ମଦ ମାଫିଆଙ୍କୁ ଅବକାରୀ ଏସ୍‍ଆଇଙ୍କ ପ୍ରୋତ୍ସାହନ : କନେଷ୍ଟବଳ ସାଜିଛନ୍ତି ଗୁମାସ୍ତା

The Sakala Picture
Published On

ନୟାଗଡ : ଅବକାରୀ ବିଭାଗ ବେଆଇନ ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନେବା ବଦଳରେ ମଦ ମାଫିଆଙ୍କୁ ସହଯୋଗ କରୁଛି। ବାଡ ସୁରକ୍ଷା ଦେବା ବଦଳରେ ଫସଲ ଖାଉଛି। ଖୋଦ୍‍ ନୟାଗଡ ଜିଲ୍ଲା ଖଣ୍ଡପଡା ଅବକାରୀ ଥାନା ଓଆଇସି ତଥା ଏସ୍‍ଆଇ ହଟିଆ ବେହେରାଙ୍କ ଏଭଳି କାରନାମାର ପ୍ରମାଣ ‘ସକାଳ’ ଅନୁସନ୍ଧାନରୁ ମିଳିଛି। ଅବକାରୀ ଏସ୍‍ଆଇ କନେଷ୍ଟବଳ ପ୍ରଦୀପ ନାୟକଙ୍କୁ ଗୁମାସ୍ତା କରି ମାଫିଆଙ୍କ ସହ ଏଭଳି କାରବାର କରୁଛନ୍ତି। ନୟାଗଡ ଜିଲ୍ଲା ଖଣ୍ଡପଡା, କଣ୍ଟିଲୋ […]

ନୟାଗଡ : ଅବକାରୀ ବିଭାଗ ବେଆଇନ ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନେବା ବଦଳରେ ମଦ ମାଫିଆଙ୍କୁ ସହଯୋଗ କରୁଛି। ବାଡ ସୁରକ୍ଷା ଦେବା ବଦଳରେ ଫସଲ ଖାଉଛି। ଖୋଦ୍‍ ନୟାଗଡ ଜିଲ୍ଲା ଖଣ୍ଡପଡା ଅବକାରୀ ଥାନା ଓଆଇସି ତଥା ଏସ୍‍ଆଇ ହଟିଆ ବେହେରାଙ୍କ ଏଭଳି କାରନାମାର ପ୍ରମାଣ ‘ସକାଳ’ ଅନୁସନ୍ଧାନରୁ ମିଳିଛି। ଅବକାରୀ ଏସ୍‍ଆଇ କନେଷ୍ଟବଳ ପ୍ରଦୀପ ନାୟକଙ୍କୁ ଗୁମାସ୍ତା କରି ମାଫିଆଙ୍କ ସହ ଏଭଳି କାରବାର କରୁଛନ୍ତି। ନୟାଗଡ ଜିଲ୍ଲା ଖଣ୍ଡପଡା, କଣ୍ଟିଲୋ ଓ ଭାପୁର ଅଞ୍ଚଳରେ ବେଆଇନ ଭାବେ ଦେଶୀ ରନ୍ଧା ମଦ କାରବାର କରୁଥିବା ୭ ଜଣ ମାଫିଆଙ୍କ ସହ ଡିଲ୍‍ ବେଳର ଅଡିଓ ‘ସକାଳ’ ହାତରେ ଲାଗିଛି। ୨୯ ମିନିଟ ୫୪ ସେକେଣ୍ଡର ଅଡିଓରେ ୧୭ ମିନିଟରୁ ଊର୍ଦ୍ଧ୍ବ ସମୟର ବାର୍ତ୍ତାଳାପ ରହିଛି। ଉକ୍ତ ଅଡିଓରେ କିଛି ମଦ ବେପାରୀ, ଅବକାରୀ ଏସ୍‍ଆଇ ହଟିଆ ବେହେରା ଏବଂ କନେଷ୍ଟବଳ ପ୍ରଦୀପ ନାୟକଙ୍କ କଣ୍ଠସ୍ୱର ଜଣାପଡୁଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ

ଯେଉଁଥିରେ ଅବକାରୀ ଏସ୍‍ଆଇ ନିଜେ ମାଫିଆଙ୍କୁ ମଦ କାରବାର ନେଇ ପ୍ରୋତ୍ସାହିତ କରୁଥିବା ଏବଂ ନିଜର ସୁରକ୍ଷା ପାଇଁ ଗୋଟିଏ କିମ୍ୱା ଦୁଇଟି ଦୋକାନ ଲାଇସେନ୍ସ ହାତରେ ରଖିବାକୁ ପରାମର୍ଶ ଦେଉଥିବା ଶୁଣାଯାଉଛି। ଅବକାରୀ ଏସ୍‍ଆଇ ଓ କନେଷ୍ଟବଳଙ୍କ ଏଭଳି ବାର୍ତ୍ତାଳାପ ବିଭାଗର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏପରିକି ଅବକାରୀ ଏସ୍‍ଆଇ ବେପାର କରିବା ପାଇଁ ଯଦି କ୍ରାଇମ ପିଲା ଆବଶ୍ୟକ ତେବେ ଯୋଗାଇ ଦେବେ ବୋଲି ମାଫିଆଙ୍କୁ କହୁଥିବା ଅଡିଓରୁ ଶୁଣିବାକୁ ମିଳିଛି। ଏହି ଅଡିଓର ଶେଷ ଭାଗରେ କନେଷ୍ଟବଳ ମାଫିଆଙ୍କୁ ଟଙ୍କା ମାଗୁଥିବା ଏବଂ ମାଫିଆ ଆଜି ଏତେ ଟଙ୍କା ଆଣିନାହୁଁ କାଲି ଦେଇଦେବୁ ବୋଲି କହୁଥିବା ଶୁଣାଯାଇଛି। ୬୦/୭୦ ହଜାର ଟଙ୍କା ଦେଣନେଣ ନେଇ କନେଷ୍ଟବଳ ଓ ମାଫିଆଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ମୁଁ କାଲି ଆସିବି ତୁମେ ଦେଇଦେବ ବୋଲି କନେଷ୍ଟବଳ କହିଛନ୍ତି। ଏହି ଅଡିଓ ବାଦ୍‍ ସକାଳ ପାଖରେ ମୋଟ ୯ଟି ଅଡିଓ ଲାଗିଛି। ଯେଉଁଥିରୁ ୮ଟି ଅଡିଓ, ମୋବାଇଲ ମାଧ୍ୟମ କଥାବାର୍ତ୍ତା ବୋଲି ସ୍ପଷ୍ଟ।

ନୟାଗଡ ଜିଲ୍ଲାରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ବହୁଳ ମାତ୍ରରେ ବୃଦ୍ଧି ପାଉଥିବା ବେଳେ କର୍ମଚାରୀ ଅଭାବ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଇଛି। ଅବକାରୀ ଏସ୍‍ଆଇ ହଟିଆ ବେହେରା ନୟାଗଡ ଅବକାରୀ ସଦରଥାନା ଓ ଖଣ୍ଡପଡା ଅବକାରୀ ଥାନା ଦାୟିତ୍ୱରେ ରହିଛନ୍ତି। ନୟାଗଡ ସଦରରେ ଜଣେ ଗଞ୍ଜାମ ଜିଲ୍ଲାର ବ୍ୟବସାୟୀଙ୍କୁ ଟେଣ୍ଡର ଦେଇ ବିଭ୍ରାନ୍ତ ଓ ବିପଦଜନକ ସ୍ଥିତି ସୃଷ୍ଟି କରାଇଥିବା ମଧ୍ୟ ଅନୁସନ୍ଧାନରୁ ଜଣାପଡିଛି। ଅବକାରୀ ବିଭାଗ ଏସ୍‍ଆଇ ଯଦି ଏଭଳି ସ୍ଥିତି ସୃଷ୍ଟି କରାଇବେ ତେବେ ନିଶା କାରବାର କିଏ ରୋକିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଅବକାରୀ ଏସ୍‍ଆଇ ହଟିଆ ବେହେରାଙ୍କୁ ପଚାରିବାରେ, ମୁଁ କେବେବି କରପସନ୍‍ କରିନାହିଁ। ଆପଣ ଯାହା କରିବା କଥା କରନ୍ତୁ ବୋଲି କହିଛନ୍ତି। ସେହିଭଳି ଭାବେ କନେଷ୍ଟବଳ ପ୍ରଦୀପ ନାୟକ, ବିଭିନ୍ନ ବାହାନା କରିବା ସହ କୋଉ ପ୍ରଦୀପ ଆପଣ କିଭଳି ଜାଣିଲେ, ମୁଁ କାହିଁକି ଖଣ୍ଡପଡା ଆଡେ ଯିବି ବୋଲି ଓଲଟା ପ୍ରଶ୍ନ କରିଛନ୍ତି।

ଅଡିଓରୁ ଏସ୍‍ଆଇଙ୍କ କଥାର ସମ୍ପାଦିତ ଅଂଶ

କମ୍ପେ୍ଲନ ହେଲେ କମ୍ପ୍ଲାଇ କରିବାକୁ ଆସିବ ନା ନାହିଁ, ଖଣ୍ଡପଡା ଦୋକାନ ନେଇ ଯାଅ। ଦଶହରା ସିଜିନ, ସାମ୍ୱାଦିକ ଗୁଡାକ ଆମକୁ କହିବେ। କୌଣସି ଜିନିଷ ତମେ ବୁଝିବ ନାହିଁ, ତୁନି ହେଇକି ରହୁଛ। ତୁମେ ବେପାର କରୁଛ ନାଁ ନାହିଁ। ପେପରରେ ବାହାରିଲେ ଯେଉଁ ଅଫିସର ହେଲେ ବି ଡାକିବ, କମ୍ପ୍ଲାଇ କରିବାକୁ। ହାତରେ ପଟାଟା ଥିଲେ ସିନା ଆଉ ଟିକେ ଜାଗା ମାଡି ବସିବ। ତମେ ବାଲୁଗାଁ ଏରିଆରେ ଦେବନି। ନୟାଗଡ ଟାଉନରେ ଦେଲେ ମୋର କିଛି ଅବଜେକସନ୍‍ ନାହିଁ। ମାଛିପଡା ଦେଲେ ବି ଚଳିବ। ୧୦/୧୨ ନମ୍ୱର ମାସକୁ ଟାର୍ଗେଟ। ଯାହାକୁ ଧରିଲେ ତମେ ମଧ୍ୟସ୍ଥ ହେବ। ଗୋଟେ ଦୋକାନ ନିଅ, ତୁମକୁ ସୁବିଧା ହେବ। ତମେ କେତେ ଜଣ। ୭ରୁ ୮ ହେବନି। ଆଉ କାହାକୁ ମିଶାଇଲେ ମୋତେ କହିବନି। ତମେ ଯଦି କହିବ ମୁଁ କ୍ରାଇମ ପିଲା ସେଟିଂ କରିଦେବି। ବାହାର ମାଲ୍‌ ଅଟକାଇବେ। ରୁକୁଣା ମଣ୍ଡଳକୁ ୧୫ ପିଲା ଦିଆଯାଇଛି। ଗଣିଆ, ଦଶପଲ୍ଲା ବୁଲୁଛନ୍ତି। ଦରକାର ପଡିଲେ ସେମାନେ ପୋଛିଦେବେ।

08 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର