ଲୁଚା ଛପାରେ ଚାଲିଛି ବିଦେଶାଗତ ପକ୍ଷୀଙ୍କ ଅବାଧ ଶିକାର, ରାସ୍ତା କଡରେ ପଡ଼ିରହିଛି ଶହ ଶହ ପଚାଷଢା ପକ୍ଷୀଙ୍କ ମୃତଦେହ

The Sakala Picture
Published On

ଟାଂଗୀ: ବଣ୍ୟପ୍ରାଣୀ ବିଭାଗ ଟାଂଗୀ ରେଞ୍ଜ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଲୁଚା ଛପାରେ ଚାଲିଛି ଅବାଧରେ ବିଦେଶାଗତ ପକ୍ଷୀ ଶିକାର। ବଣ୍ୟପ୍ରାଣୀ ବିଭାଗ ଲୋକ ଦେଖାଣିଆ ଭାବେ ଚଢାଉ କରୁଥିବା ବେଳେ ଖସି ଯାଉଛନ୍ତି ଡନ ମାଫିଆ। ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଏହି ରେଞ୍ଜ ଅଧିନସ୍ଥ ଜାତୀୟ ରାଜପଥ ପାର୍ଶ୍ବ ରତାମାଟି ନିକଟରେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଟାଟା ଏସିରେ ଶତାଧିକ ମୃତ ବିଦେଶାଗତ ପକ୍ଷୀ ଗୁଡିକୁ ଫୋପାଡି ଦିଆଯାଇଥିବା […]

ଟାଂଗୀ: ବଣ୍ୟପ୍ରାଣୀ ବିଭାଗ ଟାଂଗୀ ରେଞ୍ଜ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଲୁଚା ଛପାରେ ଚାଲିଛି ଅବାଧରେ ବିଦେଶାଗତ ପକ୍ଷୀ ଶିକାର। ବଣ୍ୟପ୍ରାଣୀ ବିଭାଗ ଲୋକ ଦେଖାଣିଆ ଭାବେ ଚଢାଉ କରୁଥିବା ବେଳେ ଖସି ଯାଉଛନ୍ତି ଡନ ମାଫିଆ। ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଏହି ରେଞ୍ଜ ଅଧିନସ୍ଥ ଜାତୀୟ ରାଜପଥ ପାର୍ଶ୍ବ ରତାମାଟି ନିକଟରେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଟାଟା ଏସିରେ ଶତାଧିକ ମୃତ ବିଦେଶାଗତ ପକ୍ଷୀ ଗୁଡିକୁ ଫୋପାଡି ଦିଆଯାଇଥିବା ଦେଖିବାକୁ ମିଳିବା ପରେ ଏ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଏତେ ସଂଖ୍ୟକ ମୃତ ବିଦେଶାଗତ ପକ୍ଷୀ କାହିଁକି କିପରି କେଉଁଠୁ ଆସିଲା ଏହା କୁ ନେଇ ଚାରିଆଡେ ଚର୍ଚା।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ସୂଚନାଯୋଗ୍ୟ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବାପାଇଁ ଶୀତ ଦିନ ଆସିଲେ ଇରାନ, ଇରାକ, କାଜାକିସ୍ଥାନ, ସାଇବେରିଆ, ବୁଲଗେରିଆ ଭଳି ବିଭିନ୍ନ ବୈଦେଶିକ ରାଷ୍ଟ୍ର ରୁ ଲକ୍ଷାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଟାଂଗୀ ଓ ବାଲୁଗାଁ ବଣ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡି, ନଳବଣ ତଥା ଚିଲିକାର ଅବବାହିକାରେ ଥିବା ଅଞ୍ଚଳକୁ ପଳାଇ ଆସନ୍ତି । ଏମାନଙ୍କର ସୁରକ୍ଷା ତଥା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରନ୍ତି କିନ୍ତୁ ସୁରକ୍ଷା ପରିବର୍ତେ ଲୋକଦେଖାଣିଆ ଭାବେ କିଛି କାର୍ଯ୍ୟକ୍ରମ କରି ବିଭାଗୀୟ କାର୍ଯ୍ୟାଳୟ ର କର୍ମଚାରିମାନଙ୍କ ଦ୍ବାରା ଅର୍ଥ ହରିଲୁଟ କରି ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

25 Dec 2021 By The Sakala

ଲୁଚା ଛପାରେ ଚାଲିଛି ବିଦେଶାଗତ ପକ୍ଷୀଙ୍କ ଅବାଧ ଶିକାର, ରାସ୍ତା କଡରେ ପଡ଼ିରହିଛି ଶହ ଶହ ପଚାଷଢା ପକ୍ଷୀଙ୍କ ମୃତଦେହ

ଟାଂଗୀ: ବଣ୍ୟପ୍ରାଣୀ ବିଭାଗ ଟାଂଗୀ ରେଞ୍ଜ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଲୁଚା ଛପାରେ ଚାଲିଛି ଅବାଧରେ ବିଦେଶାଗତ ପକ୍ଷୀ ଶିକାର। ବଣ୍ୟପ୍ରାଣୀ ବିଭାଗ ଲୋକ ଦେଖାଣିଆ ଭାବେ ଚଢାଉ କରୁଥିବା ବେଳେ ଖସି ଯାଉଛନ୍ତି ଡନ ମାଫିଆ। ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଏହି ରେଞ୍ଜ ଅଧିନସ୍ଥ ଜାତୀୟ ରାଜପଥ ପାର୍ଶ୍ବ ରତାମାଟି ନିକଟରେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଟାଟା ଏସିରେ ଶତାଧିକ ମୃତ ବିଦେଶାଗତ ପକ୍ଷୀ ଗୁଡିକୁ ଫୋପାଡି ଦିଆଯାଇଥିବା ଦେଖିବାକୁ ମିଳିବା ପରେ ଏ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଏତେ ସଂଖ୍ୟକ ମୃତ ବିଦେଶାଗତ ପକ୍ଷୀ କାହିଁକି କିପରି କେଉଁଠୁ ଆସିଲା ଏହା କୁ ନେଇ ଚାରିଆଡେ ଚର୍ଚା।

ସୂଚନାଯୋଗ୍ୟ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବାପାଇଁ ଶୀତ ଦିନ ଆସିଲେ ଇରାନ, ଇରାକ, କାଜାକିସ୍ଥାନ, ସାଇବେରିଆ, ବୁଲଗେରିଆ ଭଳି ବିଭିନ୍ନ ବୈଦେଶିକ ରାଷ୍ଟ୍ର ରୁ ଲକ୍ଷାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଟାଂଗୀ ଓ ବାଲୁଗାଁ ବଣ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡି, ନଳବଣ ତଥା ଚିଲିକାର ଅବବାହିକାରେ ଥିବା ଅଞ୍ଚଳକୁ ପଳାଇ ଆସନ୍ତି । ଏମାନଙ୍କର ସୁରକ୍ଷା ତଥା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରନ୍ତି କିନ୍ତୁ ସୁରକ୍ଷା ପରିବର୍ତେ ଲୋକଦେଖାଣିଆ ଭାବେ କିଛି କାର୍ଯ୍ୟକ୍ରମ କରି ବିଭାଗୀୟ କାର୍ଯ୍ୟାଳୟ ର କର୍ମଚାରିମାନଙ୍କ ଦ୍ବାରା ଅର୍ଥ ହରିଲୁଟ କରି ଦିଆଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର