ରାଜ୍ୟରେ ଆସନ୍ତା ୧୮ ଯାଏଁ ନାହିଁ ବଡ଼ ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଡ଼ବର୍ଷା ନାହିଁ। ମୌସୁମୀ ଦୁର୍ବଳ ହେତୁ ବର୍ଷାର ଅଭାବ ଜାରିରହିବ। ତେବେ ୧୮ ତାରିଖ ପରେ ବଙ୍ଗୋପସାଗରରେ ପାଣିପାଗଜନିତ ସ୍ଥିତି ସୁଦୃଢ଼ ହେବା ଯୋଗୁଁ ବର୍ଷା ଫେରିବାର ସମ୍ଭାବନା ରହିଛି। ମାତ୍ର ବର୍ତ୍ତମାନ ନିଆଣ୍ଟିଆ ବର୍ଷା ଜାରିରହିବ ବୋଲି ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ମୌସୁମୀ ନିମ୍ନ ଚାପ-ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। […]

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଡ଼ବର୍ଷା ନାହିଁ। ମୌସୁମୀ ଦୁର୍ବଳ ହେତୁ ବର୍ଷାର ଅଭାବ ଜାରିରହିବ। ତେବେ ୧୮ ତାରିଖ ପରେ ବଙ୍ଗୋପସାଗରରେ ପାଣିପାଗଜନିତ ସ୍ଥିତି ସୁଦୃଢ଼ ହେବା ଯୋଗୁଁ ବର୍ଷା ଫେରିବାର ସମ୍ଭାବନା ରହିଛି। ମାତ୍ର ବର୍ତ୍ତମାନ ନିଆଣ୍ଟିଆ ବର୍ଷା ଜାରିରହିବ ବୋଲି ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ମୌସୁମୀ ନିମ୍ନ ଚାପ-ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ମୌସୁମୀ ଟ୍ରଫ ବର୍ତ୍ତମାନ ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ଼, ନଜିବାବାଦ, ଗୋରଖପୁର, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ମିଜୋରାମ୍‌‌ ଯାଏଁ ଲମ୍ୱିଛି। ଦୁର୍ବଳ ମୌସୁମୀ ହେତୁ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳୀୟ ବାଷ୍ଫପୂର୍ଣ୍ଣ ବାୟୁର ପ୍ରବାହ ରହୁଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ିର ପ୍ରକୋପ ବୃଦ୍ଧି ହେଉଛି।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ମଧ୍ୟ ଅନେକ ଜିଲ୍ଲାରେ ଏହି ସ୍ଥିତି ଜାରି ରହିବାର ଆଶଙ୍କା ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

11 Aug 2023 By The Sakala

ରାଜ୍ୟରେ ଆସନ୍ତା ୧୮ ଯାଏଁ ନାହିଁ ବଡ଼ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବଡ଼ବର୍ଷା ନାହିଁ। ମୌସୁମୀ ଦୁର୍ବଳ ହେତୁ ବର୍ଷାର ଅଭାବ ଜାରିରହିବ। ତେବେ ୧୮ ତାରିଖ ପରେ ବଙ୍ଗୋପସାଗରରେ ପାଣିପାଗଜନିତ ସ୍ଥିତି ସୁଦୃଢ଼ ହେବା ଯୋଗୁଁ ବର୍ଷା ଫେରିବାର ସମ୍ଭାବନା ରହିଛି। ମାତ୍ର ବର୍ତ୍ତମାନ ନିଆଣ୍ଟିଆ ବର୍ଷା ଜାରିରହିବ ବୋଲି ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ମୌସୁମୀ ନିମ୍ନ ଚାପ-ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ମୌସୁମୀ ଟ୍ରଫ ବର୍ତ୍ତମାନ ପଞ୍ଜାବର ଅମୃତସରରୁ ବାହାରି ଚଣ୍ଡିଗଡ଼, ନଜିବାବାଦ, ଗୋରଖପୁର, ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ମିଜୋରାମ୍‌‌ ଯାଏଁ ଲମ୍ୱିଛି। ଦୁର୍ବଳ ମୌସୁମୀ ହେତୁ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳୀୟ ବାଷ୍ଫପୂର୍ଣ୍ଣ ବାୟୁର ପ୍ରବାହ ରହୁଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ିର ପ୍ରକୋପ ବୃଦ୍ଧି ହେଉଛି।

ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ମଧ୍ୟ ଅନେକ ଜିଲ୍ଲାରେ ଏହି ସ୍ଥିତି ଜାରି ରହିବାର ଆଶଙ୍କା ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର