ଆଉ ୪ ଦିନ ପରେ ସ୍ୱାଧୀନତା ଦିବସ, ଜାଣନ୍ତୁ- ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୫ତାରିଖରେ ୭୭ତମ ସ୍ୱାଧୀନତା ଦିବସ। ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳନ କରିବ। ତେବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ […]

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୫ତାରିଖରେ ୭୭ତମ ସ୍ୱାଧୀନତା ଦିବସ। ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳନ କରିବ। ତେବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସହିତ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି, ୧୦ ଜିଲ୍ଲାରେ ଜିଲ୍କାପାଳ ପତାକା ଉତ୍ତୋଳନ କରିବେ ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ କନ୍ଧମାଳରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ପୁରୀରେ ସ୍ବାସ୍ଥ୍ୟମନ୍ତ୍ରୀ  ନିରଞ୍ଜନ ପୂଜାରୀ, କୋରାପୁଟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଗଞ୍ଜାମରେ ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବରଗଡରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମ୍ବଲପୁରରେ ଗୃହ ଏବଂ ସହରୀ ବିକାଶମନ୍ତ୍ରୀ ଉଷା ଦେବୀ,କେନ୍ଦୁଝରରେ ଇସ୍ପାତ ଏବଂ ଖଣିମନ୍ତ୍ରୀ  ପ୍ରଫୁଲ୍ଲ କୁମାର ମଲ୍ଲିକ,ଅନୁଗୁଳରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ,ରାୟଗଡାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁନ୍ଦରଗଡରେ ଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜଗତସିଂହପୁରରେ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀରରେ ବିଜ୍ଞାନ ଏବଂ ପ୍ରଯ୍ୟୁକ୍ତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, କଟକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବାଲେଶ୍ୱରରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି,ମୟୁରଭଞ୍ଜରେ ପର୍ୟ୍ୟଟନ ମନ୍ତ୍ରୀ  ଅଶ୍ୱନୀ କୁମାର ପାତ୍ର । କଳାହାଣ୍ଡିରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ମାଲକାନାଗିରିରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ,ସୋନପୁରେ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଢେଙ୍କାନାଳରେ ମହିଳା ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍  ପତାକା ଉତ୍ତୋଳନ କରିବେ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ଏଥି ସହିତ ବ୍ରହ୍ମପୁର ଓ ରାଉରକେଲାରେ ଯଥାକ୍ରମେ ଦକ୍ଷିଣାଂଚଳ ଆରଡିସି ଓ ଉତ୍ତରାଂଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସହିତ ଭଦ୍ରକ,ବୌଦ୍ଧ, ଦେବଗଡ଼,ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

10 Aug 2023 By The Sakala

ଆଉ ୪ ଦିନ ପରେ ସ୍ୱାଧୀନତା ଦିବସ, ଜାଣନ୍ତୁ- ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୫ତାରିଖରେ ୭୭ତମ ସ୍ୱାଧୀନତା ଦିବସ। ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସ୍ୱାଧୀନତା ଦିବସ ପାଳନ କରିବ। ତେବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରସ୍ଥିତ ମହାତ୍ମାଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସହିତ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି, ୧୦ ଜିଲ୍ଲାରେ ଜିଲ୍କାପାଳ ପତାକା ଉତ୍ତୋଳନ କରିବେ ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ କନ୍ଧମାଳରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ପୁରୀରେ ସ୍ବାସ୍ଥ୍ୟମନ୍ତ୍ରୀ  ନିରଞ୍ଜନ ପୂଜାରୀ, କୋରାପୁଟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଗଞ୍ଜାମରେ ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବରଗଡରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମ୍ବଲପୁରରେ ଗୃହ ଏବଂ ସହରୀ ବିକାଶମନ୍ତ୍ରୀ ଉଷା ଦେବୀ,କେନ୍ଦୁଝରରେ ଇସ୍ପାତ ଏବଂ ଖଣିମନ୍ତ୍ରୀ  ପ୍ରଫୁଲ୍ଲ କୁମାର ମଲ୍ଲିକ,ଅନୁଗୁଳରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ,ରାୟଗଡାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁନ୍ଦରଗଡରେ ଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜଗତସିଂହପୁରରେ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀରରେ ବିଜ୍ଞାନ ଏବଂ ପ୍ରଯ୍ୟୁକ୍ତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, କଟକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବାଲେଶ୍ୱରରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି,ମୟୁରଭଞ୍ଜରେ ପର୍ୟ୍ୟଟନ ମନ୍ତ୍ରୀ  ଅଶ୍ୱନୀ କୁମାର ପାତ୍ର । କଳାହାଣ୍ଡିରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ମାଲକାନାଗିରିରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ,ସୋନପୁରେ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଢେଙ୍କାନାଳରେ ମହିଳା ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍  ପତାକା ଉତ୍ତୋଳନ କରିବେ।

ଏଥି ସହିତ ବ୍ରହ୍ମପୁର ଓ ରାଉରକେଲାରେ ଯଥାକ୍ରମେ ଦକ୍ଷିଣାଂଚଳ ଆରଡିସି ଓ ଉତ୍ତରାଂଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସହିତ ଭଦ୍ରକ,ବୌଦ୍ଧ, ଦେବଗଡ଼,ଗଜପତି, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର