୧୮ରୁ ଊର୍ଦ୍ଧ୍ୱ ବୟସ୍କ ଙ୍କ ପାଇଁ ରାଜ୍ୟରେ ପହଁଚିଲା ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା

The Sakala Picture
Published On

ଭୁବନେଶ୍ୱର: ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବା ପାଇଁ ଓଡ଼ିଶାରେ ପହଁଚିଛି ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା । ଆସନ୍ତା ସୋମବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଟିକାକରଣ । ଆଜି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ରାଜ୍ୟ ଦେଇଥିବା ଅର୍ଡରରୁ ୧ ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ । ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ […]

ଭୁବନେଶ୍ୱର: ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବା ପାଇଁ ଓଡ଼ିଶାରେ ପହଁଚିଛି ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା । ଆସନ୍ତା ସୋମବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଟିକାକରଣ । ଆଜି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ରାଜ୍ୟ ଦେଇଥିବା ଅର୍ଡରରୁ ୧ ଲକ୍ଷ ଡୋଜ୍ ଟିକା ପଠାଇଛି ସେରମ୍ । ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଦିଆଯିବ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ମେ’ ୧ ତାରିଖରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା । ତେବେ ସେତେବେଲେ କେବଳ କୋଭାକ୍ସିନ୍ ରାଜ୍ୟ ପାଖକୁ ଆସିଥିଲା । ସେହି ଅନୁସାରେ, ଭୁବନେଶ୍ୱରରେ କୋଭାକ୍ସିନ୍ ଦିଆଯାଉଥିବାରୁ ୧୮ ବର୍ଷରୁ ୪୪ ବୟସ୍କଙ୍କ ଟିକାକରଣ ଜାରି ରହିଥିଲା । ଅର୍ଡର ଅନୁସାରେ କୋଭିସିଲ୍ଡ ଆସି ନଥିବାରୁ ଭୁବନେଶ୍ୱର ବ୍ୟତୀତ୍ ଅନ୍ୟ କେଉଁଠି ଟିକାକରଣ ଆରମ୍ଭ ହୋଇ ପାରିନଥିଲା ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଆଜି ୧ ଲକ୍ଷ କୋଭିସିଲ୍ଡ ପହଞ୍ଚିବା ପରେ ସୋମବାର ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି । ମେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ମଧ୍ୟରୁ ୨ ଲକ୍ଷ ୧୬ ହଜାର ୫୪୦ ଡୋଜ୍ ଏବଂ କେନ୍ଦ୍ର ଦେଉଥିବା କୋଭାକ୍ସିନରୁ ୩ ଲକ୍ଷ ୫୩ ହଜାର ୮୨୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ ଅର୍ଡର କରିଥିବା କୋଭାକ୍ସିନରୁ ୧ ଲକ୍ଷ ୧୪ ହଜାର ୭୦ ଡୋଜ୍ ଟିକା ଗଚ୍ଛିତ ଅଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର