ସ୍କ୍ରବ୍‌ ଟାଇଫସ୍‌ ନେଲା ଆଉ ଜଣକ ଜୀବନ; ଗଡ଼ିଲାଣି ୬ ମୁଣ୍ଡ, ଶତାଧିକ ଆକ୍ରାନ୍ତ

The Sakala Picture
Published On

ବରଗଡ଼: ବରଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍‌ ଟାଇଫସ୍‌ । ଜଙ୍ଗଲୀ ପୋକ ପୁଣି ଜଣକ ଜୀବନ ନେଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଜିଲ୍ଲାର ସମସ୍ତ ୧୨ ବ୍ଲକରେ ଏହି ପୋକ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଅଦ୍ୟାବଧି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ ୬ ଜଣଙ୍କ ଜୀବନ ନେଇସାରିଥିବା ବେଳେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ […]

ବରଗଡ଼: ବରଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ସ୍କ୍ରବ୍‌ ଟାଇଫସ୍‌ । ଜଙ୍ଗଲୀ ପୋକ ପୁଣି ଜଣକ ଜୀବନ ନେଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଜିଲ୍ଲାର ସମସ୍ତ ୧୨ ବ୍ଲକରେ ଏହି ପୋକ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଅଦ୍ୟାବଧି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ ୬ ଜଣଙ୍କ ଜୀବନ ନେଇସାରିଥିବା ବେଳେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ସଚେତନତା କରା ନଯିବା କିମ୍ବା ଆଖିଦୃଷିଆ ପଦକ୍ଷେପ ଗ୍ରହଣ କରା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଗତକାଲି ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଲି ଗ୍ରାମର ନାରାୟଣ ଦେବତା ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି। ସେ ଅନେକ ଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ ଏବଂ ବୁକ୍ରାମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ନିଜର ଚିକିତ୍ସା କରାଇଥିଲେ । ସେଠାରେ ସ୍କ୍ରଵ୍‌ ଟାଇଫସ୍‌ ବୋଲି ପରୀକ୍ଷା ପରେ ଜଣାପଡି ନ ଥିଲା । ପରେ ଜ୍ଵର ନ ଛାଡ଼ିବାରୁ ତାଙ୍କୁ ପଦ୍ମପୁର ଏବଂ ଖେଦାପାଲି ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ସ୍କାବ୍‌ ଟାଇଫସ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ଜିଲ୍ଲା ସରକାରୀ ହସ୍ପିଟାଲରେ ବିଶେଷ ସୁବିଧା ନ ଥିବାରୁ ଦୁଇଦିନ ତଳେ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି। ସେ ରାଜବୋଡ଼ାସମ୍ବର କୃଷକ ସଂଗଠନ ବୁକ୍ରାମୁଣ୍ଡା ପଞ୍ଚାୟତର କୋଷାଧ୍ୟକ୍ଷ ଥିଲେ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର