ୍ଠୀ ଏବେ ଚିନ୍ତା ବଢ଼଼ାଇଛି। ଜିଲ୍ଲାର ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ଦୁଇଟି ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ବିଧାୟକ ଓ ବିଧାୟକ ପାଇଁ ଆଶାବାଦୀ ଥିବା ନେତାଙ୍କ ସହ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ଯିଏ ଯେଉଁ ନେତାଙ୍କ ଲବିରେ ଟିକଟ ପାଇଛନ୍ତି ତାଙ୍କୁ ଅନ୍ୟ ସଙ୍ଗଠନର ସମର୍ଥକ ମାନେ ସମର୍ଥନ କରୁ ନ ଥିବା ଆଲୋଚନା ହେଉଛି। ଦଳ ଯଦି ମିଳିତ ଭାବେ ନିର୍ବାଚନ ରଣାଙ୍ଗନରେ ଲଢିବ ତେବେ ବିଜେଡି ଗତ ନିର୍ବାଚନ ଅପେକ୍ଷା ଚଳିତ ଥର ଭଲ ପ୍ରଦର୍ଶନ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

https://www.thesakala.in/latest-odisha-news/panchayat-election-in-odishas-balangir/article-8848
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର