Pahala Overbridge Accident: ପାହାଳ ଓଭରବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ସଙ୍କଟାପନ୍ନ

The Sakala Picture
Published On

କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଅଘଟଣ । ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ, ଗୁରୁତର ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି । ମୃତ ଦମ୍ପତି ସାକ୍ଷୀଗୋପାଳ ଅଞ୍ଚଳର ହୋଇଥିବା ସୂଚନା ।

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ଓଭରବ୍ରିଜ୍ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍‌ ସାଇଡ୍‌ ମାରିବାରୁ ସ୍କୁଟିରେ ଯାଉଥିବା ଦମ୍ପତି ଛିଟିକି ପଡ଼ି ଏକ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ମେୟର ନିର୍ବାଚନ; ଟ୍ରମ୍ପଙ୍କୁ ଝଟ୍‌କା ଦେଲେ ୩ ଭାରତୀୟ ବଂଶୋଦ୍ଭବ...

ସୂଚନା ଅନୁଯାୟୀ, ଦମ୍ପତି ଜଣକ ସ୍କୁଟି ଯୋଗେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ପାହାଳ ଓଭରବ୍ରିଜ୍ ଉପରେ ପଛପଟୁ ଏକ ବସ୍ ସେମାନଙ୍କୁ ସାଇଡ୍ ଦେଇଥିଲା । ଭାରସାମ୍ୟ ହରାଇ ଉଭୟ ସ୍କୁଟିରୁ ତଳେ ପଡ଼ିଯିବା ସହ ନିକଟରେ ଯାଉଥିବା ଏକ ଟ୍ରକ୍ ଚକା ତଳେ ପଶି ଯାଇଥିଲେ ।

ଆହୁରି ପଢ଼ନ୍ତୁ: ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ହରାଇ ସିରିଜ୍‌ରେ ଆଗୁଆ...

ଖବର ପାଇ ପାହାଳ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ଗୁରୁତର ସ୍ୱାମୀଙ୍କୁ ଡାକ୍ତରଖାନା ପଠାଇବା ସହ ମୃତଦେହ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଅଟକ ରଖାଯାଇଛି । ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ମୃତ ଦମ୍ପତିଙ୍କ ପରିଚୟ ମିଳିନଥିଲେ ମଧ୍ୟ ସେମାନେ ସାକ୍ଷୀଗୋପାଳ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ୭ରେ ପୁଣି ଥରେ ନୂଆପଡ଼ା ଯିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Join Us @ WhatsApp

About The Author

Google News
Join Us @ WhatsApp