‘ନାସ୍‍’ ସର୍ବେକ୍ଷଣ ରିପୋର୍ଟ : ଉତ୍ତରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ ଓ ମହାରାଷ୍ଟ୍ର ପରି ବଡ଼ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ନାସ୍‍’ (ନେସନାଲ୍‍ ଆଚିଭମେଣ୍ଟ ସର୍ଭେ) ରିପୋର୍ଟରେ ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣର ପ୍ରତିଫଳନ ଦେଖିବାକୁ ମିଳିଛି। ବୁଧବାର ପ୍ରକାଶିତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ୨୦୨୧ ମସିହାରେ ହୋଇଥିବା ଏହି ରିପୋର୍ଟରେ ଜାତୀୟ ହାର ଠାରୁ ଓଡ଼ିଶା ଉତ୍ତମ ପ୍ରଦର୍ଶନ କରିବା ସହ ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର ବଡ଼ ରାଜ୍ୟକୁ ଅତିକ୍ରମ କରିଛି। ଶିକ୍ଷା କ୍ଷେତ୍ର ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ରୂପାନ୍ତରଣ […]

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ନାସ୍‍’ (ନେସନାଲ୍‍ ଆଚିଭମେଣ୍ଟ ସର୍ଭେ) ରିପୋର୍ଟରେ ରାଜ୍ୟ ସରକାରଙ୍କ ଶିକ୍ଷା ରୂପାନ୍ତରଣର ପ୍ରତିଫଳନ ଦେଖିବାକୁ ମିଳିଛି। ବୁଧବାର ପ୍ରକାଶିତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ୨୦୨୧ ମସିହାରେ ହୋଇଥିବା ଏହି ରିପୋର୍ଟରେ ଜାତୀୟ ହାର ଠାରୁ ଓଡ଼ିଶା ଉତ୍ତମ ପ୍ରଦର୍ଶନ କରିବା ସହ ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର ବଡ଼ ରାଜ୍ୟକୁ ଅତିକ୍ରମ କରିଛି। ଶିକ୍ଷା କ୍ଷେତ୍ର ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ରୂପାନ୍ତରଣ ଯୋଜନାର ଏହା ଏକ ବଡ଼ ସଫଳତା।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ନାସ୍‍ ସର୍ବେକ୍ଷଣ ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ପିଲାଙ୍କ ଭାଷା, ଗଣିତ, ପରିବେଶ ଅଧ୍ୟୟନ, ସାମାଜିକ ପାଠ, ବିଜ୍ଞାନ ଆଦି ବିଷୟର ଦକ୍ଷତାକୁ ମୂଲ୍ୟାୟନ କରାଯାଇଥିଲା। ଓଡ଼ିଶାର ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଭାଷାରେ ଗ୍ରେଡ୍‍ ଅନୁଯାୟୀ ୬୫ ପ୍ରତିଶତ ହାସଲ କରିଥିବାବେଳେ ଜାତୀୟ ହାରରେ ଏହି ଗ୍ରେଡ୍‍ ୬୨ ପ୍ରତିଶତ ରହିଛି। ଗଣିତ ଓ ଇଭିଏସରେ ତୃତୀୟ ଶ୍ରେଣୀ ପିଲାଙ୍କ ଜାତୀୟ ହାର ୫୭% ଥିବାବେଳେ ରାଜ୍ୟ ଯଥାକ୍ରମେ ୫୦ ଓ ୫୯ ପ୍ରତିଶତ ହାସଲ କରିଛି। ଅନୁରୂପ ଭାବେ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଜାତୀୟ ହାର ଅପେକ୍ଷା ଗଣିତ ଓ ଇଭିଏସରେ ଖୁବ୍‍ ଭଲ ପ୍ରଦର୍ଶନ କରିଛନ୍ତି। ଏହି ତିନି ବିଷୟରେ ଜାତୀୟ ସ୍ତରର ଗ୍ରେଡ୍‍ ଯଥାକ୍ରମେ ୫୫,୪୪ ଓ ୪୮% ଥିବାବେଳେ ଓଡ଼ିଶା ୫୫,୪୭ ଓ ୪୮% ପ୍ରତିଶତ ହାସଲ କରିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଭାଷା, ଗଣିତ, ଇଭିଏସ ଓ ସମାଜିକ ବିଜ୍ଞାନରେ ଜାତୀୟ ହାର ଅପେକ୍ଷା ଭଲ ପ୍ରଦର୍ଶନ କରିଥିବା ବେଳେ ଦଶମ ଶ୍ରେଣୀର ପିଲା କିନ୍ତୁ ଗଣିତ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ଖରାପ ପ୍ରଦର୍ଶନ କରିଛନ୍ତି। ସମସ୍ତ ଶ୍ରେଣୀକୁ ନେଇ ହାରାହାରି ଭାବେ ଓଡ଼ିଆ ଭାଷା, ଗଣିତ, ଇଭିଏସ୍‍ ଓ ବିଜ୍ଞାନରେ ଜାତୀୟ ହାର ତୁଳନାରେ ଭଲ ପ୍ରଦର୍ଶନ କରିଥିବାବେଳେ ମାତୃଭାଷା, ଇଂରାଜୀରେ ରାଜ୍ୟର ଛାତ୍ରଛାତ୍ରୀ ଜାତୀୟ ହାର ତୁଳନାରେ କିନ୍ତୁ ସାମାନ୍ୟ ପଛରେ ପଡ଼ିଛନ୍ତି। ତେବେ ପୂର୍ବ ସର୍ବେକ୍ଷଣ ଅପେକ୍ଷା ଚଳିତ ସର୍ବେକ୍ଷଣରେ ଓଡ଼ିଶା ଖୁବ୍‍ ଭଲ ପ୍ରଦର୍ଶନ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ମାନକୁ ନିର୍ଦ୍ଧାରଣ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ନଭେମ୍ବର ୧୨ରେ ନାସ୍‍ ସର୍ଭେ ଆୟୋଜିତ ହୋଇଥିବାବେଳେ ଏହାର ଚୂଡ଼ାନ୍ତ ଫଳାପଳ ବୁଧବାର ପ୍ରକାଶ ପାଇଛି। ଦେଶର ୧,୧୮,୨୭୪ ସ୍କୁଲ ଓ ୩୪ ଲକ୍ଷରୁ ଅଧିକ ପିଲାଙ୍କୁ ନେଇ ଏହି ସବେକ୍ଷଣ ହୋଇଥିବାବେଳେ ଓଡ଼ିଶାର ୫ ହଜାର ୪୭୯ ବିଦ୍ୟାଳୟ ଏବଂ ୧,୫୮,୬୧୧ ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ୍‍ କରାଯାଇଥିଲା। ତୃତୀୟ, ପଞ୍ଚମ, ଅଷ୍ଟମ ଓ ନବମ ଶ୍ରେଣୀର ପିଲାଙ୍କ ଭାଷା, ଗଣିତ, ପରିବେଶ ଅଧ୍ୟୟନ, ସାମାଜିକ ପାଠ, ବିଜ୍ଞାନ ବିଷୟର ଦକ୍ଷତାକୁ ମୂଲ୍ୟାୟନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର