ଅନ୍ଧାରିମୂଲକରୁ ଉଦ୍ଧାର କେବେ: ଜିଲ୍ଲାର ୩୦ ଗାଁକୁ ଯାଇନି ବିଦ୍ୟୁତ୍‍

The Sakala Picture
Published On

ନୟାଗଡ଼: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁ ବିଦ୍ୟୁତ୍‍ ସଂଯୋଗ ପାଇବାରୁ ବଞ୍ଚିତ ହୋଇଛି। ଏହି ଗାଁଗୁଡ଼ିକରେ ବିଦ୍ୟୁତ୍‍ ଆଲୋକ ଦେଖାଇବା ପାଇଁ ସୋଲାର ପ୍ରକଳ୍ପ ମାଧ୍ୟମରେ କରାଯାଇଥିବା ପ୍ରୟାସ ଫେଲ୍‍ ମାରିଛି। ଅନ୍ଧାରି ମୂଲକରେ ରହୁଥିବା ପରିବାରଗୁଡ଼ିକ ସୋଲାର ପ୍ରକଳ୍ପକୁ ଦେଖି ଡିବିରି ଜାଳୁଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଓଡ଼ଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକର ୩୦ରୁ ଊର୍ଦ୍ଧ୍ବ ଗାଁକୁ ଏବେ ବି ବିଦ୍ୟୁତ୍‍ ସଂଯୋଗ ନ ଥିବା ଜଣାଯାଇଛି। ରଣପୁର […]

ନୟାଗଡ଼: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁ ବିଦ୍ୟୁତ୍‍ ସଂଯୋଗ ପାଇବାରୁ ବଞ୍ଚିତ ହୋଇଛି। ଏହି ଗାଁଗୁଡ଼ିକରେ ବିଦ୍ୟୁତ୍‍ ଆଲୋକ ଦେଖାଇବା ପାଇଁ ସୋଲାର ପ୍ରକଳ୍ପ ମାଧ୍ୟମରେ କରାଯାଇଥିବା ପ୍ରୟାସ ଫେଲ୍‍ ମାରିଛି। ଅନ୍ଧାରି ମୂଲକରେ ରହୁଥିବା ପରିବାରଗୁଡ଼ିକ ସୋଲାର ପ୍ରକଳ୍ପକୁ ଦେଖି ଡିବିରି ଜାଳୁଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଓଡ଼ଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକର ୩୦ରୁ ଊର୍ଦ୍ଧ୍ବ ଗାଁକୁ ଏବେ ବି ବିଦ୍ୟୁତ୍‍ ସଂଯୋଗ ନ ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ରଣପୁର ବ୍ଲକ ନୂଆଗାଁ, ଓଡ଼ଗାଁ ବ୍ଲକ ନେପାଳ, ଭୋବସର, ଗିରିଡ଼ିଆମ୍ବା ଗ୍ରାମବାସୀ ବିଦ୍ୟୁତ୍‍ ଦେଖି ନ ଥିବା ଜଣାଯାଇଛି। ସେହିଭଳି ନୂଆଗାଁ ବ୍ଲକର କିଛି ଗାଁ ଏବେ ବି ଅନ୍ଧାରରେ ରହିଥିବାବେଳେ ଦଶପଲ୍ଲାରେ ସର୍ବାଧିକ ଗାଁରେ ଅନ୍ଧାର ରାଜତ୍ୱ କରୁଛି। ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତ ପାନାବାରୀ, ତାବେଡ଼ା, ଆଶ୍ରଡ଼ା, ପେହେଲାଜୁ ଗ୍ରାମରେ ଏବେ ବି ଅନ୍ଧାରରେ ରହିଛି। ପେହେଲାଜୁ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇଥିବାବେଳେ ବିଦ୍ୟୁତ୍‍ ପହଞ୍ଚିପାରୁ ନାହିଁ। ବାଣିଗୋଚ୍ଛା ପଞ୍ଚାୟତର ରାଗୁଡ଼ା, କୁଲୁରୁକୁମ୍ପା ପଞ୍ଚାୟତର ଗମ୍ଭାରିଗଣ୍ଡା, କୁଜାମେଣ୍ଢି ପଞ୍ଚାୟତର ୩ଟି ଗ୍ରାମକୁ ଅଦ୍ୟାବଧି ବିଦ୍ୟୁତ୍‍ ସଂଯୋଗ ହୋଇପାରି ନାହିଁ। ଦଶପଲ୍ଲା ବ୍ଲକର ୧୦ରୁ ଊର୍ଦ୍ଧ୍ବ ଗ୍ରାମ ବିଦ୍ୟୁତ୍‍ ସୁବିଧା ପାଇବାରୁ ବଞ୍ଚିତ ଅଛି। ସେହିଭଳି ଭାବେ ଗଣିଆ ବ୍ଲକ ବଡ଼ଶିଲିଙ୍ଗା ପଞ୍ଚାୟତର ୯ଟି ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇଥିଲେ ମଧ୍ୟ ଅନ୍ଧକାର ପରିସ୍ଥିତି ଦୂର ହୋଇପାରି ନାହିଁ। ଓପିସିଏଲ୍‍ ଜରିଆରେ ଦୀନଦୟାଲ ଉପାଧ୍ୟାୟ ବିଦ୍ୟୁତ୍‍କରଣ ଯୋଜନାରେ ଗୁପ୍ତା କମ୍ପାନୀକୁ ଏହି ଗ୍ରାମଗୁଡ଼ିକରେ ବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ କରିବା ପାଇଁ ଦିଆଯାଇଥିଲା। କମ୍ପାନୀ ଦ୍ୱାରା ଏହି ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ବ ଗ୍ରାମକୁ ବିଦ୍ୟୁତ୍‍କରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କମ୍ପାନୀ ସମସ୍ତ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ କରିବା ପରେ ୯ଟି ଗ୍ରାମରେ ସମସ୍ୟା ଦେଖାଦେଇଥିଲା। ସେଥିମଧ୍ୟରୁ ଡୁଇସିଂ ଓ ବାଙ୍କଝରି ଗ୍ରାମର ଲୋକ କେବଳ ଅଧଘଣ୍ଟା ପାଇଁ ବିଦ୍ୟୁତ୍‍ ଆଲୋକ ଦେଖିଥିଲେ। ଅଧଘଣ୍ଟା ପରେ ପୁଣିଥରେ ଏହି ଗ୍ରାମବାସୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ସେହିଭଳି ଭାବେ ଉକ୍ତ ପଞ୍ଚାୟତ ଗେରେଗେଡ଼ି, ଦୁମୁଦୁମା, ଢିପିସାହି, ସେଟପଲ୍ଲୀ, ମଳାସପଦର, ଓସ୍କାମସ୍କା, ଜାନକାଝୋଲ ଗ୍ରାମବାସୀ ଗୋଟିଏ ମାସ ବିଦ୍ୟୁତ୍‍ ଆଲୋକରେ ଜୀବନ ବିତାଇଥିବା ଜଣାଯାଇଛି। ଅନ୍ୟାନ୍ୟ ଗ୍ରାମରେ ନିମ୍ନମାନର ବିଦ୍ୟୁତ୍‍ କେବୁଲ୍‍ ପାଇଁ ବାରମ୍ବାର ବିଦ୍ୟୁତ୍‍ ବିଭ୍ରାଟ ସମସ୍ୟା ଦେଖାଦେଉଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ୨୦୧୯ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦିଶା ବୈଠକରେ ସ୍ଥାନୀୟ ଜନପ୍ରତିନିଧି ଏହି ପ୍ରସଙ୍ଗ ଉଠାଇଥିବାବେଳେ ଜିଲ୍ଲାପାଳ ଏହାକୁ ତୁରନ୍ତ ସମାଧାନ କରିବାକୁ କହିଥିଲେ। ଏପରିକି ବିଦ୍ୟୁତ୍‍ ମରାମତି କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ କମ୍ପାନୀ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଉଛନ୍ତି। ବୈଠକବେଳେ ଜିଲ୍ଲା ପ୍ରଶାସନ ଏ ଅନ୍ଧାରିମୂଲକ ସମସ୍ୟା ବିଷୟରେ ଆଲୋଚନା କରୁଥିବାବେଳେ ପରମୁହୂର୍ତ୍ତରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଦେଖାଯାଇଛି। ଫଳରେ ଅନ୍ଧାରିମୂଲକରୁ ଏହି ଗାଁଗୁଡ଼ିକ କେବେ ଉଦ୍ଧାର ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

23 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର