ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ, ଆସିଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ...
ଭୁବନେଶ୍ବର: ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ରେରା ଆଇନ ଆସିବା ପୂର୍ବରୁ କିଣାବିକା ହୋଇଥିବା ଆପର୍ଟମେଣ୍ଟ ହୋଇପାରିବ ଆଉଥରେ ବିକ୍ରି। ୨୦୧୬ ପୂର୍ବ ଆପର୍ଟମେଣ୍ଟ କିଣାବିକା ପାଇଁ ଅକୁପେନ୍ସି ସାର୍ଟିଫିକେଟ ବାଧ୍ୟତାମୂଳକ ଥିଲା। ଦେବାକୁ ପଡୁଥିଲା ରେରା ସାର୍ଟିଫିକେଟ ଓ ମାଲିକ ସଂଘର ପ୍ରମାଣପତ୍ର। ନୂଆ ନିର୍ଦ୍ଦେଶନାମା ଅନୁସାରେ ଏସବୁ ଦେବାକୁ ପଡିବ ନାହିଁ। କେବଳ ପୁରୁଣା ଦଲିଲ ଦେବାକୁ ପଡିବ।





