୫ଟି ଅଧିନରେ ’ଆମ ହସ୍ପିଟାଲ’: ସରକାରୀ ଡ଼ାକ୍ତରଖାନାର ହେବ ରୁପାନ୍ତରୀକରଣ

The Sakala Picture
Published On

ଭୁବନେଶ୍ୱର: ସରକାରୀ ଡ଼ାକ୍ତରଖାନାର ହେବ ରୁପାନ୍ତରୀକରଣ। ସରକାରଙ୍କ ୫ଟି ଅଧିନରେ ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ଚିହ୍ନଟ ହୋଇଥିବା ଡ଼ାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି। ଜିଲ୍ଲାସ୍ତରୀୟ କମିଟି ସହାୟତାରେ ଜିଲ୍ଲାପାଳ ଏହି ଯୋଜନାକୁ କାର୍ଯ୍ଯକାରୀ କରିବେ। ଅଣ-ଆବାସିକ କାର୍ଯ୍ଯ ପାଇଁ ୪କୋଟି ଯାଏଁ ଏବଂ ଡ଼ାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି କିଣିବା ପାଇଁ ୨୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଧିନରେ ଗଠିତ […]

ଭୁବନେଶ୍ୱର: ସରକାରୀ ଡ଼ାକ୍ତରଖାନାର ହେବ ରୁପାନ୍ତରୀକରଣ। ସରକାରଙ୍କ ୫ଟି ଅଧିନରେ ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ଚିହ୍ନଟ ହୋଇଥିବା ଡ଼ାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି। ଜିଲ୍ଲାସ୍ତରୀୟ କମିଟି ସହାୟତାରେ ଜିଲ୍ଲାପାଳ ଏହି ଯୋଜନାକୁ କାର୍ଯ୍ଯକାରୀ କରିବେ। ଅଣ-ଆବାସିକ କାର୍ଯ୍ଯ ପାଇଁ ୪କୋଟି ଯାଏଁ ଏବଂ ଡ଼ାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି କିଣିବା ପାଇଁ ୨୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଧିନରେ ଗଠିତ ଜିଲ୍ଲା ସ୍ତରୀୟ କମିଟିରେ ଏସପି, ଆମ ହସ୍ପିଟାଲ ଅଞ୍ଚଳର ପୌର ଅଧିକାରୀ, ଡ଼ିଆରଡ଼ିଏ ପିଡ଼ି, ପିଏଚ୍ଡ଼ି, ଆରଡ଼ବ୍ଲୁଏସ୍ଏସ୍, ପିଡ଼ବ୍ଲୁଡ଼ି, ଆରଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ, ବିଡ଼ିଓ, ଏନ୍ଏଚଏମ୍ ଜିଲ୍ଲା ମ୍ୟାନେଜର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସମ୍ପୃକ୍ତ ଡ଼ାକ୍ତରଖାନାର ମେଡ଼ିକାଲ ଅଫିସର ସଦସ୍ୟ ଅଛନ୍ତି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

୫ଟି ଅଧିନରେ ପ୍ରଥମ ପର୍ଯ୍ଯାୟରେ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୁପାନ୍ତର ପାଇଁ ଚୟନ କରାଯାଇଛି। ଡ଼ାକ୍ତରଖାନା ବିଲଡ଼ିଙ୍ଗର ମରାମତି ଓ ରଙ୍ଗ କାମ, ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବଚ୍ଛ ଟଏଲେଟ, ମୋ ସରକାର ବ୍ରାଣ୍ଡିଙ୍ଗ, କ୍ୟାମ୍ପସ ପରିସରରେ ପାର୍କିଂ, ବଗିଚା, ସବୁଠି ଗୋଟିଏ ପ୍ରକାରର ପ୍ରବେଶ ପଥ, ବର୍ଷା ଜଳ ଅମଳ ପ୍ରକଳ୍ପ, ଉତ୍ସର୍ଗୀକୃତ ବିଜୁଳି ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ପାଚେରୀ କାମ ଜିଲ୍ଲାପାଳଙ୍କ ସ୍ତରରେ କରାଯିବ । ସେହିପରି ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା, ରୋଗୀ ଭିଡ଼ ହେଲେ ଅଧିକ ଆଉଟଡ଼ୋର କାଉଣ୍ଟର, ସଳଚନା ଫଳକ, ହେଲ୍ପ ଡ଼େସ୍କର ବ୍ୟବସ୍ଥା ରହିବ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ୫ଟି ରୁପାନ୍ତର ଯୋଜନାରେ ରହିବ। ରାଜ୍ୟର ୮ଟି ସହରାଞ୍ଚଳରେ ନୂଆ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯାଜପୁର ଜିଲ୍ଲାର ଯାଜପୁର, ବ୍ୟାସନଗର, ମୟୁରଭଞ୍ଜର ରାଇରଙ୍ଗପୁର, ମାଲକାନଗିରି, ବାଲେଶ୍ବରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଝୋଲା ସାହିରେ ୮ଟି ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟର ରୋଗୀଙ୍କ ସେବା ପାଇଁ ନୂତନ ଭାବେ ପତିଷ୍ଠା କରାଯିବ।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

22 Feb 2023 By The Sakala

୫ଟି ଅଧିନରେ ’ଆମ ହସ୍ପିଟାଲ’: ସରକାରୀ ଡ଼ାକ୍ତରଖାନାର ହେବ ରୁପାନ୍ତରୀକରଣ

ଭୁବନେଶ୍ୱର: ସରକାରୀ ଡ଼ାକ୍ତରଖାନାର ହେବ ରୁପାନ୍ତରୀକରଣ। ସରକାରଙ୍କ ୫ଟି ଅଧିନରେ ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ଯାକ ନିର୍ବାଚନମଣ୍ଡଳୀରେ ଚିହ୍ନଟ ହୋଇଥିବା ଡ଼ାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି। ଜିଲ୍ଲାସ୍ତରୀୟ କମିଟି ସହାୟତାରେ ଜିଲ୍ଲାପାଳ ଏହି ଯୋଜନାକୁ କାର୍ଯ୍ଯକାରୀ କରିବେ। ଅଣ-ଆବାସିକ କାର୍ଯ୍ଯ ପାଇଁ ୪କୋଟି ଯାଏଁ ଏବଂ ଡ଼ାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି କିଣିବା ପାଇଁ ୨୫ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିପାରିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଧିନରେ ଗଠିତ ଜିଲ୍ଲା ସ୍ତରୀୟ କମିଟିରେ ଏସପି, ଆମ ହସ୍ପିଟାଲ ଅଞ୍ଚଳର ପୌର ଅଧିକାରୀ, ଡ଼ିଆରଡ଼ିଏ ପିଡ଼ି, ପିଏଚ୍ଡ଼ି, ଆରଡ଼ବ୍ଲୁଏସ୍ଏସ୍, ପିଡ଼ବ୍ଲୁଡ଼ି, ଆରଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ, ବିଡ଼ିଓ, ଏନ୍ଏଚଏମ୍ ଜିଲ୍ଲା ମ୍ୟାନେଜର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସମ୍ପୃକ୍ତ ଡ଼ାକ୍ତରଖାନାର ମେଡ଼ିକାଲ ଅଫିସର ସଦସ୍ୟ ଅଛନ୍ତି।

୫ଟି ଅଧିନରେ ପ୍ରଥମ ପର୍ଯ୍ଯାୟରେ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୁପାନ୍ତର ପାଇଁ ଚୟନ କରାଯାଇଛି। ଡ଼ାକ୍ତରଖାନା ବିଲଡ଼ିଙ୍ଗର ମରାମତି ଓ ରଙ୍ଗ କାମ, ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବଚ୍ଛ ଟଏଲେଟ, ମୋ ସରକାର ବ୍ରାଣ୍ଡିଙ୍ଗ, କ୍ୟାମ୍ପସ ପରିସରରେ ପାର୍କିଂ, ବଗିଚା, ସବୁଠି ଗୋଟିଏ ପ୍ରକାରର ପ୍ରବେଶ ପଥ, ବର୍ଷା ଜଳ ଅମଳ ପ୍ରକଳ୍ପ, ଉତ୍ସର୍ଗୀକୃତ ବିଜୁଳି ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ପାଚେରୀ କାମ ଜିଲ୍ଲାପାଳଙ୍କ ସ୍ତରରେ କରାଯିବ । ସେହିପରି ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା, ରୋଗୀ ଭିଡ଼ ହେଲେ ଅଧିକ ଆଉଟଡ଼ୋର କାଉଣ୍ଟର, ସଳଚନା ଫଳକ, ହେଲ୍ପ ଡ଼େସ୍କର ବ୍ୟବସ୍ଥା ରହିବ ।

ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ୫ଟି ରୁପାନ୍ତର ଯୋଜନାରେ ରହିବ। ରାଜ୍ୟର ୮ଟି ସହରାଞ୍ଚଳରେ ନୂଆ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯାଜପୁର ଜିଲ୍ଲାର ଯାଜପୁର, ବ୍ୟାସନଗର, ମୟୁରଭଞ୍ଜର ରାଇରଙ୍ଗପୁର, ମାଲକାନଗିରି, ବାଲେଶ୍ବରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୁଳର ତାଳଚେର ଏବଂ କଟକର ଝୋଲା ସାହିରେ ୮ଟି ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟର ରୋଗୀଙ୍କ ସେବା ପାଇଁ ନୂତନ ଭାବେ ପତିଷ୍ଠା କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର