ଯାତ୍ରୀବାହୀ ଗାଡି ଉପରେ ଲାଗିଲା କଟକଣା : ଜାଣନ୍ତୁ ଅଟୋ, ଟ୍ୟାକ୍ସି ଏବଂ ବସ୍‌ରେ କେତେ ଲୋକଙ୍କୁ ବସିବାକୁ ମିଳିବ ଅନୁମତି

The Sakala Picture
Published On

ଭୁବନେଶ୍ବର : ମହାମାରୀ କରୋନା ରାଜ୍ୟରେ ତାର କାୟା ମେଲାଇ ଚାଲିଥିବା ବେଳେ ରାଜ୍ୟ ସରକାର ଆଜି କଟକଣା ଜାରି କରିଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟରେ ନୂଆ କଟକଣା ଲାଗୁ ହେବ । ଏହାରି ମଧ୍ୟରେ କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍‌ରେ ଲୋକମାନେ ବସି ଯାତ୍ରା କରିପାରିବେ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ […]

ଭୁବନେଶ୍ବର : ମହାମାରୀ କରୋନା ରାଜ୍ୟରେ ତାର କାୟା ମେଲାଇ ଚାଲିଥିବା ବେଳେ ରାଜ୍ୟ ସରକାର ଆଜି କଟକଣା ଜାରି କରିଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟରେ ନୂଆ କଟକଣା ଲାଗୁ ହେବ । ଏହାରି ମଧ୍ୟରେ କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍‌ରେ ଲୋକମାନେ ବସି ଯାତ୍ରା କରିପାରିବେ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ଯେତିକି ସିଟ୍‌ ସେତିକି ଲୋକ ବସ୍‌ରେ ବସିପାରିବେ। ଏଥି ସହିତ ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସିପାରିବେ। ତାହାଠୁ ଅଧିକ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ସେହିପରି ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳିବ। ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା। କିନ୍ତୁ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସିନେମା ହଲ ୫୦ ପ୍ରତିଶତ ଦର୍ଶକଙ୍କୁ‌ ନେଇ ଚାଲିବ। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ। ଘରୋଇ କାର୍ଯ୍ୟାଳୟରେ କେତେ ପରିମାଣରେ କର୍ମଚାରୀ ରହିବେ, ସେ ନେଇ କର୍ତ୍ତୃପକ୍ଷ ଚିନ୍ତା କରିବେ। ଅଫିସରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ। ଏବେ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯାଉଛି। ଏଥି ସହିତ ଆଇସିୟୁ, ବେଡ ବଢ଼ାଯାଉଛି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ। ବିଦ୍ୟୁତ, ସ୍ବାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ ଡେଲିଭରି ଆଦି ସେବା ଜାରି ରହିବ। ଏଥିରେ ନିୟୋଜିତ ଥିବା କର୍ମଚାରୀ  ପୁଲିସକୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ। ଏଥି ପାଇଁ କୌଣସି ସ୍ବତନ୍ତ୍ର ପାସ୍‌ର ଆବଶ୍ୟକ ନାହିଁ। ଲୋକେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯା’ଆସ କରିପାରି‌ବେ। ତେବେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଥାଇ ଗାଇଡଲାଇନ୍ ଜାରି କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୪୭,୬୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

15 Apr 2021 By The Sakala

ଯାତ୍ରୀବାହୀ ଗାଡି ଉପରେ ଲାଗିଲା କଟକଣା : ଜାଣନ୍ତୁ ଅଟୋ, ଟ୍ୟାକ୍ସି ଏବଂ ବସ୍‌ରେ କେତେ ଲୋକଙ୍କୁ ବସିବାକୁ ମିଳିବ ଅନୁମତି

ଭୁବନେଶ୍ବର : ମହାମାରୀ କରୋନା ରାଜ୍ୟରେ ତାର କାୟା ମେଲାଇ ଚାଲିଥିବା ବେଳେ ରାଜ୍ୟ ସରକାର ଆଜି କଟକଣା ଜାରି କରିଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟରେ ନୂଆ କଟକଣା ଲାଗୁ ହେବ । ଏହାରି ମଧ୍ୟରେ କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍‌ରେ ଲୋକମାନେ ବସି ଯାତ୍ରା କରିପାରିବେ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ଯେତିକି ସିଟ୍‌ ସେତିକି ଲୋକ ବସ୍‌ରେ ବସିପାରିବେ। ଏଥି ସହିତ ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସିପାରିବେ। ତାହାଠୁ ଅଧିକ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସେହିପରି ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳିବ। ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା। କିନ୍ତୁ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସିନେମା ହଲ ୫୦ ପ୍ରତିଶତ ଦର୍ଶକଙ୍କୁ‌ ନେଇ ଚାଲିବ। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ। ଘରୋଇ କାର୍ଯ୍ୟାଳୟରେ କେତେ ପରିମାଣରେ କର୍ମଚାରୀ ରହିବେ, ସେ ନେଇ କର୍ତ୍ତୃପକ୍ଷ ଚିନ୍ତା କରିବେ। ଅଫିସରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ। ଏବେ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯାଉଛି। ଏଥି ସହିତ ଆଇସିୟୁ, ବେଡ ବଢ଼ାଯାଉଛି ।

ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ। ବିଦ୍ୟୁତ, ସ୍ବାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ ଡେଲିଭରି ଆଦି ସେବା ଜାରି ରହିବ। ଏଥିରେ ନିୟୋଜିତ ଥିବା କର୍ମଚାରୀ  ପୁଲିସକୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ। ଏଥି ପାଇଁ କୌଣସି ସ୍ବତନ୍ତ୍ର ପାସ୍‌ର ଆବଶ୍ୟକ ନାହିଁ। ଲୋକେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯା’ଆସ କରିପାରି‌ବେ। ତେବେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଥାଇ ଗାଇଡଲାଇନ୍ ଜାରି କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର