ଆଜି ଛେନାପୋଡ଼ର ଜନକ ସୁଦର୍ଶନ ସାହୁଙ୍କ ଜୟନ୍ତୀ: ନୟାଗଡ଼ରେ ପାଳନ ହେବ ଛେନାପୋଡ଼ ଦିବସ, ଦାବି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ମିଳିଲାନି ଜିଆଇ ଟ୍ୟାଗ୍‍

The Sakala Picture
Published On

ନୟାଗଡ଼: ଛେନାପୋଡ଼ କଥା ଉଠିଲେ ଆପେ ଆପେ ମନକୁ ଚାଲି ଆସେ ନୟାଗଡ଼଼ କଥା। ନୟାଗଡ଼଼ର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ନେଇ ସବୁଠି ଚର୍ଚ୍ଚା। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼଼ର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ନୟାଗଡ଼଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହୁ ପ୍ରଥମେ ଛେନାପୋଡ଼ ପ୍ରସ୍ତୁତି କରିଥିଲେ। ଏପ୍ରିଲ୍‍ ୧୧ ତାରିଖ ସୁଦର୍ଶନଙ୍କ ଜୟନ୍ତୀକୁ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ବହୁ ଯୁବକ […]

ନୟାଗଡ଼: ଛେନାପୋଡ଼ କଥା ଉଠିଲେ ଆପେ ଆପେ ମନକୁ ଚାଲି ଆସେ ନୟାଗଡ଼଼ କଥା। ନୟାଗଡ଼଼ର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ନେଇ ସବୁଠି ଚର୍ଚ୍ଚା। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼଼ର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ନୟାଗଡ଼଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହୁ ପ୍ରଥମେ ଛେନାପୋଡ଼ ପ୍ରସ୍ତୁତି କରିଥିଲେ। ଏପ୍ରିଲ୍‍ ୧୧ ତାରିଖ ସୁଦର୍ଶନଙ୍କ ଜୟନ୍ତୀକୁ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ବହୁ ଯୁବକ ଏବଂ ନୟାଗଡ଼଼ବାସୀଙ୍କ ଉଦ୍ୟମ ଜୋର୍‍ସୋର ଚାଲିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ନୟାଗଡ଼଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍‍ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ନୟାଗଡ଼଼ କଚେରି ବଜାରରେ ଏକ ଜଳଖିଆ ଦୋକାନ କରିଥିଲେ। ଥରେ ବଳକା ଛେନାକୁ କ’ଣ କରିବେ ଭାବି ଏକ ନିଆରା ମିଠା ପ୍ରସ୍ତୁତ କରିବାକୁ ବସି ପଡ଼ିଥିଲେ। ଉକ୍ତ ନିଆରା ମିଠା ଆଜି ଛେନାପୋଡ଼ ଭାବେ ପରିଚୟ ଲାଭ କରିଛି। ସୋମବାର ଅପରାହ୍ଣରେ ହେଲ୍ପିଂ ହ୍ୟାଣ୍ଡ୍‍ସ ଉଦ୍ୟମରେ ଛେନାପୋଡ଼ ଦିବସ ପୁରୁଣା ବସ୍‍ଷ୍ଟାଣ୍ଡଠାରେ ପାଳିତ ହେବାକୁ ଥିବାବେଳେ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯିବା ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରାଯାଇଥିବାବେଳେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‍ ଦାବି ମଧ୍ୟ ଜୋର୍‍ ଧରିଛି। ସେହିଭଳି ଭାବେ ଆମ ପାଇଁ ବଡ଼, ଆମ ନୟାଗଡ଼଼ ପକ୍ଷରୁ ଛେନାପୋଡ଼ ଦିବସ ପାଳନ ହେବ ବୋଲି ସୂଚନା ମିଳିଛି। ନୟାଗଡ଼଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେବେ ବୋଲି ଜଣାଯାଇଛି। ଛେନାପୋଡ଼ର ପ୍ରସିଦ୍ଧିକୁ ବୃଦ୍ଧି କରିବା ପାଇଁ ଚଳିତ ବର୍ଷ କରାଯାଉଥିବା ଏଭଳି ପ୍ରୟାସ ନିହାତି ସ୍ୱାଗତଯୋଗ୍ୟ ବୋଲି ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ଶାନ୍ତି ଚାରିଟେବଲ୍‍ ଟ୍ରଷ୍ଟ ଏବଂ ଓର୍‍ମାସ ପକ୍ଷରୁ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‍ ମାନ୍ୟତା ମିଳିବା ନେଇ ଆବେଦନ କରାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଏଥିପ୍ରତି ଆନ୍ତରିକତାର ସହିତ ଉଦ୍ୟମ ହୋଇ ନ ଥିବା ଜଣାଯାଇଛି। ସେହିଭଳି ଭାବେ ସରକାରଙ୍କ ପକ୍ଷରୁ ମଧ୍ୟ ଜିଆଇ ଟ୍ୟାଗ୍‍ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ଉକ୍ତ ପ୍ରସଙ୍ଗକୁ ଅଣଦେଖା କରାଯିବା ଭଳି ମନେ ହେଉଛି। କେବେ ଜିଆଇ ଟ୍ୟାଗ୍‍ ମିଳିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ, ଛେନାପୋଡ଼ର ଦେଶ ତଥା ଜନ୍ମମାଟି ଭାବେ ପରିଚୟ ଲାଭ କରିଥିବା ନୟାଗଡ଼଼ ଜିଲ୍ଲା ଏବେ ନକଲି ଛେନାପୋଡ଼ ପାଇଁ ବଦନାମ ହେଉଛି। ନୟାଗଡ଼଼ ମୁଖ୍ୟ ଟ୍ରାଫିକ୍‍ ଛକଠାରୁ ଆରମ୍ଭ କରି ମାଛିପଡ଼ା, ଭାପୁର ବ୍ଲକର ଫତେଗଡ଼଼ ଆଦି ସ୍ଥାନରେ ଏହି ନକଲି ଛେନାପୋଡ଼ କାୟା ମେଲାଇଛି। କେଜିକୁ ଶହେ ଟଙ୍କାରେ ଛେନାପୋଡ଼ ମିଳୁଥିବାବେଳେ କିଭଳି ଏହାକୁ ବ୍ୟବସାୟୀ ଏତେ ଶସ୍ତାରେ ବିକ୍ରି କରୁଛନ୍ତି, ତାକୁ ନେଇ କେହି ଚିନ୍ତା କରୁନାହାନ୍ତି। ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ତଥା ଅତିଥିଙ୍କୁ ଏହି ନକଲି ଛେନାପୋଡ଼ ଅସଲି ବୋଲି ବିକ୍ରି କରାଯାଉଥିବାବେଳେ ସମସ୍ତେ ଜାଣି ଅଜଣା ସାଜିଛନ୍ତି। ଛେନା କେଜିକୁ ୧୫୦ରୁ ଆରମ୍ଭ ହୋଇ ୧୮୦ ଟଙ୍କା ପର୍ଯ୍ୟନ୍ତ ଦର ରହିଥିବାବେଳେ ଛେନାପୋଡ଼ କେଜି ୧୦୦ରୁ ଆରମ୍ଭ କରି ୨୮୦ ଟଙ୍କା ପର୍ଯ୍ୟନ୍ତ ରହିଛି।

11 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର