ବିଜୁ ଯୁବ ଜନତା ଦଳ ପୁନର୍ଗଠିତ, ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏଥିରେ ୩ ଜଣ କାର୍ଯ୍ଯକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବଭଳି ଏଲିନା ଦାଶ ମହାସଚିବ ରହିଛନ୍ତି […]

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏଥିରେ ୩ ଜଣ କାର୍ଯ୍ଯକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବଭଳି ଏଲିନା ଦାଶ ମହାସଚିବ ରହିଛନ୍ତି । ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସମ୍ପାଦକ, ୬୩ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକ ଏବଂ ୩୫ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଞ୍ଜନ ମାର୍ଥାଙ୍କୁ କାର୍ଯ୍ଯକାରୀ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଏଲିନା ଦାଶଙ୍କୁ ମହାସଚିବ ଦାୟିତ୍ୱ ଦେଇଛି ଦଳ । ସେହିଭଳି ବରିଷ୍ଠ ଉପ ସଭାପତି ଭାବେ ଜ୍ୟୋତ୍ସ୍ନାମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକଙ୍କୁ ନିଯୁକ୍ତି ମିଳିଛି ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ଜୋନ୍ ସଭାପତି ଭାବେ ଭୁବନେଶ୍ୱର ଜୋନ୍ ପାଇଁ ବିଜୟ କେତନ ସାହୁ, କଟକ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ୱାଇଁ, ବଲାଙ୍ଗୀର ମଣିନ୍ଦ୍ର ମହାନ୍ତି, ସମ୍ୱଲପୁର ଦେବାଶିଷ ପରିଡ଼ା, କୋରାପୁଟ ତାପସ ତ୍ରିପାଠୀ, ବାଲେଶ୍ୱର ଜୟରାମ ଦାସଙ୍କୁ ନିଯୁକ୍ତି ମିଳିଛି ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ସେହିଭଳି ମୋଟ ୧୩ ଜଣଙ୍କୁ ଉପ ସଭାପତି ଦାୟିତ୍ବ ମିଳିଛି । ସେମାନଙ୍କ ନାଁ ହେଉଛି- ଛବି ମାହାଲି, ସୋଫିଆ ଆଲାମ୍, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁବାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍ ପାଢ଼ୀ, ସୁଜିତ୍ ପ୍ରସାଦ ଦ୍ୱିବେଦୀ, ସମ୍ବିତ କୁମାର ନାୟକ, ଦିଲ୍ଲୀପ ସେନାପତି, ମାନଭଂଜନ ବେହେରା, ମିହିର ରଞ୍ଜନ ପରିଡ଼ା ।

୪୬ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଥିବା ବେଳେ  ୬୩ଜଣଙ୍କୁ ସମ୍ପାଦକ, ୨୩ଜଣଙ୍କୁ ଯୁଗ୍ମ ସମ୍ପାଦକ ଓ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।

19 Aug 2022 By The Sakala

ବିଜୁ ଯୁବ ଜନତା ଦଳ ପୁନର୍ଗଠିତ, ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏଥିରେ ୩ ଜଣ କାର୍ଯ୍ଯକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବଭଳି ଏଲିନା ଦାଶ ମହାସଚିବ ରହିଛନ୍ତି । ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସମ୍ପାଦକ, ୬୩ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକ ଏବଂ ୩୫ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।

ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଞ୍ଜନ ମାର୍ଥାଙ୍କୁ କାର୍ଯ୍ଯକାରୀ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଏଲିନା ଦାଶଙ୍କୁ ମହାସଚିବ ଦାୟିତ୍ୱ ଦେଇଛି ଦଳ । ସେହିଭଳି ବରିଷ୍ଠ ଉପ ସଭାପତି ଭାବେ ଜ୍ୟୋତ୍ସ୍ନାମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକଙ୍କୁ ନିଯୁକ୍ତି ମିଳିଛି ।

ଜୋନ୍ ସଭାପତି ଭାବେ ଭୁବନେଶ୍ୱର ଜୋନ୍ ପାଇଁ ବିଜୟ କେତନ ସାହୁ, କଟକ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ୱାଇଁ, ବଲାଙ୍ଗୀର ମଣିନ୍ଦ୍ର ମହାନ୍ତି, ସମ୍ୱଲପୁର ଦେବାଶିଷ ପରିଡ଼ା, କୋରାପୁଟ ତାପସ ତ୍ରିପାଠୀ, ବାଲେଶ୍ୱର ଜୟରାମ ଦାସଙ୍କୁ ନିଯୁକ୍ତି ମିଳିଛି ।

ସେହିଭଳି ମୋଟ ୧୩ ଜଣଙ୍କୁ ଉପ ସଭାପତି ଦାୟିତ୍ବ ମିଳିଛି । ସେମାନଙ୍କ ନାଁ ହେଉଛି- ଛବି ମାହାଲି, ସୋଫିଆ ଆଲାମ୍, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁବାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍ ପାଢ଼ୀ, ସୁଜିତ୍ ପ୍ରସାଦ ଦ୍ୱିବେଦୀ, ସମ୍ବିତ କୁମାର ନାୟକ, ଦିଲ୍ଲୀପ ସେନାପତି, ମାନଭଂଜନ ବେହେରା, ମିହିର ରଞ୍ଜନ ପରିଡ଼ା ।

୪୬ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଥିବା ବେଳେ  ୬୩ଜଣଙ୍କୁ ସମ୍ପାଦକ, ୨୩ଜଣଙ୍କୁ ଯୁଗ୍ମ ସମ୍ପାଦକ ଓ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର