ନିଆରା ପ୍ରକୃତି ପ୍ରେମ : ୧୪ଶହ ଏକର ଜଙ୍ଗଲର ସୁରକ୍ଷା

The Sakala Picture
Published On

ଭୁବନେଶ୍ୱର : ଜଙ୍ଗଲ ପ୍ରତି ତାଙ୍କ ଭଲ ପାଇବା ଚମତ୍କାର। ପତ୍ନୀଙ୍କ ସହ ୧୪ଶହ ଏକର ଜଙ୍ଗଲକୁ ନିଆଁ, ଶିକାରୀ ଓ ମାଫିଆଙ୍କ କବଳରୁ ସୁରକ୍ଷିତ ରଖିପାରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ବୋରିଗୁମ୍ମା ବନାଞ୍ଚଳର ଅବସ୍ଥିତ ଏହି ଜଙ୍ଗଲକୁ ସ୍ଥାନୀୟ କାଠଗଡ଼଼ା ଗାଁର ଡମ ମୁଦୁଲି ଓ ତାଙ୍କ ପତ୍ନୀ ଦୀର୍ଘ ଦିନ ହେଲା ସୁରକ୍ଷା ଦେଇଆସିଛନ୍ତି। ଅବଶ୍ୟ ଗାଁ ଲୋକ ମିଶି ଏକ ବନ ସୁରକ୍ଷା ସମିତି ମଧ୍ୟ ଗଠନ କରିଛନ୍ତି। ବାପଜେଜେ ଅମଳରୁ […]

ଭୁବନେଶ୍ୱର : ଜଙ୍ଗଲ ପ୍ରତି ତାଙ୍କ ଭଲ ପାଇବା ଚମତ୍କାର। ପତ୍ନୀଙ୍କ ସହ ୧୪ଶହ ଏକର ଜଙ୍ଗଲକୁ ନିଆଁ, ଶିକାରୀ ଓ ମାଫିଆଙ୍କ କବଳରୁ ସୁରକ୍ଷିତ ରଖିପାରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ବୋରିଗୁମ୍ମା ବନାଞ୍ଚଳର ଅବସ୍ଥିତ ଏହି ଜଙ୍ଗଲକୁ ସ୍ଥାନୀୟ କାଠଗଡ଼଼ା ଗାଁର ଡମ ମୁଦୁଲି ଓ ତାଙ୍କ ପତ୍ନୀ ଦୀର୍ଘ ଦିନ ହେଲା ସୁରକ୍ଷା ଦେଇଆସିଛନ୍ତି। ଅବଶ୍ୟ ଗାଁ ଲୋକ ମିଶି ଏକ ବନ ସୁରକ୍ଷା ସମିତି ମଧ୍ୟ ଗଠନ କରିଛନ୍ତି। ବାପଜେଜେ ଅମଳରୁ ଏହି ଜଙ୍ଗଲ ସୁରକ୍ଷା ଗାଁ ଲୋକେ ପାଳିରେ କରିଆସୁଥିଲେ। କିନ୍ତୁ ୧୯୮୮ ମସିହାରେ ଗାଁ ଲୋକେ ମିଶି କାଠଗଡ଼଼ା ବନ ସୁରକ୍ଷା ସମିତି ଗଠନ କରିଥିଲେ। ସେବେଠାରୁ ସମିତିର ନିଷ୍ପତ୍ତି ଅନୁସାରେ ଜଙ୍ଗଲ ଜଗିବା ଦାୟିତ୍ୱ ୨ ଜଣକୁ ଦିଆଯାଏ। ସେମାନଙ୍କ ଖର୍ଚ୍ଚ ବାବଦକୁ ମାସିକ ୩ହଜାର ଟଙ୍କା ଓ ଡାଲି ଚାଉଳ ମଧ୍ୟ ସମିତି ପକ୍ଷରୁ ଦିଆଯାଏ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଦାୟିତ୍ୱ ମିଳିବା ପରଠାରୁ ଡମ ଓ ତାଙ୍କ ପତ୍ନୀ ଦିନଟିଏ ବି ଅବହେଳା କରିନାହାନ୍ତି ବୋଲି କାଠଗଡ଼଼ା ବନସୁରକ୍ଷା ସମିତିର ସଭାପତି କୃôତିବାସ ନାୟକ କହିଛନ୍ତି। ପ୍ରତିଦିନ ସକାଳ ହେଲେ ଠେଙ୍ଗା ଆଉ ଟାଙ୍ଗିଆ ଖଣ୍ଡେ ନେଇ ଜଙ୍ଗଲ ବୁଲି ବାହାରନ୍ତି ଡମ। ଜଙ୍ଗଲରୁ ଗୋଟିଏ କୋଣରୁ ଯେତେବାଟ ଯାଏଁ ପରଖି ହେବ ସେଦିନ ସେତିକି ବାଟ ଯାଇ ଗଛପତ୍ରର ଦେଖରଖା କରନ୍ତି। କିଛି ଅସୁବିଧା ଥିଲେ ଗାଁର ଆସି କମିଟି ଆଗରେ ଜଣାନ୍ତି। ଡମଙ୍କୁ ଏହି କାମରେ ବେଳେ ବେଳେ ଗାଁର ଅନ୍ୟ ଯୁବଗୋଷ୍ଠୀ ଓ ବନ ବିଭାଗ କର୍ମଚାରୀମାନେ ସାହାଯ୍ୟ କରନ୍ତି।
କାଠଗଡ଼ାକୁ ଛାଡି ଦେଲେ ପାଖ ପ୍ରଧାନୀ ପୁଟ, ମଶିପଦର, ତୁରୁଞ୍ଜିଗୁଡା, ମାଙ୍କଡି ଅଟାଳ ଆଦି ଗାଁର ଲୋକେ ବି ଏହା ଉପରେ ନିର୍ଭର କରିଥାନ୍ତି।

ଜାଳେଣି କାଠ ପାଇଁ ପ୍ରତିଦିନ ଗାଁର ମହିଳା ଓ ପୁରୁଷମାନେ ଜଙ୍ଗଲ ଆସୁଥିଲା ବେଳେ ଆଙ୍କୁଡି ସାହାଯ୍ୟରେ ଶୁଖିଲା ଡାଳପତ୍ର ସଂଗ୍ରହ କରିଥାନ୍ତି। ଏହାବାଦ୍‍ ବର୍ଷକୁ ଥରେ ଗାଁ କମିଟିର ଅନୁମତିରେ ଗାଁଟା ଯାକର ଲୋକେ ଜଙ୍ଗଲରେ ଥିନିଂ ଓ କ୍ଲିନିଂ କାମ କରିଥାନ୍ତି। ଯେଉଁଠି ସେମାନେ ଜଙ୍ଗଲକୁ ସଫା ସୁତୁରା କରନ୍ତି। ଜଙ୍ଗଲରୁ ସଂଗୃହୀତ କାଠକୁ ପରବର୍ତ୍ତର୍ୀ ସମୟରେ ନିଜର ଆବଶ୍ୟକତା ହିସାବରେ ଝାଡ଼ ପ୍ରତି ୩୦୦ ଟଙ୍କା ଦେଇ ଘରକୁ ନେଇଥାନ୍ତି। ସେହି ଟଙ୍କା କାଠଗଡ଼ା ବନ ସୁରକ୍ଷା ସମିତି ହାତକୁ ଯାଏ। ଏହି ଟଙ୍କାକୁ ଜଙ୍ଗଲ ପରିଚାଳନା ପାଇଁ ଖର୍ଚ୍ଚ କରାଯାଏ।
ଜଙ୍ଗଲ ଜାତ ଦ୍ରବ୍ୟକୁ ଛାଡି ଦେଲେ ଆଖାପାଖ ଅଞ୍ଚଳର ୧୦ରୁ ଅଧିକ ବୈଦ୍ୟ, ଦିସାରିମାନେ ଜଡିବୁଟି ପାଇଁ ଏହି ଜଙ୍ଗଲ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ଉପରେ ୮ ଖଣ୍ଡ ଗାଁ ଲୋକେ ନିର୍ଭର କରିଥାନ୍ତି।

ଗାଈ, ଗୋରୁ ଛେଳି ମେଣ୍ଢା ଆଦି ପଶୁଙ୍କ ହାଡ ଯୋଡିବା ପାଇଁ ଆବଶ୍ୟକ ହେଉଥିବା ବାନ୍ଧଣ ଛାଲିଠାରୁ ଆରମ୍ଭ କରି ମଣିଷ ପାଇଁ ଆବଶ୍ୟକ ହେଉଥିବା ଶିଆଳି ଦଉଡି, ମାଳୁଆ ଜ୍ୱର ପାଇଁ ଆବଶ୍ୟକ କନ୍ଦ, ଦୁଦୁରି(ପ୍ରସୂତି), ଅପାମାର୍ଗ, ବଜ୍ରମୂଳି, ଏକାନବିଣ୍ଡି (ପେଟରୋଗ), ଗଉଡ ଖଡିକା (ମ୍ୟାଲେରିଆ), ହରିଡା (କଫ, କାଶ)ଆଦିକୁ ଆଦିବାସୀ ଦିସାରୀ ଓ ପାରମ୍ପରିକ ବୈଦ୍ୟମାନେ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି। ଏହାଛଡା ଆଦିବାସୀମାନେ ବିଭିନ୍ନ ପ୍ରକାର କନ୍ଦ ଓ ଶାଳ ପାଇଁ ମଧ୍ୟ ଜଙ୍ଗଲ ଉପରେ ନିର୍ଭର କରି ଚଳନ୍ତି। ଜଙ୍ଗଲର ସୁରକ୍ଷା ପାଇଁ ଖରା ୪ ମାସ ସଚେତନତା ଶୋଭାଯାତ୍ରା କରାଯାଏ। ବୈଠକ ଡକାଯାଇ ଗାଁରେ ଜଙ୍ଗଲ ନ ଲଗାଇବାକୁ ଓ ନିଆଁ ଲାଗିଲେ କିପରି ପାରମ୍ପରିକ ପ୍ରଣାଳୀରେ ତାହାକୁ ସୁରକ୍ଷା ଦେଇ ହେବ ସେ ବାବଦରେ ଆଲୋଚନା କରାଯାଏ।

ବୈଦ୍ୟ ଓ ଦିସାରିମାନଙ୍କୁ ଡକାଯାଇ ଜଙ୍ଗଲ ଉପରେ ନିର୍ଭରଶୀଳତାର ପାଠ ପଢ଼଼ାଯାଏ। ସରକାରଙ୍କ ଆଇନ କାନୁନ ବିଷୟରେ ବୁଝାଯାଏ। ଏହାଛଡା ବନ ବିଭାଗ ପୋଡୁ ଚାଷ ରୋକିବାକୁ କାଠଗଡ଼ା ଓ ଆଖପାଖ ଗାଁରେ ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। ପୋଡୁଚାଷୀଙ୍କୁ ଏଥିରୁ ନିବୃତ୍ତ ରହି ଜଙ୍ଗଲ ଉପରେ ସେମାନଙ୍କ ନିର୍ଭରଶୀଳତା କମାଇବା ପାଇଁ ଛେଳି ପାଳନ, କୁକଡ଼ା ପାଳନ, ଛତୁ ଚାଷ, ଆଦି ପାଇଁ ପ୍ରୋତ୍ସାହନ ଦେଇଛନ୍ତି। ଏମ୍‍ଜିଏନ୍‍ଆର୍‍ଜିଏସ୍‍ କାମରେ ସେମାନଙ୍କୁ କର୍ମନିଯୁକ୍ତି ଦିଆଯାଇଛି।

15 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର