ମୃତ୍ୟୁ ସାର୍ଟିଫିକେଟ୍‌ କରିବାକୁ ଲାଞ୍ଚ ନେଉଥିବା ବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

The Sakala Picture
Published On

ବାଲେଶ୍ବର : ମୃତ୍ୟୁ ସାର୍ଟିଫିକେଟ କରାଇଦେବାକୁ ନେଉଥିଲେ ଲାଞ୍ଚ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ୱର ସଦର ତହସିଲ ବଇଞ୍ଚା ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ଡଲି ସେଠୀ । ସୂଚନା ଅନୁସାରେ ବଇଞ୍ଚା ଆର୍‌ଆଇ ଡଲି ସେଠୀ ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ୩୦ ହଜାର ଟଙ୍କା ନେଇଥାନ୍ତେ। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢଉ କରି […]

ବାଲେଶ୍ବର : ମୃତ୍ୟୁ ସାର୍ଟିଫିକେଟ କରାଇଦେବାକୁ ନେଉଥିଲେ ଲାଞ୍ଚ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ୱର ସଦର ତହସିଲ ବଇଞ୍ଚା ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ଡଲି ସେଠୀ ।

ଆହୁରି ପଢ଼ନ୍ତୁ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ର ମୃତ

ସୂଚନା ଅନୁସାରେ ବଇଞ୍ଚା ଆର୍‌ଆଇ ଡଲି ସେଠୀ ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ୩୦ ହଜାର ଟଙ୍କା ନେଇଥାନ୍ତେ। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢଉ କରି ତାଙ୍କୁ ଧରିଛନ୍ତି। ଆରଆଇ ଡଲି ୫.୫୦ ଲକ୍ଷ ଟଙ୍କା ସରକାରୀ ସହାୟତା କରାଇ ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପର୍ଯ୍ୟାୟରେ ଆଜି ଦୀନବନ୍ଧୁ ୧୦ ହଜାର ଟଙ୍କା ଦେଉଥିଲେ। ଏହି ସମୟରେ ଭିଜିଲାନ୍ସ ଜାଲରେ ଏହି ଲାଞ୍ଚୁଆ ଆରଆଇ ଧରାପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ପାଖରାବାଡ଼ ପଞ୍ଚାୟତର ନୀଶ୍ଚିନ୍ଦା ଗ୍ରାମର ଦୀନବନ୍ଧୁ ବେହେରାଙ୍କ ସାଢେ଼ ୩ ବର୍ଷର ପୁଅ ଦାଣ୍ଡରେ ଖେଳୁଥିବା ସମୟରେ ପୋଖରୀରେ ବୁଡି ମୃତ୍ୟୁ ହୋଇଥିଲା। ଏହି ଘଟଣା ଗତ ଏପ୍ରିଲ ମାସ ୧୨ରେ ଘଟିଥିଲା ।ତେବେ ପୁଅର ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଦୀନବନ୍ଧୁ ସ୍ଥାନୀୟ ବଇଞ୍ଚା ଆର୍‌ଆଇଙ୍କ ନିକଟକୁ ଯାଇଥିଲେ। ବଇଞ୍ଚା ଆର୍‌ଆଇ ଡଲି ସେଠୀ କଗଜ ପାତ୍ର ବାବଦକୁ ଦୀନବନ୍ଧୁଙ୍କୁ ୩୦ ହଜାର ଟଙ୍କା ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମାଗିଥିଲେ।ଏନେଇ ଦୀନବନ୍ଧୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସେ ଆଜି ଡଲିଙ୍କୁ ରାସାୟନ ପ୍ରଲେପ ଦିଆଯାଇଥିବା ଟଙ୍କା ଲାଞ୍ଚ ଦେଇଥିଲେ। ପରେ ଭିଜିଲାନ୍ସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି। ଆଇଆଇଙ୍କ ବାନ୍ଧି ଆଣି ପଚରାଉଚରା କରୁଛି। ଏନେଇ ଭିଜିଲାନ୍ସ ଏକ ମାମଲା କରି ଅଧିକ ଖୋଳାତାଡ଼ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପୁରୀରେ ନିମ୍ନମାନର ଓ ଭେଜାଲ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ: ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କଡ଼ା ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର