ଦିନଟିଏ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ପରିବର୍ତ୍ତେ ୨୨ ତାରିଖରେ ହେବ ନିର୍ବାଚନ
ଭୁବନେଶ୍ୱର: ଦିନଟିଏ ଘୁଞ୍ଚିଲା ବିଧାନସଭା ବାଚସ୍ପତି ନିର୍ବାଚନ । ଚଳିତ ମାସ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ପୂର୍ବରୁ ବାଚସ୍ପତି ନିର୍ବାଚନ ୨୧ ତାରିଖରେ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଯୋଗୁଁ ନିର୍ବାଚନକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି। ସେପ୍ଟେମ୍ବର ୨୨ରେ ହିଁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ନୂଆଖାଇ ଦିନ ବାଚସ୍ପତି ନିର୍ବାଚନ ଥିବାରୁ ବିରୋଧୀ ଦଳ ଆପତ୍ତି […]
ଭୁବନେଶ୍ୱର: ଦିନଟିଏ ଘୁଞ୍ଚିଲା ବିଧାନସଭା ବାଚସ୍ପତି ନିର୍ବାଚନ । ଚଳିତ ମାସ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ପୂର୍ବରୁ ବାଚସ୍ପତି ନିର୍ବାଚନ ୨୧ ତାରିଖରେ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଯୋଗୁଁ ନିର୍ବାଚନକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି।
ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି: ଦୁଇ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ
ସେପ୍ଟେମ୍ବର ୨୨ରେ ହିଁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ନୂଆଖାଇ ଦିନ ବାଚସ୍ପତି ନିର୍ବାଚନ ଥିବାରୁ ବିରୋଧୀ ଦଳ ଆପତ୍ତି ପ୍ରକାଶ କରିଥିଲେ । ୨୨ ତାରିଖ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ। ତା’ ପୂର୍ବରୁ ୨୧ ତାରିଖରେ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । ସୂଚନା ଯୋଗ୍ୟ ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ରହିଛି ବାଚସ୍ପତି ପଦ। ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୨ ତାରିଖର ନିର୍ବାଚନକୁ ସମସ୍ତଙ୍କର ଅପେକ୍ଷା ।





