ଛତୁ ଚାଷକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ : ୨୦୨୩-୨୭ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଛତୁ ମିଶନରେ ଖର୍ଚ୍ଚ ହେବ ୩୨୮ କୋଟି ୮୮ ଲକ୍ଷ

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଉଦ୍ୟମ ବଳରେ ରାଜ୍ୟରେ ବଢିଛି କୃଷି ଉତ୍ପାଦନ। ବର୍ତ୍ତମାନ ରାଜ୍ୟର ଯୁବ ପିଢି ଚାଷକାମ ପାଇଁ ମନବଳାଇବା ସହ ଉନ୍ନତମାନର ପଦ୍ଧତିରେ ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ କରୁଛନ୍ତି। ଯାହାର ଫଳ ସୂରୁପ ରାଜ୍ୟରେ କୃଷି ଉତ୍ପାଦନ ଭଲ ହେବାରେ ଲାଗିଛି। ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଛତୁ କନ୍‌କ୍ଲେଭ୍‌-୨୦୨୩କୁ ଉଦ୍‌ଘାଟନ କରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଛତୁ ଉତ୍ପାଦନରେ […]

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଉଦ୍ୟମ ବଳରେ ରାଜ୍ୟରେ ବଢିଛି କୃଷି ଉତ୍ପାଦନ। ବର୍ତ୍ତମାନ ରାଜ୍ୟର ଯୁବ ପିଢି ଚାଷକାମ ପାଇଁ ମନବଳାଇବା ସହ ଉନ୍ନତମାନର ପଦ୍ଧତିରେ ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ କରୁଛନ୍ତି। ଯାହାର ଫଳ ସୂରୁପ ରାଜ୍ୟରେ କୃଷି ଉତ୍ପାଦନ ଭଲ ହେବାରେ ଲାଗିଛି। ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଛତୁ କନ୍‌କ୍ଲେଭ୍‌-୨୦୨୩କୁ ଉଦ୍‌ଘାଟନ କରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଛତୁ ଉତ୍ପାଦନରେ ଓଡ଼ିଶା ଏବେ ଦେଶର ଏକ ନମ୍ବର ସ୍ଥାନରେ ଅଛି। ଛତୁପରୀ ଅର୍ଥକାରୀ ଫସଲ ଚାଷ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେବା ସହ ଛତୁ ମିଶନ ଆରମ୍ଭ କରିଛନ୍ତି। ଯାହା ଛତୁଚାଷ ପରି ଅର୍ଥକରୀ ଫସଲ ଚାଷୀର ଆୟବୃଦ୍ଧିରେ ସହାୟକ ହୋଇପାରୁଛି । ପାଳଛତୁ ଚାଷ ପାଇଁ ନଡ଼ା ବ୍ୟବହାର ହେଉଥିବାରୁ ଏହା ଦ୍ୱାରା ବର୍ଜ୍ୟବସ୍ତୁରୁ ସଂପଦ ସୃଷ୍ଟି ହେବା ସହିତ ପରିବେଶ ସୁରକ୍ଷା ହୋଇପାରୁଛି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ରାଜ୍ୟ ସରକାର ଛତୁଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଛତୁ ମିଶନରେ ୩୨୮ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିରେ ଛତୁ ଚାଷୀଙ୍କୁ ସବସିଡି ଦେବ ସହିତ ଛତୁ ଚାଷ ପାଇଁ ନୂଆ ଜ୍ଞାନ କୌଶଳ ଉପରେ ତାଲିମ ଦିଆଯିବ। ବ୍ଲକ ସ୍ତରରେ ମଧ୍ୟ ଚାଷୀଙ୍କୁ ତାଲିମ ଦିଆଯିବ। ଏହି ଯୋଜନା ସାଧାରଣ ଛତୁଚାଷୀଙ୍କ ସମେତ ମହିଳା ହିତାଧିକାରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିରନ୍ତର ଆୟକୁ ସୁନିଶ୍ଚିତ କରିବା ସହିତ ଓଡ଼ିଶାକୁ ମିଶନ ଅବଧି ମଧ୍ୟରେ ଛତୁ ରପ୍ତାନୀକାରୀ ରାଜ୍ୟରେ ପରିଣତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଯଥାକ୍ରମେ ୭୦ ପ୍ରତିଶତ ଓ ୮୦ ପ୍ରତିଶତ ରିହାତି ପ୍ରଦାନର ବ୍ୟବସ୍ଥା ରହିଛି । ଛତୁଚାଷ ମହିଳାମାନଙ୍କ ଆର୍ଥିକ ପ୍ରଗତି ଓ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ କ୍ଷେତ୍ର ଭାବରେ ଉଭା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଛତୁର ଗୁଣାତ୍ମକ ମୂଲ୍ୟ ସଂପର୍କରେ ସାଧାରଣ ଜନତାଙ୍କୁ ବ୍ୟାପକ ସଚେତନ କରାଇବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ବ୍ୟାପକ ପ୍ରଚାରପ୍ରସାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ରାଜ୍ୟରେ ପ୍ରାକୃତିକ ଭାବେ ରହିଥିବା ଛତୁକୁ ଉପଯୋଗ କରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ କିସମ ବିକାଶ କରିବା ସହିତ ଛତୁଚାଷରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ । ଛତୁଚାଷ ଗବେଷଣା ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଯନିବାନ ଏବଂ ରାଜ୍ୟରେ ଛତୁ ସମେତ ପଣସ, ଫୁଲ ଓ ମସଲା ନିମନ୍ତେ ଉତ୍କର୍ଷ କେନ୍ଦ୍ର ବିକାଶ ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ସମ୍ମେଳନରେ ସଭାପତିତ୍ୱ କରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓଡ଼ିଶାକୁ ଛତୁ ଚାଷର ଏନ୍ତୁଡ଼ିଶାଳ ଭାବରେ ଅଭିହିତ କରିଥିଲେ । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏ ଦିଗରେ ସ୍ୱତନ୍ତ୍ର ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ । ବିଗତ ୩ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୫୨ ଜଣ ଚାଷୀଙ୍କୁ ଛତୁ ମଂଜି ପ୍ରସ୍ତୁତ ଓ ଛତୁଚାଷ ପ୍ରଣାଳୀ ସଂପର୍କରେ ତାଲିମ ପ୍ରଦାନ କରାଯାଇଛି ବୋଲି କୁଳପତି ଶ୍ରୀ ରାଉଳ କହିଥିଲେ ।

ସମ୍ମେଳନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଛତୁଚାଷକୁ ବ୍ୟାପକ କରିବା ସହିତ ଅମଳ ପରବର୍ତ୍ତୀ ପରିଚାଳନା, ପରିବହନ ଓ ମୂଲ୍ୟଯୁକ୍ତ କରିବା ଦିଗରେ ସରକାରୀ ସୁବିଧା ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ଛତୁଚାଷ ବୈଜ୍ଞାନିକ ଓ ଓଡ଼ିଶା ଛତୁ ଉତ୍ପାଦକ ମହାସଂଘର ସଭାପତି ଡ. ଅଦୈତ କୁମାର ପାତ୍ର ଛତୁଚାଷରେ ଅଧିକ ସଂଖ୍ୟାରେ ଯୁବକଯୁବତୀ ଓ ନାମମାତ୍ର ଚାଷୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଛତୁ ପ୍ୟାକିଂ ପାଇଁ ଉନ୍ନତ ଜ୍ଞାନକୌଶଳର ବିକାଶ, ସୁବ୍ୟବସ୍ଥିତ ବଜାର ବ୍ୟବସ୍ଥା ଓ ଶୀତଳିକୃତ ପରିବହନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ୍‌ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ  ସ୍ୱାଇଁ ଛତୁଚାଷ ପଦ୍ଧତି, ବିହନ ପ୍ରସ୍ତୁତି ଓ ଛତୁର ବିଭିନ୍ନ ସାମଗ୍ରୀକୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ । ସମ୍ମେଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଛତୁ ଉତ୍ପାଦକ ଏବଂ ଛତୁ ଉଦ୍ୟୋଗୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ଅଧ୍ୟାପକ ଓ ବୈଜ୍ଞାନିକମାନେ ଯୋଗଦେଇଥିଲେ ।

07 Oct 2023 By The Sakala

ଛତୁ ଚାଷକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ : ୨୦୨୩-୨୭ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଛତୁ ମିଶନରେ ଖର୍ଚ୍ଚ ହେବ ୩୨୮ କୋଟି ୮୮ ଲକ୍ଷ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଉଦ୍ୟମ ବଳରେ ରାଜ୍ୟରେ ବଢିଛି କୃଷି ଉତ୍ପାଦନ। ବର୍ତ୍ତମାନ ରାଜ୍ୟର ଯୁବ ପିଢି ଚାଷକାମ ପାଇଁ ମନବଳାଇବା ସହ ଉନ୍ନତମାନର ପଦ୍ଧତିରେ ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ କରୁଛନ୍ତି। ଯାହାର ଫଳ ସୂରୁପ ରାଜ୍ୟରେ କୃଷି ଉତ୍ପାଦନ ଭଲ ହେବାରେ ଲାଗିଛି। ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଛତୁ କନ୍‌କ୍ଲେଭ୍‌-୨୦୨୩କୁ ଉଦ୍‌ଘାଟନ କରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଛତୁ ଉତ୍ପାଦନରେ ଓଡ଼ିଶା ଏବେ ଦେଶର ଏକ ନମ୍ବର ସ୍ଥାନରେ ଅଛି। ଛତୁପରୀ ଅର୍ଥକାରୀ ଫସଲ ଚାଷ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେବା ସହ ଛତୁ ମିଶନ ଆରମ୍ଭ କରିଛନ୍ତି। ଯାହା ଛତୁଚାଷ ପରି ଅର୍ଥକରୀ ଫସଲ ଚାଷୀର ଆୟବୃଦ୍ଧିରେ ସହାୟକ ହୋଇପାରୁଛି । ପାଳଛତୁ ଚାଷ ପାଇଁ ନଡ଼ା ବ୍ୟବହାର ହେଉଥିବାରୁ ଏହା ଦ୍ୱାରା ବର୍ଜ୍ୟବସ୍ତୁରୁ ସଂପଦ ସୃଷ୍ଟି ହେବା ସହିତ ପରିବେଶ ସୁରକ୍ଷା ହୋଇପାରୁଛି ।

ରାଜ୍ୟ ସରକାର ଛତୁଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଛତୁ ମିଶନରେ ୩୨୮ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିରେ ଛତୁ ଚାଷୀଙ୍କୁ ସବସିଡି ଦେବ ସହିତ ଛତୁ ଚାଷ ପାଇଁ ନୂଆ ଜ୍ଞାନ କୌଶଳ ଉପରେ ତାଲିମ ଦିଆଯିବ। ବ୍ଲକ ସ୍ତରରେ ମଧ୍ୟ ଚାଷୀଙ୍କୁ ତାଲିମ ଦିଆଯିବ। ଏହି ଯୋଜନା ସାଧାରଣ ଛତୁଚାଷୀଙ୍କ ସମେତ ମହିଳା ହିତାଧିକାରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିରନ୍ତର ଆୟକୁ ସୁନିଶ୍ଚିତ କରିବା ସହିତ ଓଡ଼ିଶାକୁ ମିଶନ ଅବଧି ମଧ୍ୟରେ ଛତୁ ରପ୍ତାନୀକାରୀ ରାଜ୍ୟରେ ପରିଣତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଯଥାକ୍ରମେ ୭୦ ପ୍ରତିଶତ ଓ ୮୦ ପ୍ରତିଶତ ରିହାତି ପ୍ରଦାନର ବ୍ୟବସ୍ଥା ରହିଛି । ଛତୁଚାଷ ମହିଳାମାନଙ୍କ ଆର୍ଥିକ ପ୍ରଗତି ଓ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ କ୍ଷେତ୍ର ଭାବରେ ଉଭା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଛତୁର ଗୁଣାତ୍ମକ ମୂଲ୍ୟ ସଂପର୍କରେ ସାଧାରଣ ଜନତାଙ୍କୁ ବ୍ୟାପକ ସଚେତନ କରାଇବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ବ୍ୟାପକ ପ୍ରଚାରପ୍ରସାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ରାଜ୍ୟରେ ପ୍ରାକୃତିକ ଭାବେ ରହିଥିବା ଛତୁକୁ ଉପଯୋଗ କରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ କିସମ ବିକାଶ କରିବା ସହିତ ଛତୁଚାଷରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ । ଛତୁଚାଷ ଗବେଷଣା ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଯନିବାନ ଏବଂ ରାଜ୍ୟରେ ଛତୁ ସମେତ ପଣସ, ଫୁଲ ଓ ମସଲା ନିମନ୍ତେ ଉତ୍କର୍ଷ କେନ୍ଦ୍ର ବିକାଶ ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ସମ୍ମେଳନରେ ସଭାପତିତ୍ୱ କରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓଡ଼ିଶାକୁ ଛତୁ ଚାଷର ଏନ୍ତୁଡ଼ିଶାଳ ଭାବରେ ଅଭିହିତ କରିଥିଲେ । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏ ଦିଗରେ ସ୍ୱତନ୍ତ୍ର ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ । ବିଗତ ୩ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୫୨ ଜଣ ଚାଷୀଙ୍କୁ ଛତୁ ମଂଜି ପ୍ରସ୍ତୁତ ଓ ଛତୁଚାଷ ପ୍ରଣାଳୀ ସଂପର୍କରେ ତାଲିମ ପ୍ରଦାନ କରାଯାଇଛି ବୋଲି କୁଳପତି ଶ୍ରୀ ରାଉଳ କହିଥିଲେ ।

ସମ୍ମେଳନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଛତୁଚାଷକୁ ବ୍ୟାପକ କରିବା ସହିତ ଅମଳ ପରବର୍ତ୍ତୀ ପରିଚାଳନା, ପରିବହନ ଓ ମୂଲ୍ୟଯୁକ୍ତ କରିବା ଦିଗରେ ସରକାରୀ ସୁବିଧା ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ଛତୁଚାଷ ବୈଜ୍ଞାନିକ ଓ ଓଡ଼ିଶା ଛତୁ ଉତ୍ପାଦକ ମହାସଂଘର ସଭାପତି ଡ. ଅଦୈତ କୁମାର ପାତ୍ର ଛତୁଚାଷରେ ଅଧିକ ସଂଖ୍ୟାରେ ଯୁବକଯୁବତୀ ଓ ନାମମାତ୍ର ଚାଷୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଛତୁ ପ୍ୟାକିଂ ପାଇଁ ଉନ୍ନତ ଜ୍ଞାନକୌଶଳର ବିକାଶ, ସୁବ୍ୟବସ୍ଥିତ ବଜାର ବ୍ୟବସ୍ଥା ଓ ଶୀତଳିକୃତ ପରିବହନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ୍‌ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ  ସ୍ୱାଇଁ ଛତୁଚାଷ ପଦ୍ଧତି, ବିହନ ପ୍ରସ୍ତୁତି ଓ ଛତୁର ବିଭିନ୍ନ ସାମଗ୍ରୀକୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ । ସମ୍ମେଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଛତୁ ଉତ୍ପାଦକ ଏବଂ ଛତୁ ଉଦ୍ୟୋଗୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ଅଧ୍ୟାପକ ଓ ବୈଜ୍ଞାନିକମାନେ ଯୋଗଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର