ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ: ନବୀନ ପଟ୍ଟନାୟକ

Deviprasad Mohanty Picture
Published On

ଭୁବନେଶ୍ବର: ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରନ୍ତୁ। ଏହାସହ ସାଇଲେଣ୍ଟ ପିରିୟଡ଼ରେ ବିଭ୍ରାଟକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ନବୀନ। ଜିଲ୍ଲା ବାହାରର ନେତାଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି। ନବୀନ କହିଛନ୍ତି, ନିର୍ବାଚନକୁ ପରିଚାଳନା କରିବା ହେଉଛି ଗଣତନ୍ତ୍ର ହଲମାର୍କ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ନିରବ ଅବଧିରେ ଏହାର ବ୍ୟତିକ୍ରମ ହେବା ଅତ୍ୟନ୍ତ ଦୁଃଖଦାୟକ ଓ ଆଇନ ବିରୁଦ୍ଧ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ, ସାଇଲେଣ୍ଟ ପିରିୟଡରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ବିଜେପିର କିଛି ଜିଲ୍ଲା ବାହାରର ନେତା ଏବେ ବି ନୂଆପଡ଼ାରେ ଅବାଧରେ ବୁଲିବା ସହ ଭୋଟରକୁ ଅନୈତିକ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ସ୍ଥାନୀୟ ବିଜେଡି ନେତା ଏନେଇ ଅଭିଯୋଗ କରୁଛନ୍ତି, ତାଙ୍କୁ ପୁଲିସ ଅଟକ ରଖୁଛି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ଏହା ସୂଚାଇ ଦେଉଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଶାସକ ଦଳର ହାତବାରିସି ସାଜି ନିର୍ବାଚନର ନିରପେକ୍ଷତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ରର ମୂଳଦୂଆକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛନ୍ତି। ଏଭଳି କାର୍ଯ୍ୟ ଯଦି ଅବୈଧ ଭାବେ ଜାରି ରହେ, ତେବେ ନୂଆପଡ଼ା ଉପନିର୍ବାଚନର ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ତେଣୁ ନିର୍ବାଚନ କମିଶନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସାଇଲେଣ୍ଟ ପରିୟଡ଼କୁ କଡ଼ାକଡ଼ି ପାଳନ କରାଯାଉ। ନିର୍ବାଚନ କମିଶନ ଜିଲ୍ଲା ବାହାରର ରାଜନେତାଙ୍କ ତୁରନ୍ତ ବାହାର କରାଯାଉ। ଏହାସହ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ପଦକ୍ଷେପ ନେଇ ନିରପେକ୍ଷତାର ସହିତ ନିର୍ବାଚନର ପ୍ରକ୍ରିୟାକୁ ପବିତ୍ରତାର ସହିତ ପାଳନ କରିବାକୁ ଦାବି କରିଛନ୍ତି ନବୀନ। ଭାରତୀୟଭାବେ ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରିବା ପାଇଁ ଯୁଗ ଯୁଗ ଧରି ପୂର୍ବ ପୂରୁଷଙ୍କ ତ୍ୟାଗ ଓ ବଳିଦାନ ଫଳ ସ୍ବରୂପ ପାଇଛନ୍ତି। ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା ବିଶେଷ କରି ନିର୍ବାଚନ କମିଶନ ମୁକ୍ତ ଓ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତିଶୃତି ହେବା ଦରକାର।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

10 Nov 2025 By Deviprasad Mohanty

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରନ୍ତୁ। ଏହାସହ ସାଇଲେଣ୍ଟ ପିରିୟଡ଼ରେ ବିଭ୍ରାଟକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ନବୀନ। ଜିଲ୍ଲା ବାହାରର ନେତାଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି। ନବୀନ କହିଛନ୍ତି, ନିର୍ବାଚନକୁ ପରିଚାଳନା କରିବା ହେଉଛି ଗଣତନ୍ତ୍ର ହଲମାର୍କ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ନିରବ ଅବଧିରେ ଏହାର ବ୍ୟତିକ୍ରମ ହେବା ଅତ୍ୟନ୍ତ ଦୁଃଖଦାୟକ ଓ ଆଇନ ବିରୁଦ୍ଧ।

ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ, ସାଇଲେଣ୍ଟ ପିରିୟଡରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ବିଜେପିର କିଛି ଜିଲ୍ଲା ବାହାରର ନେତା ଏବେ ବି ନୂଆପଡ଼ାରେ ଅବାଧରେ ବୁଲିବା ସହ ଭୋଟରକୁ ଅନୈତିକ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ସ୍ଥାନୀୟ ବିଜେଡି ନେତା ଏନେଇ ଅଭିଯୋଗ କରୁଛନ୍ତି, ତାଙ୍କୁ ପୁଲିସ ଅଟକ ରଖୁଛି।

ଏହା ସୂଚାଇ ଦେଉଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଶାସକ ଦଳର ହାତବାରିସି ସାଜି ନିର୍ବାଚନର ନିରପେକ୍ଷତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ରର ମୂଳଦୂଆକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛନ୍ତି। ଏଭଳି କାର୍ଯ୍ୟ ଯଦି ଅବୈଧ ଭାବେ ଜାରି ରହେ, ତେବେ ନୂଆପଡ଼ା ଉପନିର୍ବାଚନର ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ତେଣୁ ନିର୍ବାଚନ କମିଶନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅପିଲ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସାଇଲେଣ୍ଟ ପରିୟଡ଼କୁ କଡ଼ାକଡ଼ି ପାଳନ କରାଯାଉ। ନିର୍ବାଚନ କମିଶନ ଜିଲ୍ଲା ବାହାରର ରାଜନେତାଙ୍କ ତୁରନ୍ତ ବାହାର କରାଯାଉ। ଏହାସହ ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ପଦକ୍ଷେପ ନେଇ ନିରପେକ୍ଷତାର ସହିତ ନିର୍ବାଚନର ପ୍ରକ୍ରିୟାକୁ ପବିତ୍ରତାର ସହିତ ପାଳନ କରିବାକୁ ଦାବି କରିଛନ୍ତି ନବୀନ। ଭାରତୀୟଭାବେ ଗଣତନ୍ତ୍ରର ଏହି ମହାନ ପର୍ବକୁ ପାଳନ କରିବା ପାଇଁ ଯୁଗ ଯୁଗ ଧରି ପୂର୍ବ ପୂରୁଷଙ୍କ ତ୍ୟାଗ ଓ ବଳିଦାନ ଫଳ ସ୍ବରୂପ ପାଇଛନ୍ତି। ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା ବିଶେଷ କରି ନିର୍ବାଚନ କମିଶନ ମୁକ୍ତ ଓ ଅବାଧ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତିଶୃତି ହେବା ଦରକାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର