Pahala Overbridge Accident: ପାହାଳ ଓଭରବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ସଙ୍କଟାପନ୍ନ

The Sakala Picture
Published On

କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଅଘଟଣ । ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ, ଗୁରୁତର ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି । ମୃତ ଦମ୍ପତି ସାକ୍ଷୀଗୋପାଳ ଅଞ୍ଚଳର ହୋଇଥିବା ସୂଚନା ।

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ଓଭରବ୍ରିଜ୍ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍‌ ସାଇଡ୍‌ ମାରିବାରୁ ସ୍କୁଟିରେ ଯାଉଥିବା ଦମ୍ପତି ଛିଟିକି ପଡ଼ି ଏକ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ଝରଣା ପାଣି ପିଇବାବେଳେ ପେଟକୁ ପଳାଇଲା ଜୋକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସୂଚନା ଅନୁଯାୟୀ, ଦମ୍ପତି ଜଣକ ସ୍କୁଟି ଯୋଗେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ପାହାଳ ଓଭରବ୍ରିଜ୍ ଉପରେ ପଛପଟୁ ଏକ ବସ୍ ସେମାନଙ୍କୁ ସାଇଡ୍ ଦେଇଥିଲା । ଭାରସାମ୍ୟ ହରାଇ ଉଭୟ ସ୍କୁଟିରୁ ତଳେ ପଡ଼ିଯିବା ସହ ନିକଟରେ ଯାଉଥିବା ଏକ ଟ୍ରକ୍ ଚକା ତଳେ ପଶି ଯାଇଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକା ସହ ଶାନ୍ତି ଚୁକ୍ତି ପାଇଁ ଇରାନର କଡ଼ା ସର୍ତ୍ତ: ଗଲ୍ଫ ଘାଟି ବନ୍ଦ କରିବା ସହ ଉଠାଇବାକୁ ପଡିବ କଟକଣା

ଖବର ପାଇ ପାହାଳ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ଗୁରୁତର ସ୍ୱାମୀଙ୍କୁ ଡାକ୍ତରଖାନା ପଠାଇବା ସହ ମୃତଦେହ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଅଟକ ରଖାଯାଇଛି । ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମୃତ ଦମ୍ପତିଙ୍କ ପରିଚୟ ମିଳିନଥିଲେ ମଧ୍ୟ ସେମାନେ ସାକ୍ଷୀଗୋପାଳ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

10 Nov 2025 By The Sakala

Pahala Overbridge Accident: ପାହାଳ ଓଭରବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ସଙ୍କଟାପନ୍ନ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ଓଭରବ୍ରିଜ୍ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍‌ ସାଇଡ୍‌ ମାରିବାରୁ ସ୍କୁଟିରେ ଯାଉଥିବା ଦମ୍ପତି ଛିଟିକି ପଡ଼ି ଏକ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଦମ୍ପତି ଜଣକ ସ୍କୁଟି ଯୋଗେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ପାହାଳ ଓଭରବ୍ରିଜ୍ ଉପରେ ପଛପଟୁ ଏକ ବସ୍ ସେମାନଙ୍କୁ ସାଇଡ୍ ଦେଇଥିଲା । ଭାରସାମ୍ୟ ହରାଇ ଉଭୟ ସ୍କୁଟିରୁ ତଳେ ପଡ଼ିଯିବା ସହ ନିକଟରେ ଯାଉଥିବା ଏକ ଟ୍ରକ୍ ଚକା ତଳେ ପଶି ଯାଇଥିଲେ ।

ଖବର ପାଇ ପାହାଳ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ଗୁରୁତର ସ୍ୱାମୀଙ୍କୁ ଡାକ୍ତରଖାନା ପଠାଇବା ସହ ମୃତଦେହ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଅଟକ ରଖାଯାଇଛି । ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମୃତ ଦମ୍ପତିଙ୍କ ପରିଚୟ ମିଳିନଥିଲେ ମଧ୍ୟ ସେମାନେ ସାକ୍ଷୀଗୋପାଳ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର