ନବୀନଙ୍କ ନେତୃତ୍ୱରେ ବିରୋଧୀ ଏକାଠି: ବିରୋଧୀଙ୍କ ନିଶାଣରେ ସରକାର ଘାଇଲା, ଆଗକୁ କଣ୍ଟକିତ ରାସ୍ତା

Madhusudan Das Picture
Published On

ଭୁବନେଶ୍ୱର: ନିର୍ଦ୍ଧାରିତ ୫ଟି କାର୍ଯ୍ୟଦିବସ ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ଶେଷ ହୋଇଛିି ବିଧାନସଭାର ବଜେଟ ଅଧିବେଶନ।  ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିବା ୭ ଦିନିଆ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀ ଶୋଷଣକୁ ନେଇ ୬ ଦିନ ଗୃହ ଅଚଳ ହୋଇଥିଲା।  ଅନୁରୂପ ଭାବରେ ମାର୍ଚ୍ଚ ୯ରୁ ଦ୍ୱିତୀୟ ପର୍ଯ୍ୟାୟରେ ଏସ୍‌ସିବି ନିଆଁର ତାତି ଗୃହରେ ଅନୁଭୂତ ହୋଇଥିଲା।  ୧୭ ତାରିଖରୁ ଆଦୌ ଗୃହକାର୍ଯ୍ୟରେ ଭାଗ ନେଇନଥିବା ବେଳେ ଶେଷଦିନ ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ମୋଟାମୋଟି ଭାବରେ ସାରା ବଜେଟ୍‌ ଅଧିବେଶନରେ ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣରେ ସରକାର ଆକ୍ତାମାକ୍ତା ହୋଇ ଯାଇଥିଲେ। ଏହି ସମୟରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଓ ଘୋଡ଼ା ବେପାରରେ ଶାସକ ଦଳ ଅଳ୍ପକେ ବାଜି ମାରି ନେଇଥିଲେ ହେଁ ବିରୋଧୀ ବିଜେଡି ଓ କଂଗ୍ରେସର ଯୁଗଳବନ୍ଦୀ ଆଗାମୀ ଦିନରେ ନୂଆ ସମୀକରଣର ସଙ୍କେତ ଦେଇଛି। ଏହି ସମୟରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଭୂମିକା ଓ ଧାନକିଣା, ଆଇନଶୃଙ୍ଖଳା, ବିତ୍ତୀୟ ପରିଚାଳନା ଓ ଏସ୍‌ସିବି ରୋଗୀ ମୃତ୍ୟୁ ଘଟଣାରେ  ତାଙ୍କର ଅଭେଦ୍ୟ ଆକ୍ରମଣ ବିରୋଧୀଙ୍କୁ ଅଧିକ ଉତ୍ସାହିତ କରିଛି।  ଯାହା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଯେକୌଣସି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବିଧାନସଭା ଭିତରେ ଓ ବାହାରେ ବିରୋଧୀ ସମ୍ମିଳିତ ଭାବରେ ସରକାରଙ୍କୁ ଆକ୍ରମଣ କରିବାରେ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ ବୋଲି ମିଳିିଥିବା ଇଙ୍ଗିତ ସରକାରଙ୍କୁ ଆଗାମୀ ଦିନରେ ଅଡ଼ୁଆରେ ପକାଇବା ଆଶଙ୍କା ସୃଷ୍ଟି କରିଛି । 

ଆହୁରି ପଢ଼ନ୍ତୁ: ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

ବଜେଟ  ଅଧିବେଶନର ଦ୍ୱିତୀୟ ଦିନରୁ ହିଁ ବିରୋଧୀ ମିଳିତ ଭାବରେ ସରକାରଙ୍କୁ ମିଳିତ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଧାନ ବିକ୍ରି ଏବଂ ଚାଷୀ କଷଣ ବିଷୟକୁ ନେଇ ବିଜେଡି-କଂଗ୍ରେସ, ସିପିଏମ ବିଧାୟକ ଗୃହ ହୁଲୁସ୍ତୁଲ କରିଥିଲେ। ଦୀର୍ଘ ଅନେକ ଦଶନ୍ଧି ପରେ ଶାସକ ଦଳକୁ ବିଧାନସଭାରେ ବିରୋଧୀଙ୍କ ଏପରି ସଶକ୍ତ ଆକ୍ରମଣ ରାଜ୍ୟବାସୀ ପ୍ରତ୍ୟକ୍ଷ କରିଛନ୍ତି। ତେବେ ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନ ସରକାରଙ୍କ ବିରୋଧରେ ବିରୋଧୀଙ୍କୁ ଏକାଠି ହେବାକୁ ଏକ ବଡ଼ ମଉକା ଦେଇଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ସାମ୍ନାକୁ ଆସିଥିଲେ। ବିରୋଧୀଙ୍କ ଭୋଟ ଯେପରି ଏକଜୁଟ୍‌ ରହିବ, ସେନେଇ ପ୍ରାଣପ୍ରଣେ ଉଦ୍ୟମ କରିଥିଲେ ଉଭୟ ଦଳର ଛାମୁଆ ନେତା । ଏହି ପ୍ରୟାସ ଦୁଇଦଳର ପ୍ରମୁଖ ନେତାଙ୍କୁ ନିକଟତର କରିଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପ୍ରତ୍ୟେକ ଦିନ ଗୃହରେ ବିରୋଧୀ ସଦସ୍ୟ ଭାବେ ପୃଥକ ପୃଥକ ବଦଳରେ ମିଳିତ ଭାବେ ବିରୋଧ ପ୍ରଦର୍ଶନ କରିଛନ୍ତି। ଗୃହରେ କୋକେଇ ଶୋଭାଯାତ୍ରା,   କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ ଘଟଣାରେ ଉଭୟ ବିରୋଧୀଙ୍କ ସମାନ ଆଭିମୁଖ୍ୟ ଶାସକଙ୍କ ପାଇଁ ପୀଡ଼ାଦାୟକ ହୋଇଥିବାବେଳେ ଗାନ୍ଧୀମାର୍ଗରେ ୧୦ଟି ବିରୋଧୀ ଦଳକୁ ନେଇ ସରକାରଙ୍କ ମିଳିତ ସମାବେଶ, ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ ଆଗାମୀ ଦିନ ପାଇଁ ଭିନ୍ନ ବାର୍ତ୍ତା ଦେଇଛି ।  

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଏନେଇ ବାରମ୍ବାର ସମାନ କଥା ଦୋହରାଇଛନ୍ତି। କୌଣସି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଆଗକୁ ମଧ୍ୟ ବିରୋଧୀ ଏକ ହୋଇ ସରକାରଙ୍କ ବିରୋଧରେ ଲଢ଼ିବାରେ ଆମେ ପଛଘୁଞ୍ଚା ଦେବୁ ନାହିଁ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ଅନୁରୂପ ଭାବରେ ବିଜେଡି ସହ ନିର୍ବାଚନୀ ସମ୍ପର୍କକୁ ନେଇ ଗଣମାଧ୍ୟମର ପ୍ରଶ୍ନକୁ ମଧ୍ୟ ସେ ସିଧାସଳଖ ଏଡ଼ାଇ ଯାଉନାହାନ୍ତି। ଏପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଭବିଷ୍ୟତର ମେଣ୍ଟ ଚର୍ଚ୍ଚାକୁ ଭବିଷ୍ୟତ ଉପରେ ଛାଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଉଭୟ ଦଳର ଛାମୁଆ ନେତାଙ୍କ ଶାରୀରିକ ଭାଷା ଆଗାମୀ ଦିନ ପାଇଁ ଦେଇଥିବା ଇଙ୍ଗିତ ନୂଆ ସମୀକରଣ ସମ୍ଭାବନାକୁ ରେଖାଙ୍କିତ କରିଛି। ବିରୋଧୀଙ୍କ ମଧ୍ୟରେ କୌଣସି ନିର୍ବାଚନୀ ମେଣ୍ଟ ହେବା ନେଇ କୌଣସି ସ୍ପଷ୍ଟ ଚିତ୍ର ଦୃଶ୍ୟମାନ ହୋଇ ନ ଥିଲେ ହେଁ ଉଭୟ ମିଳିତ ଭାବରେ ସରକାରଙ୍କୁ ବିରୋଧ କରିବେ, ତାହା ଆପାତତଃ ସ୍ପଷ୍ଟ। ତେଣୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ତଉଲିଲେ ଆଗାମୀ ଦିନ ପାଇଁ ଯେ ସରକାରଙ୍କ ରାସ୍ତା ସହଜ ହେବ ନାହିଁ ତାହା ବେଶ୍‌ ବୁଝା ପଡ଼ୁଛି।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

01 Apr 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର