ପଶ୍ଚିମା ଝଡ଼ ପ୍ରଭାବ: ବର୍ଷା ପବନରେ ଅସ୍ତବ୍ୟସ୍ତ ହେଲା ଉପାନ୍ତରୁ ଉପକୂଳ, ଆଜି ୧୬ ଜିଲ୍ଲାରେ ଘଡଘଡି ସହ ଝଡବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ରାଜ୍ୟବ୍ୟାପୀ ଘଡ଼ଘଡ଼ି, ଝଡ଼ତୋଫାନ ଓ କୁଆପଥର ମାଡ଼ ସହ ବର୍ଷା ହୋଇଛି। ଉପାନ୍ତରୁ ଉପକୂଳ ସବୁଠି ବିଜୁଳି ଘଡଘଡି ସହ ବର୍ଷା ପବନ । ଅଚାନକ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ହେଉଛି । ପ୍ରବଳ ବେଗରେ ବହୁଛି ପବନ । ଆଗାମୀ ୨୦ ତାରିଖ ଯାଏଁ ରାଜ୍ୟରେ ଏପରି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗିବ। ଯାହାଫଳରେ ଆସନ୍ତା […]

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ରାଜ୍ୟବ୍ୟାପୀ ଘଡ଼ଘଡ଼ି, ଝଡ଼ତୋଫାନ ଓ କୁଆପଥର ମାଡ଼ ସହ ବର୍ଷା ହୋଇଛି। ଉପାନ୍ତରୁ ଉପକୂଳ ସବୁଠି ବିଜୁଳି ଘଡଘଡି ସହ ବର୍ଷା ପବନ । ଅଚାନକ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ହେଉଛି । ପ୍ରବଳ ବେଗରେ ବହୁଛି ପବନ । ଆଗାମୀ ୨୦ ତାରିଖ ଯାଏଁ ରାଜ୍ୟରେ ଏପରି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗିବ। ଯାହାଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୧୯ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗ ଯାଏଁ ପବନ ବହିପାରେ। ବାକି ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ବାବନା ରହିଛି। ସେହିପରି ୨୦ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ଉତ୍ତର, ପୂର୍ବ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ମିଳିଥିବା ରିପୋର୍ଟ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ଅନୁଭୂତ ହୋଇଥିଲା। ଭଦ୍ରକ, ଯାଜପୁର, କେନ୍ଦୁଝରଠାରୁ ଆରମ୍ଭ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦକ୍ଷିଣରେ ରାୟଗଡ଼ାରେ ପ୍ରବଳ କୁଆପଥର ମାଡ଼ ହୋଇଥିବା ବେଳେ ସମାନ ଭାବେ କନ୍ଧମାଳ ସହ ଅନ୍ୟ ସ୍ଥାନରେ ମଧ୍ୟ କୁଆପଥର ସହ ବର୍ଷା ହୋଇଥିଲା। ବର୍ଷା ସହ ପବନ କାରଣରୁ ରାଜ୍ୟର କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ କିଛି ସମୟ ପାଇଁ ବିଦ୍ୟୁତ୍‌‌ ସରବରାହ ବ୍ୟାହତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

19 Mar 2023 By The Sakala

ପଶ୍ଚିମା ଝଡ଼ ପ୍ରଭାବ: ବର୍ଷା ପବନରେ ଅସ୍ତବ୍ୟସ୍ତ ହେଲା ଉପାନ୍ତରୁ ଉପକୂଳ, ଆଜି ୧୬ ଜିଲ୍ଲାରେ ଘଡଘଡି ସହ ଝଡବର୍ଷା ଆଶଙ୍କା

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ରାଜ୍ୟବ୍ୟାପୀ ଘଡ଼ଘଡ଼ି, ଝଡ଼ତୋଫାନ ଓ କୁଆପଥର ମାଡ଼ ସହ ବର୍ଷା ହୋଇଛି। ଉପାନ୍ତରୁ ଉପକୂଳ ସବୁଠି ବିଜୁଳି ଘଡଘଡି ସହ ବର୍ଷା ପବନ । ଅଚାନକ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ବିଜୁଳି ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ହେଉଛି । ପ୍ରବଳ ବେଗରେ ବହୁଛି ପବନ । ଆଗାମୀ ୨୦ ତାରିଖ ଯାଏଁ ରାଜ୍ୟରେ ଏପରି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗିବ। ଯାହାଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ସେପରି କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୧୯ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗ ଯାଏଁ ପବନ ବହିପାରେ। ବାକି ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ବାବନା ରହିଛି। ସେହିପରି ୨୦ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ଉତ୍ତର, ପୂର୍ବ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ଅନୁଭୂତ ହୋଇଥିଲା। ଭଦ୍ରକ, ଯାଜପୁର, କେନ୍ଦୁଝରଠାରୁ ଆରମ୍ଭ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦକ୍ଷିଣରେ ରାୟଗଡ଼ାରେ ପ୍ରବଳ କୁଆପଥର ମାଡ଼ ହୋଇଥିବା ବେଳେ ସମାନ ଭାବେ କନ୍ଧମାଳ ସହ ଅନ୍ୟ ସ୍ଥାନରେ ମଧ୍ୟ କୁଆପଥର ସହ ବର୍ଷା ହୋଇଥିଲା। ବର୍ଷା ସହ ପବନ କାରଣରୁ ରାଜ୍ୟର କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ କିଛି ସମୟ ପାଇଁ ବିଦ୍ୟୁତ୍‌‌ ସରବରାହ ବ୍ୟାହତ ହୋଇଥିଲା।

https://www.thesakala.in/latest-odisha-news/nayagarh/heavy-rainfall-with-thunderstorm-likely-in-coastal-odisha-today/article-19923
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର