ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୯ ଜିଲ୍ଲାରେ ଝଡ଼ବର୍ଷା ନେଇ ୟେଲୋଓ୍ଵାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି । ଅନ୍ୟପକ୍ଷରେ ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଉପରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ […]

ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି । ଅନ୍ୟପକ୍ଷରେ ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଉପରେ ସକ୍ରିୟ ରହିଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ

ଯାହାର ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୪ ଅକ୍ଟୋବର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୯ଟି ଜିଲ୍ଲାକୁ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ମାଲକାନାଗିରି ଓ କୋରପୁଟ ପ୍ରଭୃତି ଜିଲ୍ଲା ରହିଛି। ଏହି ଜିଲ୍ଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୧୯ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ମଧ୍ୟ ବଜ୍ରପାତ ସହ ହାଲୁକା ବର୍ଷାର ସମ୍ଭାବନା ରହିଛି।

୧୮ ବେଳକୁ ଆଣ୍ଡାମାନରେ ଲଘୁଚାପ

ଆସନ୍ତା ୧୭ କିମ୍ୱା ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ତେବେ ଏହି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେଇ ନ ପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇପାରେ; ମାତ୍ର ଏହାର ରୂପରେଖ କ’ଣ ରହିବ ଓ ଏହା କେଉଁଆଡ଼କୁ ଗତି କରିବ ଏଯାଏ ସ୍ପଷ୍ଟ ହୋଇନାହିଁ। ଯେ କୌଣସି ସିଷ୍ଟମ (ପାଣିପାଗ ଜନିତ ଘଟଣା)ର ୭ ଦିନ ପୂର୍ବରୁ କରାଯାଉଥିବା ଆକଳନରେ ହିଁ ସଠିକତା ଅଧିକ ଥାଏ ବୋଲି ଡ. ମହାପାତ୍ର ଉଲ୍ଲେଖ କରି ବାତ୍ୟା ସଂକ୍ରାନ୍ତ ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ କୌଣସି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଆଇଏମଡି ପ୍ରାୟ ୧୦ ଟି ମଡେଲ୍‌‌ ପର୍ଯ୍ୟବେକ୍ଷଣ କରି ତାହାକୁ ଅନୁଶୀଳନ କରିଥାଏ। ଏହାପରେ ବୈଜ୍ଞାନିକ ଜ୍ଞାନକୌଶଳ, ମାନବ ସମ୍ୱଳକୁ ବ୍ୟବହାର କରି ଆକଳନଜାରି କରିଥାଏ। ତେଣୁ ଭାରତୀୟ ପାଣିପାଗ ବିଭାଗର ଆକଳନର ସଠିକତା ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପରି ବିକଶିତ ଦେଶର ପୂର୍ବାନୁମାନ ତୁଳନାରେ ବେଶ୍‌‌ ଭଲ ରହିଛି ବୋଲି ଡ. ମହାପାତ୍ର କହିଛନ୍ତି।

ଆଇଏମଡିର ସୂଚନାକୁ ଆଧାର କରି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୌଣସି ବାତ୍ୟା ହେବାର ଆଶଙ୍କା ନାହିଁ ବୋଲି କୁହାଯାଇଛି। ଯଦି ଆଇଏମଡି ପକ୍ଷରୁ ବାତ୍ୟା ନେଇ ସୂଚନା ଦିଆଯାଏ, ତେବେ ତୁରନ୍ତ ଅବଗତ କରାଯିବ ବୋଲି ଯୁଗ୍ମ ଏସ୍‌‌ଆରସି ପଦ୍ମନାଭ ବେହେରା କହିଛନ୍ତି। ଅନ୍ୟପଟେ ସମ୍ଭାବ୍ୟ ସିଷ୍ଟମର ରୂପରେଖ ନେଇ ଗୁରୁବାର ସମ୍ୟକ ସୂଚନା ମିଳିବାର ସମ୍ଭାବନା ରହିଛି। ଗୁରୁବାର ଆଇଏମଡି ପକ୍ଷରୁ ୧୪ ଦିନିଆ ବିସ୍ତାରିତ ପରିସର ଆକଳନ ଜାରି କରାଯିବ। ଏହି ସମ୍ଭାବ୍ୟ ସିଷ୍ଟମଟି ଘନୀଭୂତ ହେବାର ସମ୍ଭାବନା ଥାଏ, ତେବେ ଏଥିରୁ ସୂଚନା ମିଳିପାରିବ। ଆଇଏମଡି ମଧ୍ୟ ୭ ଦିନର ଆକଳନ ପାଇଁ ଅପେକ୍ଷା କରିବାକୁ କହିଥିବାରୁ ସମସ୍ତଙ୍କ ନଜର ଆଇଏମଡି ଉପରେ ରହିଛି।

13 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର