ଜୟଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପିରେ ମେଲୁଛି ଫାଟ, ବିଜେଡିରେ ମିଶିଲେ ବସନ୍ତ ପଣ୍ଡାଙ୍କ ପୁତୁରା...

ଦୁଇ ବିଜେପି ସଂଗଠକ ମଧ୍ୟ ବିଜେଡିରେ ସାମିଲ

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିଜେଡି ଦିନକୁ ଦିନ ନିଜ ସ୍ଥିତି ସୁଦୃଢ଼ କରି ଚାଲିଛି। ଏହିକ୍ରମରେ ମଙ୍ଗଳବାର ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ସରପଞ୍ଚ ସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ଉପସଭାପତି ଟେକରାମ ସାହୁ, ପୂର୍ବତନ ନୂଆପଡା ନଗର ସଭାପତି ଉମେଶ ସହିସ ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ପଣ୍ଡା ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଦଳରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟଶଙ୍କର ମିଶ୍ର  ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ତାଙ୍କୁ ସ୍ୱାଗତ କରିଛନ୍ତି। ବିଜେଡିରେ ଯୋଗଦାନ ପରେ ହରିଶଚନ୍ଦ୍ର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେପି ଜୟ ଢୋଲକିଆଙ୍କୁ ନିଜ ଦଳକୁ ନେଇ ପ୍ରାର୍ଥୀ କରି ବିଜେପି କର୍ମକର୍ତ୍ତାଙ୍କୁ ଅଣଦେଖା କରିଛନ୍ତି । ଆମେ ଶୁଣିବାକୁ ପାଉଛୁ ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭା ସାଂସଦ ଓ ତାଙ୍କ ପୁତ୍ର ଅଭିନନ୍ଦନଙ୍କୁ ନିଗମ ଅଧ୍ୟକ୍ଷ ପଦର ପ୍ରତିଶ୍ରୁତି ବିଜେପି ଦେଇଛି। ନୀତି ଆଦର୍ଶ କଥା କହୁଥିବା ବିଜେପି ଏବେ କେବଳ ଡିଲ୍‌ କରୁଛି। ଏହାଦ୍ୱାରା ଅସଲ କର୍ମକର୍ତ୍ତାମାନେ ପ୍ରତାରିତ ହେଉଛନ୍ତି। ଆଗାମୀ ସପ୍ତାହରେ ବିଜେପିର ଶତାଧିକ କର୍ମୀ ବିଜେଡିରେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ନୂଆପଡାବାସୀ ଏହି ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବେ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ସେହିପରି ନିଜ ପ୍ରତିକ୍ରିୟାରେ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଶ୍ରୀ ପଣ୍ଡା ଶ୍ରୀ ସାହୁ ଓ ଶ୍ରୀ ସହିସଙ୍କୁ ଦଳକୁ ସ୍ୱାଗତ କରିବା ସହିତ ଏମାନଙ୍କ ଯୋଗଦାନ ପରେ ନୂଆପଡାରେ ବିଜୁ ଜନତା ଦଳ ଅଧିକ ଶକ୍ତିଶାଳୀ ହେବ। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନୂଆପଡା ଜିଲ୍ଲା ଗଠନ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ନୂଆପଡାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯାହାକୁ ଆଜି ବି ନୂଆପଡାବାସୀ ମନେ ରଖିଛନ୍ତି। ଗତ ୧୬ ମାସରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ନୂଆପଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ ବୋଲି ଶ୍ରୀ ମିଶ୍ର ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର