ରାଜ୍ୟର ପ୍ରଥମ ରୋବୋଟିକ ସର୍ଜରୀ, ଅପରେସନ୍‌ର ୨୪ ଘଣ୍ଟା ଭିତରେ ଚଲାବୁଲା କରିପାରିବ ରୋଗୀ

The Sakala Picture
Published On

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି କଟକ ଥୋରିଆସାହିସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲ। ପ୍ରଥମଥର ନିମନ୍ତେ ଏଠାରେ ଏକ ରୋବୋଟିକ ସର୍ଜରୀ ଉତ୍କର୍ଷ କେନ୍ଦ୍ର ଖୋଲାଯାଇଛି। ତେବେ ପ୍ରଥମଦିନରେ ୩ଜଣଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି ବୋଲି ମୁଖ୍ୟ ସର୍ଜନ ତଥା ସିଏମଡ଼ି ଡ. ଶ୍ରୀଜୟ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ରୋବୋଟିକ ସର୍ଜରୀ ଉପସ୍ଥାପନା କରିବା ପାଇଁ ଥିବା ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି ବୋଲି […]

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି କଟକ ଥୋରିଆସାହିସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲ। ପ୍ରଥମଥର ନିମନ୍ତେ ଏଠାରେ ଏକ ରୋବୋଟିକ ସର୍ଜରୀ ଉତ୍କର୍ଷ କେନ୍ଦ୍ର ଖୋଲାଯାଇଛି। ତେବେ ପ୍ରଥମଦିନରେ ୩ଜଣଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି ବୋଲି ମୁଖ୍ୟ ସର୍ଜନ ତଥା ସିଏମଡ଼ି ଡ. ଶ୍ରୀଜୟ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ରୋବୋଟିକ ସର୍ଜରୀ ଉପସ୍ଥାପନା କରିବା ପାଇଁ ଥିବା ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି ବୋଲି ଏହି ଅବସରରେ ସେ କହିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଲାପ୍ରୋସ୍କୋପିକ୍‍ ସର୍ଜରୀ ତୁଳନାରେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବ ରୋବୋଟିକ ସର୍ଜରୀ ଉତ୍କର୍ଷ କେନ୍ଦ୍ର। ରୋବୋଟିକ ସର୍ଜରୀରେ ଜଣେ ସର୍ଜନ ଅତି କ୍ଷୂଦ୍ର ଛିଦ୍ର କରି ଥ୍ରୀ-ଡି ମୋଡରେ ତାହାକୁ ବଢ଼଼ାଇ ସର୍ଜରୀ କରିପାରିବେ। ପହଞ୍ଚି ହେଉନଥିବା ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନରେ ପହଞ୍ଚି ପାରିବ ରୋବୋଟିକ୍‍ ହାତ। ଶରୀର ଭିତରେ ଥିବା ଅନ୍ୟାନ୍ୟ ଅଙ୍ଗରେ ରୋବୋଟିକ ହାତ ସ୍ପର୍ଶ କରିବ ନାହିଁ। ଫଳରେ ସଂକ୍ରମଣର ଆଶଙ୍କା ରହିବନି। ରୋବୋଟିକ ଉପକରଣ ଏଣ୍ଡୋରିଷ୍ଟ ସୁବିଧା ୭୨୦ଡିଗ୍ରୀରେ ଘୂରିପାରିବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏହାଛଡ଼ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ରୋବୋଟିକ ସର୍ଜରୀର ୨୪ ଘଣ୍ଟା ଭିତରେ ଜଣେ ରୋଗୀ ଚଲାବୁଲା ମଧ୍ୟ କରିପାରିବ ବୋଲି ସମ୍ମିଳନୀରେ କୁହାଯାଇଛି। ଅପର ଜିଆଇ ସର୍ଜରୀ, ଏସୋଫାଗସ୍‍, ପେଟ ଓ ପାନକ୍ରିଆସ, ହେପାଟୋ ବିଲିଆରୀ ଓ ପାନକ୍ରିଆସ ସର୍ଜରୀ, ଯକୃତ, ଗଲବ୍ଲାଡ଼ର, ବାଇଲ ଡକ୍ଟ, କିଡ଼ନୀ, ସ୍କିନ, କୋରୋରେକ୍ଟାଲ ସର୍ଜରୀ, କ୍ୟାନ୍ସର ସର୍ଜରୀ, ରାଡ଼ିକାଲ ପ୍ରୋଷ୍ଟାଷ୍ଟିକ ସର୍ଜରୀ, ବେରିଏଟ୍ରିକ ସର୍ଜରୀ, ହାର୍ନିଆ ସର୍ଜରୀ, ଫୁସ୍‍ଫୁସ୍‍, ଥାଇମାସ ଭଳି ଅନେକ ସର୍ଜରୀ ଏହା ଦ୍ୱାରା ସମ୍ଭବପର ବୋଲି ସୂଚନା ଦିଆଯାଇଛି। ତେବେ ପ୍ରଥମ ଦିନରେ ଢ଼େଙ୍କାନାଳର ସୁଶ୍ରୀ ସଙ୍ଗୀତା ଦାସ, ଯାଜପୁରର ଜିତେନ୍ଦ୍ର କୁମାର ସାହୁ ଓ କେନ୍ଦ୍ରାପଡ଼ାର ରଞ୍ଜିତ ଗିରିଙ୍କର ରୋବୋଟିକ ଅସ୍ତ୍ରୋପଚାର ହୋଇଛି। ଏହି ସମ୍ମିଳନୀରେ ସର୍ଜନ ଡ. ରେଖା ଦାସ, ହସ୍ପିଟାଲ ନିର୍ଦ୍ଦେଶକ ଡ. ଚିତ୍ତରଞ୍ଜନ ଦାସ, ଇଏନଟି ସର୍ଜନ ଡ. ଦୀପ୍ତିମାନ ବଳିଆରସିଂ ଓ ଅଙ୍କୋଲୋଜି ସର୍ଜନ ଡ. ପ୍ରଶାନ୍ତ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର