ବିନା ସଭାପତିରେ ୨ ମାସ ହେଲା ଗୁରୁଣ୍ଡୁଛି ରାଜ୍ୟ କଂଗ୍ରେସ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜର ସାଂଗଠନିକ କାର୍ଯ୍ୟ ଜୋରଦାର କରିଛନ୍ତି। ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ସହ ଗତ ୨୬ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଆସିଥିଲେ। ସେ ଦଳର ସଂଗଠନକୁ ସୁଦୃଢ଼ କରିବା ନେଇ ବରିଷ୍ଠ ନେତାଙ୍କ ସହ ବୈଠକ ମଧ୍ୟ କରିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ କ୍ରମାଗତ ଭାବେ ଜିଲ୍ଲାୱାରୀ ଦଳର […]

ଭୁବନେଶ୍ୱର : ରାଜ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜର ସାଂଗଠନିକ କାର୍ଯ୍ୟ ଜୋରଦାର କରିଛନ୍ତି। ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ସହ ଗତ ୨୬ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଆସିଥିଲେ। ସେ ଦଳର ସଂଗଠନକୁ ସୁଦୃଢ଼ କରିବା ନେଇ ବରିଷ୍ଠ ନେତାଙ୍କ ସହ ବୈଠକ ମଧ୍ୟ କରିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ କ୍ରମାଗତ ଭାବେ ଜିଲ୍ଲାୱାରୀ ଦଳର ନେତୃତ୍ୱଙ୍କ ସହ ଆଲୋଚନା କରି ସଂଗଠନ ବିଷୟରେ ସମୀକ୍ଷା କରୁଛି। ଏହାସହିତ ଦଳ ପକ୍ଷରୁ ୨୭ ତାରିଖରେ ରାଜ୍ୟସ୍ତରୀୟ ସାଂଗଠନିକ ବୈଠକ ସହ ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ୨ ଦଳର କାର୍ଯ୍ୟକୁ ଦେଖିଲେ କଂଗ୍ରେସ ସ୍ଥିତି ଗୁରୁଣ୍ଡିବା ଭଳି ମନେ ହେଉଛି।

ଆହୁରି ପଢ଼ନ୍ତୁ: ବିଧାନସଭା ପରିସରରେ ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତ କାଣ୍ଡ, ବ୍ୟାରିକେଡକୁ ଧକ୍କା ଦେଇ ପଶିଲା କାର୍

ରାଜ୍ୟରେ ଦୀର୍ଘ ସମୟ ଧରି କଂଗ୍ରେସ ନେତୃତ୍ୱବିହୀନ ହୋଇ ଗତି କରୁଛି। ଏଆଇସିସି ପକ୍ଷରୁ ରାଜ୍ୟ ପାଇଁ ନୂଆ ନେତୃତ୍ୱ ଘୋଷଣା ହେଉ ନ ଥିବାରୁ ଦୁଇ ମାସରୁ ଊଦ୍ଧ୍ୱର୍ ସମୟ ହେବ ପିସିସି ସଭାପତି ଚୌକି ଖାଲି। ରାଜ୍ୟ ମୁଖିଆ ଓ ପଦାଧିକାରୀଙ୍କ ବିନା ରାଜ୍ୟରେ କଂଗ୍ରେସର କାର୍ଯ୍ୟକଳାପ ମନ୍ଥର। ଅନ୍ୟପଟେ ପିସିସି ଭଙ୍ଗ ପରେ ଓଡ଼ିଶା ପାଇଁ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଥିବା ୧୪ ଜଣିଆ ଷ୍ଟିୟରିଂ କମିଟି ଗୋଟିଏ ବୈଠକ ଓ ଇଡି ଅଫିସ୍‌ ଘେରଉରେ ନିଜର କାମ ସାରି ଦେଇଛି। ଯାହାର ପରିଣାମ ସ୍ୱରୂପ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଦିଶାହୀନ ଦୃଶ୍ୟମାନ ହେଉଛି। ଷ୍ଟିୟରିଂ କମିଟି ବୈଠକ ପରେ ମାସେରୁ ଦେଢ଼ ମାସ ମଧ୍ୟରେ ନୂଆ ସଭାପତିଙ୍କ ନାଁ ଘୋଷଣା ସହ ସମ୍ପୂର୍ଣ୍ଣ ପିସିସି ଗଠନ ହେବ ବୋଲି କଂଗ୍ରେସ ପକ୍ଷରୁ ଏକାଧିକ ନେତା କହିଥିଲେ। ହେଲେ ଦେଢ଼ ମାସ ଯାଇ ଦୁଇ ମାସ ବିତିବାକୁ ବସିଲାଣି ତଥାପି ପିସିସି ସଭାପତି ମନୋନୟନ ହୋଇ ପାରୁନାହିଁ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ଲଜ୍ଜା: ନାବାଳିକା ଝିଆରି ଦୁଷ୍କର୍ମ ଅଭିଯୋଗରେ ଦାଦା ଗିରଫ

ବଡ଼ କଥା ହେଉଛି ଓଡ଼ିଶାର ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ପାଇଁ ଗତ ସପ୍ତାହରେ ନୂଆ ପିସିସି ସଭାପତି ନିଯୁକ୍ତ ଦିଆଯାଇଛି। ପଶ୍ଚିମବଙ୍ଗରେ ଥିବା ପିସିସି ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ ଏଠାରେ ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି। ମାତ୍ର ଓଡ଼ିଶାରେ ୨ ମାସ ହେବ ପିସିସି ସଭାପତି ପଦ ଖାଲି ପଡ଼ିଥିବା ସତ୍ତ୍ବେ ଏଆଇସିସି ଓଡ଼ିଶା କଥା ଭୁଲିଯାଇଛି। ଭରତପୁର ଥାନା ଘଟଣାକୁ ନେଇ କଂଗ୍ରେସ ଜାତୀୟ ସ୍ତରରେ ମୁଦ୍ଦା କରିଛି। ହେଲେ ରାଜ୍ୟସ୍ତରରେ ଦଳର ବରିଷ୍ଠ ନେତାମାନେ ସେଭଳି କୌଣସି ଆଖିଦୃଶିଆ ପ୍ରତିବାଦ ନ କରିବା ଓ ଏହି ଘଟଣାରେ ପ୍ରଭାବୀ ଢଙ୍ଗରେ ସରକାରଙ୍କୁ ନ ଘେରିବା କେବଳ ନେତୃତ୍ୱ ଅଭାବ ଯୋଗୁଁ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସଲିକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେଡି ପ୍ରତିନିଧିମଣ୍ଡଳୀ

ଦିଲ୍ଲୀରୁ ଓଡ଼ିଶା ପିସିସି ଗଠନ ନେଇ କୌଣସି ସଙ୍କେତ ମିଳୁ ନ ଥିବାରୁ ଦଳର ବରିଷ୍ଠ ନେତାମାନେ ମଧ୍ୟ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ବର୍ତ୍ତମାନ ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟ ଡୋରି ରହିଛି। କମିଟି ଭୁବନେଶ୍ୱର ଇଡି ଅଫିସ୍‌ ଘେରଉ କରି ଶକ୍ତି ପ୍ରଦର୍ଶନ କରିବା ସହ ଦଳୀୟ ନେତା ଓ କର୍ମୀଙ୍କ ମନରେ ଯଥେଷ୍ଟ ଉତ୍ସାହ ଭରିଥିଲା। ହେଲେ ଏହା ପରଠାରୁ ଦଳ ସୁପ୍ତ ଅବସ୍ଥାକୁ ଚାଲିଯାଇଛି। ଚଳିତବର୍ଷ ଜୁଲାଇ ୨୧ରୁ ପିସିସି ର ସମସ୍ତ କମିଟି ଭଙ୍ଗ କରିଛି ଏଆଇସିସି। ଅଗଷ୍ଟ ମାସରେ ଏକ ୧୪ ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା। ଏହାପରେ କାଶ୍ମୀର କଂଗ୍ରେସର ଯୁବ ନେତା ସହନବାଜ ଚୌଧୁରୀଙ୍କ ସହ ୨ ଜଣିଆ ସମ୍ପାଦକ ଓଡିଶା ପାଇଁ ନିଯୁକ୍ତ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇପାରିନି।

30 Sep 2024 By The Sakala

ବିନା ସଭାପତିରେ ୨ ମାସ ହେଲା ଗୁରୁଣ୍ଡୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜର ସାଂଗଠନିକ କାର୍ଯ୍ୟ ଜୋରଦାର କରିଛନ୍ତି। ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ସହ ଗତ ୨୬ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଆସିଥିଲେ। ସେ ଦଳର ସଂଗଠନକୁ ସୁଦୃଢ଼ କରିବା ନେଇ ବରିଷ୍ଠ ନେତାଙ୍କ ସହ ବୈଠକ ମଧ୍ୟ କରିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ କ୍ରମାଗତ ଭାବେ ଜିଲ୍ଲାୱାରୀ ଦଳର ନେତୃତ୍ୱଙ୍କ ସହ ଆଲୋଚନା କରି ସଂଗଠନ ବିଷୟରେ ସମୀକ୍ଷା କରୁଛି। ଏହାସହିତ ଦଳ ପକ୍ଷରୁ ୨୭ ତାରିଖରେ ରାଜ୍ୟସ୍ତରୀୟ ସାଂଗଠନିକ ବୈଠକ ସହ ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ୨ ଦଳର କାର୍ଯ୍ୟକୁ ଦେଖିଲେ କଂଗ୍ରେସ ସ୍ଥିତି ଗୁରୁଣ୍ଡିବା ଭଳି ମନେ ହେଉଛି।

ରାଜ୍ୟରେ ଦୀର୍ଘ ସମୟ ଧରି କଂଗ୍ରେସ ନେତୃତ୍ୱବିହୀନ ହୋଇ ଗତି କରୁଛି। ଏଆଇସିସି ପକ୍ଷରୁ ରାଜ୍ୟ ପାଇଁ ନୂଆ ନେତୃତ୍ୱ ଘୋଷଣା ହେଉ ନ ଥିବାରୁ ଦୁଇ ମାସରୁ ଊଦ୍ଧ୍ୱର୍ ସମୟ ହେବ ପିସିସି ସଭାପତି ଚୌକି ଖାଲି। ରାଜ୍ୟ ମୁଖିଆ ଓ ପଦାଧିକାରୀଙ୍କ ବିନା ରାଜ୍ୟରେ କଂଗ୍ରେସର କାର୍ଯ୍ୟକଳାପ ମନ୍ଥର। ଅନ୍ୟପଟେ ପିସିସି ଭଙ୍ଗ ପରେ ଓଡ଼ିଶା ପାଇଁ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଥିବା ୧୪ ଜଣିଆ ଷ୍ଟିୟରିଂ କମିଟି ଗୋଟିଏ ବୈଠକ ଓ ଇଡି ଅଫିସ୍‌ ଘେରଉରେ ନିଜର କାମ ସାରି ଦେଇଛି। ଯାହାର ପରିଣାମ ସ୍ୱରୂପ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଦିଶାହୀନ ଦୃଶ୍ୟମାନ ହେଉଛି। ଷ୍ଟିୟରିଂ କମିଟି ବୈଠକ ପରେ ମାସେରୁ ଦେଢ଼ ମାସ ମଧ୍ୟରେ ନୂଆ ସଭାପତିଙ୍କ ନାଁ ଘୋଷଣା ସହ ସମ୍ପୂର୍ଣ୍ଣ ପିସିସି ଗଠନ ହେବ ବୋଲି କଂଗ୍ରେସ ପକ୍ଷରୁ ଏକାଧିକ ନେତା କହିଥିଲେ। ହେଲେ ଦେଢ଼ ମାସ ଯାଇ ଦୁଇ ମାସ ବିତିବାକୁ ବସିଲାଣି ତଥାପି ପିସିସି ସଭାପତି ମନୋନୟନ ହୋଇ ପାରୁନାହିଁ।

ବଡ଼ କଥା ହେଉଛି ଓଡ଼ିଶାର ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ପାଇଁ ଗତ ସପ୍ତାହରେ ନୂଆ ପିସିସି ସଭାପତି ନିଯୁକ୍ତ ଦିଆଯାଇଛି। ପଶ୍ଚିମବଙ୍ଗରେ ଥିବା ପିସିସି ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ ଏଠାରେ ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି। ମାତ୍ର ଓଡ଼ିଶାରେ ୨ ମାସ ହେବ ପିସିସି ସଭାପତି ପଦ ଖାଲି ପଡ଼ିଥିବା ସତ୍ତ୍ବେ ଏଆଇସିସି ଓଡ଼ିଶା କଥା ଭୁଲିଯାଇଛି। ଭରତପୁର ଥାନା ଘଟଣାକୁ ନେଇ କଂଗ୍ରେସ ଜାତୀୟ ସ୍ତରରେ ମୁଦ୍ଦା କରିଛି। ହେଲେ ରାଜ୍ୟସ୍ତରରେ ଦଳର ବରିଷ୍ଠ ନେତାମାନେ ସେଭଳି କୌଣସି ଆଖିଦୃଶିଆ ପ୍ରତିବାଦ ନ କରିବା ଓ ଏହି ଘଟଣାରେ ପ୍ରଭାବୀ ଢଙ୍ଗରେ ସରକାରଙ୍କୁ ନ ଘେରିବା କେବଳ ନେତୃତ୍ୱ ଅଭାବ ଯୋଗୁଁ ହୋଇଥିବା ଜଣାପଡ଼ିଛି।

ଦିଲ୍ଲୀରୁ ଓଡ଼ିଶା ପିସିସି ଗଠନ ନେଇ କୌଣସି ସଙ୍କେତ ମିଳୁ ନ ଥିବାରୁ ଦଳର ବରିଷ୍ଠ ନେତାମାନେ ମଧ୍ୟ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ବର୍ତ୍ତମାନ ଷ୍ଟିୟରିଂ କମିଟି ହାତରେ ରାଜ୍ୟ କଂଗ୍ରେସର ଭାଗ୍ୟ ଡୋରି ରହିଛି। କମିଟି ଭୁବନେଶ୍ୱର ଇଡି ଅଫିସ୍‌ ଘେରଉ କରି ଶକ୍ତି ପ୍ରଦର୍ଶନ କରିବା ସହ ଦଳୀୟ ନେତା ଓ କର୍ମୀଙ୍କ ମନରେ ଯଥେଷ୍ଟ ଉତ୍ସାହ ଭରିଥିଲା। ହେଲେ ଏହା ପରଠାରୁ ଦଳ ସୁପ୍ତ ଅବସ୍ଥାକୁ ଚାଲିଯାଇଛି। ଚଳିତବର୍ଷ ଜୁଲାଇ ୨୧ରୁ ପିସିସି ର ସମସ୍ତ କମିଟି ଭଙ୍ଗ କରିଛି ଏଆଇସିସି। ଅଗଷ୍ଟ ମାସରେ ଏକ ୧୪ ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା। ଏହାପରେ କାଶ୍ମୀର କଂଗ୍ରେସର ଯୁବ ନେତା ସହନବାଜ ଚୌଧୁରୀଙ୍କ ସହ ୨ ଜଣିଆ ସମ୍ପାଦକ ଓଡିଶା ପାଇଁ ନିଯୁକ୍ତ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇପାରିନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର