୮ ହଜାର କୋଟିର ପ୍ରକଳ୍ପକୁ ଘୋଷଣାର ୮ ବର୍ଷ ବିତିଗଲାଣି, ଏଯାଏଁ ୮ କୋଟି ଖର୍ଚ୍ଚ ହୋଇନି, ବିଜେପି ସାଂସଦଙ୍କ ମୁହଁରେ ତାଲା ପଡିଛି : ବିଜେଡି

The Sakala Picture
Published On

ଭୁବନେଶ୍ବର : ୨୦୧୫ ମସିହାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ରାଜ୍ୟରେ ଉପକୂଳ ରାଜପଥ ନେଇ ଘୋଷଣା କରିଥିଲେ। ପ୍ରକଳ୍ପ ଘୋଷଣା ହେବାକୁ ପ୍ରାୟ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ମାଟି ମୁଠେ ପଡ଼ିନାହିଁ। ବିଳମ୍ବର କାରଣ ସ୍ୱରୂପ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ଆଦିକୁ କାରଣ ସ୍ୱରୂପ ଦର୍ଶାଉଛନ୍ତି। ସମ୍ପୂର୍ଣ୍ଣ ରାଜପଥକୁ ଦୁଇଭାଗରେ ଅର୍ଥାତ୍‌‌ ଅର୍ଥାତ୍‌‌ ରାମେଶ୍ୱର(ଟାଙ୍ଗୀ ନିକଟସ୍ଥ)ରୁ ରତନପୁର ଏବଂ ରତନପୁରରୁ […]

ଭୁବନେଶ୍ବର : ୨୦୧୫ ମସିହାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ରାଜ୍ୟରେ ଉପକୂଳ ରାଜପଥ ନେଇ ଘୋଷଣା କରିଥିଲେ। ପ୍ରକଳ୍ପ ଘୋଷଣା ହେବାକୁ ପ୍ରାୟ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ମାଟି ମୁଠେ ପଡ଼ିନାହିଁ। ବିଳମ୍ବର କାରଣ ସ୍ୱରୂପ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ଆଦିକୁ କାରଣ ସ୍ୱରୂପ ଦର୍ଶାଉଛନ୍ତି। ସମ୍ପୂର୍ଣ୍ଣ ରାଜପଥକୁ ଦୁଇଭାଗରେ ଅର୍ଥାତ୍‌‌ ଅର୍ଥାତ୍‌‌ ରାମେଶ୍ୱର(ଟାଙ୍ଗୀ ନିକଟସ୍ଥ)ରୁ ରତନପୁର ଏବଂ ରତନପୁରରୁ ଦୀଘା ଯାଏଁ ବିଭକ୍ତ କରାଯାଇଛି। ରାମେଶ୍ୱର(ଟାଙ୍ଗୀ ନିକଟସ୍ଥ)ରୁ ରତନପୁର ଭାଗକୁ ୪ଟି ପ୍ୟାକେଜରେ ବିଭକ୍ତ କରାଯାଇଥିବା ବେଳେ ଏଥିରୁ ୩ଟିରେ ଟେଣ୍ଡର ପ୍ରକ୍ରିୟା ଜାରିରହିଛି। ଏହାବ୍ୟତୀତ ରାଜପଥ ନିର୍ମାଣରେ ସେପରି କିଛି ଆଖିଦୃଶିଆ ଅଗ୍ରଗତି ଘଟିନାହିଁ। ୩୪୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାଜପଥର ଜମି ଅଧିଗ୍ରହଣ, ଟେଣ୍ଡର ପ୍ରକ୍ରିୟା କେବେ ସରିବ ଏବଂ ରାସ୍ତା ନିର୍ମାଣ ଆରମ୍ଭ ହୋଇ କେବେ ସରିବ ସେନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ଆଜି ବିଜୁ ଜନତା ଦଳ ବିଜେପି ଉପରେ ବର୍ଷିଛି।

ଆହୁରି ପଢ଼ନ୍ତୁ: ବଲିଆରେ ଭୟଙ୍କର କାଣ୍ଡ: ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ପ୍ରେମିକ, ଏସିଡ୍ ଢାଳି ହତ୍ୟା କଲେ ପ୍ରେମିକା

ଆଜି ଭୁବନେଶ୍ବର ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି  ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଲେନିନ ମହାନ୍ତି ରାଜ୍ୟ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି। କେବଳ ଉପକୂଳ ରାଜପଥ ନୁହେଁ ଓଡିଶାର ଏପରି ବିଭିନ୍ନ ରାଜପଥ କାମରେ କେନ୍ଦ୍ରର ଉଦାସୀନତା ଦେଖାଦେଇଛି। ବିଚେପି ନେତା ଲୋକଙ୍କୁ ବିଭିନ୍ନ ମିଥ୍ୟ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି, କିନ୍ତୁ ପୂରଣ କରିବାର ନାଁ ଧରୁନାହାନ୍ତି। ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଓ ଦିବା ସ୍ବପ୍ନ ଦେଖାଇ ନିର୍ବାଚନ ବୈତରଣୀ ପାର ହେବା କଥା କେବଳ ବିଜେପି ସାଂସଦଙ୍କ ଠାରୁ ଶିଖିବା କଥା ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତାରେ କଥା ହେଉଥିବା ବେଳେ ଜବରଦସ୍ତି ବିବାହ କରାଇଦେଲେ ସ୍ଥାନୀୟ ଲୋକେ, ଉଭୟ ଥାନାରେ ଅଟକ

ଶ୍ରୀମତୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ NH ୫୫ କଥା ନକହିବା ଭଲ। ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମ ଧିମା ଗତିରେ କାମ ଚାଲିଛି। କିଛି ସ୍ଥାନରେ କାମ ବନ୍ଦ ହେଲେ କେବେ ସରିବ, ବିଜେପି ଚୁପ। ଆଜି ଯାଏ ଏହି ପ୍ରଶ୍ନ କଲେନି କେନ୍ଦ୍ର ଆଗରେ ବିଜେପି ସାଂସଦ। କେନ୍ଦ୍ର ମନ୍ତ୍ରୀଙ୍କ ଘର ଯେଉଁ ଜିଲ୍ଲାରେ, ସେ ରାସ୍ତା ଦେଇ NH 55 ଯାଏ। ହେଲେ ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦିଶୁନି । ଅନ୍ୟପଟେ ଭୁବନେଶ୍ୱର ପାଇଁ ୨୦୨୨ ଏପ୍ରିଲରେ ଘୋଷଣା ହୋଇଥିଲା କ୍ୟାପିଟାଲ ରିଜିଆନ ରିଂ ରୋଡ଼। ଏହାକୁ ରାଜ୍ୟ ସରକାର ଗ୍ରହଣ କରି ଟ୍ରାଫିକ ସମସ୍ୟା ନ ରହିବା ପାଇଁ ଭଲ ପଦକ୍ଷେପ ବୋଲି କହି ୬୦୦ ଶହ କୋଟି ଜମି ଅଧିଗ୍ରହଣ ପାଇଁ ବି ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଥିଲେ। ହେଲେ ଭୁବନେଶ୍ୱର ସାଂସଦ ଆଜି ଏ ପ୍ରସଙ୍ଗକୁ ଏଡାଇ ଦେଉଛନ୍ତି। ଯେଉଁ ଲୋକଙ୍କ ଭୋଟ ପାଇଛନ୍ତି, ଏହାର ଭାଗ୍ୟ ଓ ଭବିଷ୍ୟତ କଥା ସେ କହୁ ନାହାନ୍ତି।

ଆହୁରି ପଢ଼ନ୍ତୁ: ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି: ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ୍

ସେହିପରି ବିଜେଡି  ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ବିଜେପି ଆସନ୍ତା ନିର୍ବାଚନରେ ଲୋକଙ୍କୁ କେମିତି ସାମ୍ନା କରିବେ, ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରତିଶୃତି ଓ ବାସ୍ତବତାର ଚିତ୍ର ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ରାଜ୍ୟ ସରକାର ବାରମ୍ବାର NH 55 ପାଇଁ କେନ୍ଦ୍ରକୁ ଅନୁରୋଧ କରୁଛନ୍ତି, ଲୋକ ଦୁର୍ଘଟଣାରେ ମାରୁଛନ୍ତି, ତେଣୁ ଶ୍ରୀଘ୍ର କାମ ଶେଷ କରାଯାଉ, ହେଲେ କାମ କିଛି ହେଲାନି। କୋଷ୍ଟାଲ ହାଇୱେ ମାଧ୍ୟମରେ କେବଳ ଖସଡ଼ା ଯୋଡ଼ା ହୋଇଛି। ହେଲେ କାମ ହେଉନି.।କାହିଁକି ଜାଣିଶୁଣି ବିଳମ୍ବ କରାଯାଉଛି। ଭୁବନେଶ୍ବର ଇସ୍କନ ଦେଇ ଯାଉଥିବା NH ରେ ପାଣି ଜମୁଛି। NHAI କର୍ତୃପକ୍ଷ ଲଜ୍ଜିତ ହେଉଛନ୍ତି।ହେଲେ ଲୋକଙ୍କୁ ହଇରାଣ କରି କାହିଁକି ବିଜେପି ସାଂସଦ ଚୁପ ରହୁଛନ୍ତି, ତାହା ବୁଝାପଡୁନି। ଓଡ଼ିଶା ବିଜେପି ନେତା ବାହାରକୁ ଯାଉଛନ୍ତି। ହେଲେ ଓଡ଼ିଶାର ଆବଶ୍ୟକତାକୁ ଜାଣିଶୁଣି ବନ୍ଦ କରୁଛନ୍ତି। ନିଜର କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶାର କାମ ନେଇ ମୁହଁ ଖୋଲୁନାହାନ୍ତି ବିଜେପି ନେତା। କେନ୍ଦ୍ରର ଏପରି ଅବହେଳା ପାଇଁ ଓ ଲୋକଙ୍କ ହିତରେ ଖୁବ ଶୀଘ୍ର ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବିଜେଡି ବାଧ୍ୟ ହେବ ବୋଲି ଲେନିନ ମହାନ୍ତି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp